ପଶ୍ଚିମବଙ୍ଗରେ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ନ ମିଳିବାରୁ ଭିନ୍ନ ପନ୍ଥା ଆପଣେଇ ରାଲିରେ ପହଞ୍ଚିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ

Spread the love

ପୁରୁଲିଆ, ୫/୨(ସନ୍ଧାନ ନିୟୁଜ) : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଶ୍ଚିମବଙ୍ଗରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ଅନୁମତି ନ ମିଳିବା ପରେ ସେ ଅନ୍ୟ ପନ୍ଥା ଅବଲମ୍ବନ କରି ପୁରୁଲିଆରେ ଆୟୋଜିତ ହେଉଥିବା ନିର୍ବାଚନ ରାଲିରେ ମଙ୍ଗଳବାର ଉପସ୍ଥିତ ହୋଇଛନ୍ତି। ଯୋଗୀ ଝାଡ଼ଖଣ୍ଡର ବୋକାରୋଠାରେ ହେଲିକପ୍ଟର ଲ୍ୟାଣ୍ଡିଂ କରାଇ ସେଠାରେ ଗାଡ଼ିରେ ପଶ୍ଚିମବଙ୍ଗର ପୁରୁଲିଆ ପର୍ଯ୍ୟନ୍ତ ଯାଇଥିବା ସୂଚନା ରହିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରି ଯୋଗୀ ତାଙ୍କ ଅଭିଭାଷଣରେ କହିଛନ୍ତି କି ‘ପଶ୍ଚିମବଙ୍ଗ ସରକାର ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଗତିବିଧିରେ ସାମିଲ୍‌ ଅଛନ୍ତି। ଏହି କାରଣରୁ ମୋ ପରି ଯୋଗୀ, ସନ୍ୟାସୀମାନଙ୍କୁ ପଶ୍ଚିମବଙ୍ଗ ମାଟିରେ ପାଦ ରଖିବାର ଅନୁମତି ଦିଆଯାଉ ନାହିଁ।’

ସେ ମମତାଙ୍କୁ ଆହୁରି ତାତ୍ସଲ୍ୟ କରି କହିଛନ୍ତି ଯେ ‘ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଧାରଣାରେ ବସିବାଠାରୁ ଲଜ୍ଜାକର କଥା ଆଉ କିଛି ହୋଇ ନ ପାରେ।’

ଉଲ୍ଲେଖଯୋଗ୍ୟ, ସାରଦା ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତିରେ କୋଲକାତା ପୁଲିସ୍‌ କମିସନରଙ୍କ ନାମ ଯୋଡ଼ି ହେବା ପରେ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ରବିଠାରୁ ଧାରଣାରେ ବସିଥିଲେ।

ଜଣେ ଦୁର୍ନୀତିଗ୍ରସ୍ତ କମିସନ୍‌ରଙ୍କୁ ସମର୍ଥନ କରି ମମତା ପ୍ରମାଣ କରିଛନ୍ତି ଯେ ସେ ଭ୍ରଷ୍ଟାଚାରକୁ ବିରୋଧ କରୁନାହାନ୍ତି ବୋଲି ଯୋଗୀ ତାଙ୍କ ଅଭିଭାଷଣରେ କହିଛନ୍ତି।

Related Posts

About The Author

Add Comment