ପାକିସ୍ତାନ ବିଶ୍ୱ ପାଇଁ ବିପଦ, ତାକୁ ନକ୍ସାରୁ ହଟେଇ ଦିଆଯାଉ: ଶିବସେନା

Spread the love

ମୁମ୍ବାଇ,୨୭ /୨ (ସନ୍ଧାନ ନିଉଜ) : ପାକିସ୍ତାନରେ ଜୈସ୍‌-ଇ-ମହମ୍ମଦର କ୍ୟାମ୍ପରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ଦ୍ୱାରା ବୋମାମାଡ କରି ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଛନ୍ତି। ଏଭଳି ଅଭିଯାନ ଜାରି ରଖିବାକୁ ଶିବସେନା ପକ୍ଷରୁ ଦାବି କରାଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନକୁ ନକ୍ସାରୁ ହଟେଇ ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ଦେଶକୁ ଶାନ୍ତି ଫେରିବ ନାହିଁ। ପାକିସ୍ତାନ ଭଳି ଦେଶ କେବଳ ଯେ ଭାରତ ପାଇଁ ତାହା ନୁହେଁ ବିଶ୍ୱ ପାଇଁ ବିପଦ। ପାକିସ୍ତାନରେ ଲୋକତନ୍ତ୍ର ନାହିଁ। ଏଥିପାଇଁ ସେନା ମୁଖ୍ୟ ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ନାମରେ ନିଜ ଶକ୍ତିର ଭୁଲ ଦିଗରେ ବ୍ୟବହାର କରୁଛନ୍ତି। ଯେପରି ଭାବେ ଆମେରିକା ପାକିସ୍ତାନ ମାଟିରେ ମାରି ଗଡ଼ାଇ ଥିଲା। ଠିକ୍‌ ସେହିଭଳି ଭାରତର ୪୦ଜଣ ସହିଦ୍‌ ସିଆରପିଏଫ୍‌ ଯବାନଙ୍କ ବଳିଦାନର ପ୍ରତିଶୋଧ ଜୈସ୍‌-ଇ-ମୋହମ୍ମଦ ମୁଖ୍ୟ ମସୁଦ ଅଝାହରକୁ ମାରି ନିଆଯିବା ଦରକାର।

ଶିବସେନା ବ୍ୟାଙ୍ଗାତ୍ମକ ଟିପ୍ପଣୀ ଦେଇ କହିଛି, ପାକିସ୍ତାନ କବଜାରେ ଥିବା କଶ୍ମୀରରେ ଆତଙ୍କବାଦୀଙ୍କ କ୍ୟାମ୍ପ ‘ସାଂସ୍କୃତିକ କେନ୍ଦ୍ର’ ଥିଲା। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ କହିଥିଲେ କି ତାଙ୍କ ମାଟିରେ କୌଣସି ଆତଙ୍କବାଦୀକୁ ପ୍ରସୟ ଦିଆଯାଉ ନାହିଁ।

 

Related Posts

About The Author

Add Comment