ପତିରାଜପୁର ମେଳଣ ର ପ୍ରସ୍ତୁତି ବୈଠକ

Spread the love

ବାଲେଶ୍ଵର  : ୨୫/୨/୨୬ (ସନ୍ଧାନ ନ୍ୟୁଜ) ବାଲେଶ୍ଵର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଗୁଳିହା ପଞ୍ଚାୟତ ର ପତିରାଜପୂର ମେଳଣ ସାରା ରାଜ୍ୟରେ ପ୍ରସିଦ୍ଧ। ଏକ ମାସ ଧରି ଏହି ମେଳଣ ଦେଖିବାକୁ ସାରା ରାଜ୍ୟ ରୁ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସି ଥାନ୍ତି। ଏହି ମେଳଣ କିପରି ଶାନ୍ତି ଶୃଙ୍ଖଳା ର ସହିତ ହେବ, ସେଥି ପାଇଁ ମେଳଣ କମିଟି ର ସଭାପତି ପିତାମ୍ବର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଆରକ୍ଷୀ ଅଧିକ୍ଷକ,ଖଇରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,, ଗୁଳୀହା ସରପଞ୍ଚ, କମିଟି ର ସମ୍ପାଦକ ଭରତ ଚନ୍ଦ୍ର ନାୟକ, ଗୌରାଙ୍ଗ ମିଶ୍ର, ରମେଶ ଚନ୍ଦ୍ର ଘଡାଇ, ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କ ରେ ଆଲୋଚନା କରି ଥିଲେ। ଏକ ଶହ ରୁ ଅଧିକ ବିଭାନ, ପାଞ୍ଚ ଶହ ରୁ ଅଧିକ ଦୋକାନ, ଏହି ମେଳଣ ପଡିଆ କୁ ଆସିବେ ବୋଲି ଜଣା ପଡିଛି। ବୈଠକ ରେ ଜିଲ୍ଲାପାଳ ଏହି ମେଳଣ କୁ ଶାନ୍ତି ଶୃଙ୍ଖଳା ରେ ପାଳିତ କରିବା ପାଇଁ ଯାହା ଆବଶ୍ୟକ ତାହା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ। ସମସ୍ତ ପ୍ରଶାସନିକ ଅଧିକାରୀ, ଓ କମିଟି ର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇ ଥିଲେ କମିଟି ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment