ପୁରୀ, ୩୦/୦୫(ସନ୍ଧାନ ନିୟୁଜ/ଅଲେଖ ବିଶ୍ୱାଳ) ପୁରୀ ଜିଲ୍ଲାର କାକଟପୁର ଅଂଚଳର ଜେନଫ ବେଗମ ନିଜର ଗର୍ଭ ଯନ୍ତ୍ରଣା ପାଇଁ ଭୂବନେଶ୍ୱର ଏକ ଘୋରଇ ୬ମାସ ତଳୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଅପରେସନ କରାଯିବା ପରେ ସେ ଏକ ଶିଶୁ କନ୍ୟକୁ ଜନ୍ମଦେଇଥିଲେ । ହେଲେ ସେହି ସମୟରେ ଏକ ଦେଢ଼ ଫୁଟର ଗଜକନାକୁ ରଖିଦେଇଥିଲେ ଡାକ୍ତର । ସଠାରୁ ଫେରି କିଛିଦିନ ପରେ ଜେନଫଙ୍କ ପେଟରେ ପୁଣଇ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପୁଣି ଭୂବନେଶ୍ୱର ଯାଇ ଚିକିସôା କରାଇଥିଲେ । ହେଲେ ପରେ ପୁଣି କଟକ ଯାଇ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଗଜକନା ରହିଥିବା ଜାଣିବାକୁ ପାଇଥିଲେ । ଏବେ ପୁଣି ଥରେ ଅପରେସନ କରି ଉକ୍ତ ଗଜକନାକୁ ପେଟରୁ ବାହାର କରିଛନ୍ତି ଡାକ୍ତର । ତେବେ ଏଭଳି ଘଟଣାକୁ ରୋଗୀକୁ ମରଣରୁ ବଂଚାଇବା ବଦଳରେ ଅଧିକ ମରଣ ମୁର୍ହକୁ ଠେଲିଦେଉଥିବା ଡାକ୍ତର ଏବଂ ମେଡିକାଲରେ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
ପେଟରେ ଗଜ କନା ରଖିଦେଲେ ଡାକ୍ତର, ୬ମାସ ପରେ ବାହାରିଲା ଗଜ କନା
|
May 30, 2020 |
