ନେହେରୁ ଯୁବ କେନ୍ଦ୍ର ଏବଂ ସିଡ୍ ପକ୍ଷରୁ ସ୍ୱାଧୀନତାର ୭୫ବର୍ଷର ଅମୃତ ମହୋତ୍ସବ ପାଳନ ଅବସରରେ ଯୁୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଯାଜପୁର, ୧୪/୦୩ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଏବଂ ଜିଲ୍ଲାର ପ୍ରମୁଖ ସ୍ୱଚ୍ଛାସେବୀ ଅନୁଷ୍ଠାନ ସିଡ୍‌ର ମିଳିତ ଆନୁକୂଲ୍ୟରେ ସ୍ୱାଧୀନତାର ୭୫ବର୍ଷ ପୁତ୍ତିର ଅମୃତ ମୋହତ୍ସବ ପାଳନ ଅବସରରେ ଯୁୁବ ସଂସଦ କାର୍ଯ୍ୟକ୍ରମ ବନ୍ଦାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ଗବେଷକ ତଥା ସିଡ୍‌ର କାର୍ଯ୍ୟକାରୀ ସଭାପତି ମାନସ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୁବ ସଂସଦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପଂଚାୟତ ଅଧ୍ୟକ୍ଷ ଶ୍ରୀଚରଣ ମଲିକ ଯୋଗଦେଇ ସଂସଦରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମତ ଦେଇଥିଲେ । ସେ ଯୁବକ ଯୁବତୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ଏହାର ସୁବିନିଯୋଗ କରିବାକୁ ପ୍ରେରଣା ଯୋଗାଇଥିଲେ । ମୁଖ୍ୟ ବକ୍ତାଭାବେ ସେଂଟ୍ରାଲ ୱାଟର ବୋର୍ଡ ର ଯୁବ ବୈଜ୍ଞାନିକ ଡକ୍ଟର ସତ୍ୟବତ୍ର ସାହୁ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ନାମରେ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଯୁବକ ଯୁବତୀ ମାନଙ୍କ ଅବଗତ କରାଇବା ସହିତ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଏଲ.ଆଇ.ସିର ଉନ୍ନୟନ ଅଧିକାରୀ ମୁକ୍ତିକାନ୍ତ ମହାରଣା ଯୋଗଦେଇ ସଂସଦରେ ହୋଇଥିବା ବିଭିନ୍ନ ବୀମା ଏହାର କାରଣ ଏବଂ ଉପକାର ଉପରେ ଆଲୋଚନା କରିଥିଲେ । ଏହାକୁ ପଂଚାୟତର ସରପଂଚ ପ୍ରତିଭା ଓଝା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆତ୍ମନିର୍ଭରଶୀଳ ହୋପାରିଥିବା ସୁଭଦ୍ରା ମହାନ୍ତି ଏବଂ ଶ୍ରୀମା ଅରବିନ୍ଦ ଖିଲାଡି ସଂଘର ସଭାପତି ଅଜୟ କୁମାର ବାରିକ ଓ ସମ୍ପାଦକ ଜିତୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇ ସଂସଦର ବିଭିନ୍ନ କଥାକୁ ଉପସ୍ଥାପନା କରିଥିଲେ । ଶେଷରେ ଉମାକାନ୍ତ ବେହେରା ଅତିଥି ପରିଚୟ ଏବଂ ଧନ୍ୟବାଦ ଦେଇଥିଲେ । ସିଡ ପକ୍ଷରୁ ଏହାକୁ ନରହରି ବିହାରୀ, ସାମ୍ବାଦିକ ପ୍ରଶାନ୍ତ ସାମଲ, ଅନୀତା ବେହେରା, କୁଳମଣୀ ବିଶ୍ୱାଳ, ପ୍ରଜ୍ଞା ପରମିତା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପ୍ରା ପରମିତା ସ୍ୱାଇଁ, ନିରଞ୍ଜନ ବିହାରୀ, ଶିବ ପ୍ରସାଦ ବେହେରା, ସନ୍ତୋଷ ମଲିକ, ସନ୍ତୋଷ ରାଉତ, ଚିରଞ୍ଜିବ ମହାନ୍ତି, ସସ୍ମିତା ନାୟକ, ମୋନାଲିସା ବାରିକ, ଶୁଭେନ୍ଦୁ କୁମାର ମହାନ୍ତି, ସୁଭମ ମହାନ୍ତି, ନଗେନ୍ଦ୍ର କୁମାର ମଲିକ, ଚନ୍ଦନ ବେହେରା, ବିରୋକିଶୋର ଦାସଙ୍କ ସମେତ ୫୦ରୁ ଉର୍ଦ୍ଦ ଯୁବକ ଯୁବତୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Related Posts

About The Author

Add Comment