ନୂଆ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ଼ଗାଁର କେବଳ ୨୯

ନୟାଗଡ଼,୧/୦୮/୨୦ (ସନ୍ଧାନ ନିଉଜ) : ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲାରେ ଆଜି ୩୩ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ଓଡ଼ଗାଁ ବ୍ଳକରେ ୨୯ ଜଣ ଆକ୍ରାନ୍ତ ରହିଛନ୍ତି। ଏହି ୩୩ ଜଣଙ୍କ ମଧ୍ୟରୁ ନୟାଗଡ଼ ବ୍ଳକରୁ ୨ଜଣ ଓ ରଣପର ବ୍ଳକରୁ ୨ ଜଣ ହୋଇଥିବାବେଳେ ଆଉ ସବୁ ଓଡ଼ଗାଁ ବ୍ଳକର। ଓଡ଼଼ଗାଁ ବ୍ଳକର ଏହି ୨୯ଜଣ ଆକ୍ରାନ୍ତ ହେଉଛନ୍ତି ସୁନାମୁହିଁ, ଭଗବତୀ ପ୍ରସାଦ, ହରିହରପୁର, ରୋହିବାଙ୍କ, ଶରଧାପୁର ଓ ଓଡ଼ଗାଁ ଥାନାରୁ।

Related Posts

About The Author

Add Comment