ବାରିପଦା, ୦୧.୦୧.୨୦୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ ଆହୁରି କଡ଼ାକଡ଼ି ହେବ । ଆସନ୍ତାକାଲିଠୁ ଟୁ ଡ୍ରିଲରରେ ଡବଲ ହେଲମେଟ୍ ନିୟମ ଲାଗୁ ହେବ । ବାଇକ୍ ପଛରେ ବସିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବେ । ନିୟମ ଭାଙ୍ଗିଲେ ଗାଡ଼ି ଚାଳକର ଲାଇଲେନ୍ସ ବାତିଲ କରାଯିବ । ତେବେ ପହିଲାରୁ ଗାଡିର କାଗଜପତ୍ର ଡବଲ ହେଲମେଟ୍ ପାଇଁ ଚେକିଂ ଆରମ୍ଭ ହେବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ମନ୍ତ୍ରୀ । ଏଣିକି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । କେବଳ କଥାରେ ନୁହେଁ, ଏଥର ନିୟମକୁ କଡ଼ାକଡ଼ି କରାଯିବ । ଏହି ଆଇନ ୨୦୧୯ରୁ ପାସ୍ ହେଲାଣି। କରୋନା ପାଇଁ କାର୍ଯ୍ୟକାରୀ ହୋଇନଥିଲା ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଥିଲା। ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିଲେ ଲାଇସେନ୍ସ ରଦ୍ଧ ହେବ ବୋଲି କୁହାଯାଇଥିଲା । ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇ କହିଛନ୍ତି ଯେ, ଜାନୁଆରୀ ପହିଲାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଣିକି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ତେବେ ଜାନୁଆରୀ ମହିଲାରୁ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ । ହେଲେ କୋଭିତ୍-୧୯ ମହାମାରୀ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇ ପାରିନଥିଲା । ବିମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ମୋଟର ଯାନ ଆଇନକୁ କଡାକଡି ଭାବେ ପାଳନ କରାଯିବା ପାଇଁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ନୂଆବର୍ଷରୁ ଡବଲ ହେଲମେଟ୍ ନିୟମ, ବାଇକ୍ ଆରୋହୀ ନିୟମ ନ ମାନିଲେ ଦେବେ ଜରିମାନା
|
January 1, 2021 |
![](https://sandhannews.com/wp-content/uploads/2021/01/t-4-pic.jpg)