ପାଇଲଟ ଅଭିନନ୍ଦନ ପାକିସ୍ତାନରେ ଓହ୍ଲାଇବା ପରେ ବି ଭୟଭୀତ ହୋଇ ନ ଥିଲେ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଗିଳି ଫାଙ୍କା ଗୁଳିଚାଳନା କରିଥିଲେ

Spread the love

ନୂଆଦିଲ୍ଲୀ, ୨୮/୨(ସନ୍ଧାନ ନିୟୁଜ) : ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନ ଭାରତକୁ ସୁରକ୍ଷିତ ଫେରି ଆସନ୍ତୁ ବୋଲି ଦେଶବାସୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ଖୁସି ଖବର ଆସିଛି। ପାକିସ୍ତାନ ଶେଷରେ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ଶୁକ୍ରବାର ସେ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି ।

ତେବେ ଭାରତ ପକ୍ଷରୁ ଗୋଟିଏ ମିଗ୍‌-୨୧ ବିମାନ ଧ୍ୱଂସ ପାଇଥିଲା। ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ଏକ ପୋଖରୀକୁ ଡେଇଁ  ପଡ଼ିଥିଲେ। ପୋଖରୀରୁ ବାହାରି ଅଭିନନ୍ଦନ ଯେଉଁ ଗାଁ ନିକଟରେ ପହଞ୍ଚିଥିଲେ ସେତେବେଳେ ସେ ସଂପୂର୍ଣ୍ଣ ଅକ୍ଷତ ଥିଲେ ବୋଲି ଜଣାପଡ଼ିିଛି।

ତାଙ୍କୁ ସେଠାରେ ଦେଖି  କିଛି ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ। ଅଭିନନ୍ଦନ ସେମାନଙ୍କୁ ପଚାରିଲେ ମୁଁ ଭାରତରେ ଅଛି ନା ପାକିସ୍ତାନରେ? ସେଠାରେ ଥିବା ଏକ ପିଲା ଚାଲାକି ଦେଖାଇବାକୁ ଯାଇ କହିଲା ଭାରତରେ ଅଛନ୍ତି। ଅଭିନନ୍ଦନ ଭାରତର କେଉଁ ସ୍ଥାନରେ ଅଛି ବୋଲି ପଚାରିଥିଲେ? ସେ ପିଲାଟି ଅଭିନନ୍ଦନଙ୍କୁ କହିଥିଲା ଆପଣ କିଲାରେ ଅଛନ୍ତି। ଏହାପରେ ଅଭିନନ୍ଦନ ‘ହିନ୍ଦୁସ୍ତାନ ଜିନ୍ଦାବାଦ’  ନାରା ଦେଇଥିଲେ। ଏହାପରେ ସେଠାରେ ଥିବା କିଛି ଯୁବା ପାକିସ୍ତାନୀ ଉତକ୍ଷିପ୍ତ ହୋଇ ଅଭିନନ୍ଦନଙ୍କୁ ପ୍ରବଳ ମାଡ ମାରିଥିଲେ। ସେତେବେଳକୁ ଅଭିନନ୍ଦନ ବୁଝି ସାରିଥିଲେ ସେ ପାକିସ୍ତାନରେ ଅଛନ୍ତି ବୋଲି। କାଳବିଳମ୍ବ ନ କରି କେହି କିଛି ବୁଝିବା ପୂର୍ବରୁ ସେ ତାଙ୍କ ପାଖରେ ଥିବା ଜରୁରୀ କାଗଜପତ୍ର ଓ ମ୍ୟାପ୍‌କୁ ଚୋବାଇ ନଷ୍ଟ କରି ଦେଇଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଭୟଭୀତ ନ ହୋଇ ଫାଙ୍କା ଗୁଳିଚାଳନା କରିଥିଲେ। ଏଭଳି ପରିସ୍ଥିତିରେ ବି ସେ ନିଜ ଉପରୁ ବିଶ୍ୱାସ ହଟାଇ ନ ଥିଲେ। ପରେ ଗ୍ରାମବାସୀ ମିଶି ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ହାତରେ ଧରାଇ ଦେଇଥିଲେ।

Related Posts

About The Author

Add Comment