ଜେନାପୁର / ୩୦/୦୫/ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତର ସ୍ବର୍ଗତ ମାୟାଧର ମଲ୍ଲିକ ଧର୍ମ ପତ୍ନୀ ଗେଲ୍ଲା ମଲ୍ଲୀକ (୬୫)ଦୀର୍ଘ ପାଞ୍ଚ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ପାଖରେ କିଛି ବୟସ ଆଉ କିଛି ବଳ ଥିଲେ ହିଁ ମଧ୍ୟ ଚାଲି ବୁଲି ପାରିବା ଅସମ୍ଭବ ହୋଇପଡ଼ିଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ଲୋଡ଼ା ପଡୁଥିଲା ଅନ୍ୟର ସାହାରା ।ପରିବାର କହିଲେ ମୋଟ ସାତ ଜଣ! ଭତ୍ତା ମାତ୍ର ପାଞ୍ଚଶହ ଟଙ୍କା!ଦିନରେ ଦି ମୁଠା ଖାଇବାକୁ କଷ୍ଟକର, ପୁଣି ଔଷଧ ଖର୍ଚ୍ଚ, ହୁଇଲ୍ ଚେଆର ଖଣ୍ଡେ ପାଇଁ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସରକାରୀ ବାବୁ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ବସିଥିଲା ବେଳେ ସ୍ଥାନୀୟ ଅଞ୍ଚଳର ସମାଜ ସେବୀ ସାଗରିକା ଦଳାଇଙ୍କ ନଜର କୁ ଆସିଥିଲା ଏ ମାଉସୀର ଖବର ପୁରୀର ଏକ ସିକୃତିପ୍ରାପ୍ତ ସ୍ୱେଚ୍ଛାସେବୀ ସଭ୍ୟ ଙ୍କ ସହ ଆଲୋଚନା କରିଥିଲେ। ପତିତପାବନ ସେବା ସଂଘ ପୁରୀ ର ସଭାପତି ଗୋପବନ୍ଧୁ ଆଚାର୍ଯ୍ୟ ଙ୍କ ସମେତ ବୁଢ଼ୀ ମାଉସୀ ପାଖରେ ତାଙ୍କର କିଛି ସଦସ୍ୟ ପହଞ୍ଚି ପକ୍ଷାଘାତ ରୋଗୀରେ ପୀଡିତ ଥିବା ବୁଢ଼ୀ ମାଉସୀକୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ, ପାଖରେ ଖଣ୍ଡିଏ ହୂଇଲ୍ ଚେୟାର ପାଇ ବୁଢ଼ୀ ମାଉସୀ ବେସ ଖୁସି ଥିବା ସେ ମତ ରଖିଥିଲେ ! ଏପରି ମୋ ବୁଢ଼ୀ ବୟସରେ ମୋ ପାଖରେ ପୁରୀରୁ ଆସି ପତିତପାବନ ସେବା ସଂଘ ପହଞ୍ଚି ମତେ ଯେଉଁ ଉପହାର ଟି ଦେଲେ ମୁଁ ବହୁତ ଖୁସି ଅଛି! ପ୍ରଭୁ ଜଗନ୍ନାଥଙ୍କ ଦରବାରରେ ପ୍ରାର୍ଥନା କରୁଛି ପୁରୀରୁ ଆସିଥିବା ବାବୁ ମା ମାନଙ୍କର ମଙ୍ଗଳ ହେଉ ବୋଲି କୋହୋ ଭରା କଣ୍ଠରେ ବୁଢ଼ୀ ମାଉସୀ କହିଥିଲେ।
ପକ୍ଷାଘାତ ରୋଗୀ ଙ୍କୁ ହୁଇଲ ଚ୍ୟାର ପ୍ରଧାନ କଲେ ପତିତପାବନ ସେବା ସଂଘ ପୁରୀ ।
|
May 30, 2023 |



