ସୁନ୍ଦରଗଡ ତା:୧୫/୭/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ମେଘଡେଗା ପଞ୍ଚାୟତରେ ହେଉଥିବା ଅନେକ ଦୁର୍ନୀତିକୁ ନେଇ ଅଞ୍ଚଳବାସୀ ପଞ୍ଚାୟତରେ ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ସହିତ ଆଗତ ବିଲ କରି ଟଙ୍କା ହଡପ କରିବା ସାମ୍ନାକୁ ଆସିଛି । ଏ ସବୁ କାର୍ଯ୍ୟକୁ ପଂଚାୟତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ କିଛି ସୁଫଳ ନ ମିଳିବା ଅଞ୍ଚଳର ଲୋକଙ୍କୁ ଉତ୍ୟକ୍ତ କରାଇଛି । ଉଚ୍ଚ ପଦାଧିକାରୀ ମଧ୍ୟ କର୍ଣ୍ଣପାତ ନ କରିବାରୁ ଯୁବନେତା ପ୍ରଦୀପ ସିଂଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଗ୍ରାମବାସୀ ଏହି ଦୃଢ ପଦକ୍ଷେପ ନେଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠିକାଦାରଙ୍କ ଘର କାର୍ଯ୍ୟ ଅସମ୍ପୂର୍ଣ୍ଣ ରଖି ସପୂର୍ଣ ବିଲ ଟଙ୍କା ହଡପ କରି ନେଉଛନ୍ତି । ମନରେଗା ଯୋଜନାରେ କାମ କରି ଆସୁଥିବା ଶ୍ରମିକଙ୍କ ଟଙ୍କା ମିଳୁ ନ ଥିବା ବେଳେ ୫୦ରୁ ଅଧିକ ଶ୍ରମିକ ନାମରେ ଜାଲିଆତି କରି ଟଙ୍କା ହଡପ କରିବା ଘଟଣା ସାମ୍ନାକୁ ଆସିଛି । ଉପଯୁକ୍ତ ପ୍ରମାଣ ଥାଇ ଅଭିଯୋଗ ହୋଇଥିଲେ ମଧ୍ୟ ଉଚ୍ଚ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଏହି କରୋନା ମହାମାରୀ ସମୟରେ କାମ କରିଥିବା ଟଙ୍କା ନ ପାଇ ଶ୍ରମିକ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ।
ପଞ୍ଚାୟତ କାର୍ଯ୍ୟାଳୟରେ ପଡିଲା ତାଲା
|
July 17, 2021 |
