“ନୂଆ ଆଲୋକ” ସ୍ୱେଚ୍ଛାସେବୀ ସଦସ୍ୟ ସନାତନଙ୍କ ଚକ୍ଷୁଦାନ
“ନୂଆ ଆଲୋକ” ସ୍ୱେଚ୍ଛାସେବୀ ସଦସ୍ୟ ସନାତନଙ୍କ ଚକ୍ଷୁଦାନ
Manas Kumar Rout |
May 7, 2019 |
ଯାଜପୁର , ୭/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ନୂଆଆଲୋକ ସ୍ୱେଚ୍ଛାସେବୀ ସଂଗଠନର ଅନ୍ୟତମ ସଦସ୍ୟ ତଥା ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତସ୍ଥିତ ହରିପୁର ଗ୍ରାମର ସନାତନ ବରାଳ ଆଜି ତାଙ୍କର ଜନ୍ମଦିନକୁ ଧୂମ ଧାମରେ ପାଳନ ବଦଳରେ କଟକ ଏସ ସି ବି ମେଡିକାଲରେ ତାଙ୍କର ଚକ୍ଷୁଦାନ କରିଛନ୍ତି । ଏହି ଖବର ନୂଆଆଲୋକ ସଂଗଠନର ପ୍ରତ୍ୟେକ ସଦସ୍ୟ ସଦସ୍ୟାଙ୍କ ମନରେ ଅଫୁରନ୍ତ ଆନନ୍ଦ ଓ କାମକରିବାର ଉଦ୍ଦିପନା ଭରିଦେଇଛି । ଗରିବ ନଷ୍ପେସିତ ଜନତାର ସେବାକୁ ଜୀବନର ପରମ ତଥା ଚରମ ବ୍ରତ ବୋଲି ଅନୁଷ୍ଠାନ ଚିନ୍ତାକରି ତାହାର ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରଖିଥିବା ବେଳେ ଆଜି ଶ୍ରୀ ବରାଳଙ୍କର ଚକ୍ଷୁଦାନ ଏକ ଦିଗନ୍ତ ବିସ୍ଥାରୀ ଉଦାହରଣ ସୃଷ୍ଟି କରିଛି । ତେବେ ବହୁ ବୁଦ୍ଧିଜିବୀଙ୍କ ସମେତ ବିଦଗ୍ଧାର ନଦ୍ଦେ ର୍ଶକ ତଥା ନୂଆ ଆଲୋକ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶରତ କୁମାର ଜେନା,ସଂଗଠନର ସଂପାଦକ ଜନ୍ମେଜୟ ମହାନ୍ତି ଓ ନୂଆ ଆଲୋକ ପରିବାର ସ୍ୱେଚ୍ଛାସେବୀ ଶ୍ରୀ ବରାଳଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । 


Report- Manas Rout
Related Posts
About The Author