‘ନିର୍ଭୟା’ ଯୋଜନାରେ ଭଦ୍ରକ ପୋଲିସକୁ ୧୪ଟି ସ୍କୁଟି ମିଳିଛି

Spread the love
  •  
  •  
  •  
  •  
  •  

ଭଦ୍ରକ, ୧୧.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ। ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସକୁ ମିଳିଲା ୧୪ଟି ସ୍କୁଟି। ଯଦି କୌଣସି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି ତେବେ କିପରି ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କ ପାଖରେ ତୁରନ୍ତ ପହଞ୍ଚି ପାରିବେ, ସେ ନେଇ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ତେଣୁ ତୁରନ୍ତ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଆଜି ନିର୍ଭୟାଯୋଜନାରେ ଭଦ୍ରକ ପୋଲିସକୁ ୧୪ଟି ସ୍କୁଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର।  ଭଦ୍ରକ ସହରର ଚରମ୍ପାସ୍ଥିତ ରିଜର୍ଭ ପୋଲିସ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେକ୍ କାଟି ଏହାର ଶୁଭାରମ୍ଭ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା। ମହିଳାମାନଙ୍କ ସୁରକ୍ଷା ଦିଗରେ ଏହି ସ୍କୁଟି ମାଧ୍ୟମରେ ତୁରନ୍ତ ମହିଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ପ୍ରଦାନ କରିପାରିବେ। ଏହି କାର୍ଯ୍ୟକ୍ରମରେ ରିଜର୍ଭ ପୋଲିସ ଅଧିକାରୀ ମନୋରଞ୍ଜନ ତରେଇଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ତେବେ କୌଣସି ସ୍ଥାନରେ ମହିଳାମାନେ କୌଣସି ଅସୁବିଧାରେ ପଡିଲେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ମିଳିଲେ। ଏହି ସ୍କୁଟି ମାଧ୍ୟମରେ ପୋଲିସ କର୍ମଚାରୀମାନେ ପହଞ୍ଚିବେ

 

Related Posts

About The Author

Add Comment