ପଦ୍ମଶ୍ରୀ ପୁରସ୍କାରକୁ ଗ୍ରହଣ କରିବାକୁ ମନା କଲେ ଗୀତା ମେହେଟ୍ଟା

Spread the love

ଭୁବନେଶ୍ବର ୨୬/୧ (ସନ୍ଧାନ ନିୟୁଜ) : ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଉଣୀ ଏବଂ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାରକୁ ସମ୍ମାନର ସହ ଗ୍ରହଣ କରିବାକୁ ମନା କରିଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାର ପଦ୍ମଶ୍ରୀ ପାଇଁ ତାଙ୍କୁ ଯୋଗ୍ୟ ଭାବିଥିବାରୁ ସେ ଅତ୍ୟନ୍ତ ଖୁସୀ କିନ୍ତୁ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଏହି ସମୟରେ ସମ୍ମାନ ଗ୍ରହଣ କରିବାକୁ ଉଚିତ ମନେ କରିନାହାନ୍ତି ଗୀତା ମେହଟ୍ଟା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ଏହି ପୁରସ୍କାର ଗ୍ରହଣ କରିବା ଦ୍ବାରା ରାଜନୈତିକ କ୍ଷେତ୍ରରେ ଏକ ଭୁଲ ବାର୍ତ୍ତା ଯାଇପାରେ ବୋଲି ପ୍ରେସ ଇସ୍ତାହାରରେ ଦର୍ଶାଇଛନ୍ତି। ଗୀତା ମେହେଟାଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରବାସୀ ଭାରତୀୟ ଭାବେ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ସୂଚନା ଯୋଗ୍ୟଯେ, ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେ ୩ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ।

Related Posts

About The Author

Add Comment