ବେତନଟୀ, , ୭/୧୦ ( ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):- ଅକ୍ଟୋବର ଆରମ୍ଭରୁ ଲଘୁଚାପ ବର୍ଷା ପରିବା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଗତ ୫ ଦିନରେ ବେତନଟୀ ବ୍ଲକ୍ରେ ୧୧୪ ମିମି ବର୍ଷା ରେକର୍ଡ ହୋଇଛି । ଏହି ବର୍ଷ ବିଳମ୍ବର ଧାନ ଚାଷ କରିଥିବା ଚାଷୀଙ୍କୁ ବେଶ୍ । ସୁହାଉଛି। ହେଲେ ବେତନଟୀ ବ୍ଳର ପରିବା ଚାଷୀମାନଙ୍କ ପାଇଁ କାଳ ହୋଇଛି । ଗତ ବନ୍ୟାରେ ବିଶେଷ ପ୍ରଭାବିତ ହୋଇଥିଲେ ପରିବା ଚାଷୀ ପରିବା କ୍ଷେତରେ ପାଣି ମାଡ଼ିଯିବା ଫଳରେ ଦ୍ବିଣ୍ଟାଲ ଦ୍ବିଣ୍ଟାଲ ପରିବା ନଷ୍ଟ ହୋଇଥିଲା । ଆଉ ଏବେ ଲଘୁଚାପ ଜନିତ ବର୍ଷା ପୁଣି ପରିବା ଚାଷୀଙ୍କୁ ଦାଉ ସାଧିଛି। ବେତନଟୀ ବ୍ଲକ୍ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ ବାଉଁଶ ନଦୀ କୂଳରେ ଥିବା ପାଳ ଜମିରେ ବହୁଳ ପରିମାଣରେ ପରିବା ଚାଷ ହୁଏ। ଉର୍ବର ମାଟି ଯୋଗୁ ପରିବା ଚାଷୀଙ୍କୁ ବେତନଟୀ ସହକାରୀ ଉଦ୍ୟାନ କୃଷି ବିଭାଗ ମଧ୍ୟ ପ୍ରୋତ୍ସାହିତ କରୁଥିବା କୁହନ୍ତି କୃଷି ଅଧିକାରିଣୀ ଇପ୍ସିତା ବାରିକ ବନ୍ୟା କିମ୍ବା ଲଘୁଚାପର ପ୍ରାକ୍ ସୂଚନା ମିଳିଲେ କୃଷି ବିଭାଗ ମଧ୍ୟ ଫଳନ୍ତି ପନିପରିବା ତୋଳି ଆଣିବାକୁ ଚାଷୀଙ୍କୁ ସତର୍କ କରେ। ହେଲେ ଚାଷୀ ଉକ୍ତ ପନିପରିବା କେଉଁଠି ସଂରକ୍ଷିତ ରଖିବେ ତାହା ହିଁ ବଡ଼ ସମସ୍ୟା ଏହି ବ୍ଲକ୍ରେ ପରିବା ଚାଷ ଉପରେ ଶହଶହ ପରିବାର ନିର୍ଭର କରୁଥିଲେ ବି ସେମାନଙ୍କ ସୁବିଧା ପାଇଁ ଶୀତଳ ଭଣ୍ଡାରଟିଏ ନାହିଁ । ଅକାରଣରେ ପରିବା ନଷ୍ଟ ହେଉଛି। ସ୍ଥାନୀୟ ବଜାରରେ ବ୍ଲକ୍ର ପନିପରିବା ମିଳୁନଥିବାରୁ ଦର ଛି ବି ଆକାଶଛୁଆଁ ହେଉଛି ଓ ସାଧାରଣ ଖାଉଟୀ ଶୋଷିତ ହେଉଛନ୍ତି । ତେବେ ଧାନଚାଷ କ୍ଷତିଗ୍ରସ୍ତ ହେଲେ କ୍ଷତିପୂରଣ ମିଳୁଥିବା ବେଳେ ପରିବା ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ସର୍ବେଶ୍ବର ମହାନ୍ତ, ପ୍ରତାପ ଦାସ ପ୍ରମୁଖ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଶତାଧିକ ପରିବା ଚାଷୀ।
ପରିବା ଚାଷୀଙ୍କ ଉପରେ ଦାଉ ସାଜିଛି ବର୍ଷା
|
October 7, 2020 |