ପଛ ପଟୁ ଧକ୍କା ଦେଲା ଟ୍ରାକ୍ଟର : କ୍ଷତିପୂରଣ ଦାବିରେ ରାସ୍ତାରୋକ

Spread the love

ସୋର, ୨୨/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଟ୍ରାକ୍ଟର ଧକାରେ ଚାଲିଗଲା ଯୁବକଙ୍କ ଜୀବନ । କାମ ସାରି ଘରକୁ ଫେରୁଥିବା ବେଳେ ପଛ ପଟୁ ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ତେବେ କ୍ଷତିପୂରଣ ଦାବି ନେଇ ଶବ ରଖୁ ରାସ୍ତାରୋକ କରାଯାଇଛି । ମୃତକ ବାଲେଶ୍ବର ଜିଲ୍ଲା ସୋର ସୋର ଥାନା ମହୁମୁହାଣ ପଞ୍ଚାୟତ‌ ମଲିଚୁଆ ଗାଁର ଗଣେଶ ସିଂହ ବୋଲି ଜଣାପଡ଼ିଛି ଗଣେଶ ସିଂ ପଥର ଖାଦାନରୁ କାମ କରୁଥିଲେ । ଗଣେଶ କାମ ସାରି ଘରକୁ ଫେରୁଥିବା ବେଳେ ପଛ ପଟୁ ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା ଫଳରେ ଟ୍ରାକ୍ଟରଟି ଗଣେଷ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ଗଣେଶ ଘଟଣାସ୍ଥଳରେ ଗୁରୁତର ହୋଇ ପଡିରହିଥିଲେ । ସ୍ଥାନୀୟ ଲୋକ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରୁ ଗଣେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୋର ଡାକୃରଖାନାରେ ଭର୍ତ୍ତି କରିଥିଲେ । ଗଣେଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ । କିନ୍ତୁ ସେଠାର ଗଣେଶଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ମୃତଦେହକୁ ଜବତ କରିବା ସହ ଶିବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରିବାର ଲୋକେ ବାଗୁଡ଼ି ଖାଦାନାରେ ପହଞ୍ଚି ସିଙ୍ଗାଖୁଣ୍ଡା-ବାଗୁଡି ରାସ୍ତାରେ ଶବ ରଖୁ ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ଖବର ପାଇ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଉଦ୍ଧକୁ ଲୋକଙ୍କୁ‌ବୁଝାସୁଝା କରିବା ସହ ମୃତ ଗଣେଶଙ୍କୁ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

Related Posts

About The Author

Add Comment