ନୂଆ ଅଲୋକ ଦ୍ୱାରା ବାରବାଟି ସୋଲି ମାଆର ଘର ଚଟାଣ ପକ୍କାରେ ରୂପାନ୍ତରୀତ ହେଲା

Spread the love

ଯାଜପୁର, ୦୬/୦୯/୨୦ (ସନ୍ଧାନ ନିଉଜ) : ଏମିତି ଜଣେ ଜରାଜୀର୍ଣ୍ଣ ଅସହାୟ ୯୦ ବର୍ଷ ବୟସ୍କ ବୃଦ୍ଧା ମାଆ ସୋଲି ବେଉଆ । ଗ୍ରାମ-ବାରବାଟି, ବ୍ଲକ-ରସୁଲପୁର , ଥାନା -ଧର୍ମଶାଳା, ଯାଜପୁର । କାହିଁ କେତେ ଦିନ ହେବ ଅସହାୟ ଅବସ୍ଥାରେ କେବଳ ମାତ୍ର ଛାତ ପଡିଥିବା ଇଟାଘରଖଣ୍ଡେ ମଧ୍ୟରେ ପଡି ରହିଛି । ଘରକୁ ଗାତକରି, ସାପ,ଗୋଧି ଆଦି ସରିସୃପ ମାନେ ବାସ କରୁଛନ୍ତି । ବର୍ଷା ଅସରାଏ ହେଲେ ମାଟି ଚଟାଣଟି ପାଣି ସନ୍ତ ସନ୍ତ ହୋଇ ବହୁତ ଅସୁବିଧା ହେଉଛି । କିଏ ଅଛି ତାହାର ତା କଥା କୁ ବୁଝିବ । ଏହି କଥା ଯାଜପୁରର ଅନୁଷ୍ଠାନ ନୂଆ ଆଲୋକ ପାଖରେ ପହଂଚିବାରୁ ଗତ ତା ୨୭.୦୮.୨୦ ରିଖରେ ଅନୁଷ୍ଠାନ ସେଠାରେ ପହଁଚି ଘର ଓ ପରିସର ସଫାକରିଥିଲା । ଖାଦ୍ୟ ପାନୀୟ ସହ ମାଶାରୀ ଟାଙ୍ଗି ତାର ନିରାପତ୍ତା ଆଶା କରିଥିଲା । ପରେ ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ପାଇଁ ଟିକେ ବିଳମ୍ବରେ ହେଲେ ବି ଆଜି ତା.୦୬.୦୯.୨୦୨୦ରିଖରେ ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟି ଗ୍ରାମରେ ଅନୁଷ୍ଠାନର ସଦସ୍ୟ ମାନେ ବାଲି ଇଟା, ସିମେଣ୍ଟ. ଚିପସ୍ ମିସ୍ତ୍ରୀ ଆଦି ସାଥିରେ ଧରି ସେହି ସୋଲି ମାଆ ଘର ପାଖରେ ପହଁଚିବା ସହିତ ଘର ଚଟାଣକୁ ଢଳେଇ କରି ଥିଲେ । ପାଣି ସନ୍ତାଉଥିବା ଚଟାଣ ଆଜି ପକ୍କା ହୋଇଛି । ବୃଦ୍ଧା ସୋଲି ମାଅର ଖୁସି କହିଲେ ନସରେ । ଏହା ବ୍ୟତିତ ଘର ଚାରିପଟେ ଥିବା ବଣ ଜଙ୍ଗଲ, କାନ୍ଥ ଅଧାଯାଏ ଲମ୍ବିଥିବା ଉଇହୁଙ୍କା ଆଦିକୁ ଅନୁଷ୍ଠାନଦ୍ୱାରା ସଫାକରାଯିବା ସହିତ ବ୍ଲିଚିଂ ପାଉଡର ଦ୍ୱାରା ପରିସରକୁ ବିଶୋଦ୍ଧିତ କରାଯାଥିବାର ଜଣା ପଡିଛି ।ଏମିତି ଛୋଟ ବଡ ବହୁ କାର୍ଯ୍ୟକ୍ରମ ନୂଆ ଆଲୋକ ହାତକୁ ନେଇ ତାହାର ସମାଧାନ କରୁଛି । ସମସ୍ତ ସଦସ୍ୟ ମାନେ ମଧ୍ୟ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି । ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମ କୁ କିଏ ଦେଖୁଛି ବା ନଦେଖୂଛି ତାହା ମୁଖ୍ୟ କଥା ନୁହଁ , ମାନବ ସେବାକୁ ମାଧବ ସେବାରେ ରୂପାନ୍ତରୀତ କରିବା ଅନୁଷ୍ଠାନର ମୁଖ୍ୟ ବ୍ରତ ହୋଇଛି , ଏହା ହିଁ ମୁଖ୍ୟ କଥା । ନୂଆ ଆଲୋକର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରସଂସା କରାଯାଉଛି ।

Related Posts

About The Author

Add Comment