ନିର୍ଭୟା ମାମଲାର ନ୍ୟାୟ ପାଇଁ ମୌନବ୍ରତ ଆରମ୍ଭ କଲେ ଆନ୍ନା ହଜାରେ

Spread the love

ନୂଆଦିଲ୍ଲୀ, ୨୦/୧୨ (ସନ୍ଧାନ ନିଉଜ) : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତ୍ୱରିତ୍‌ ନ୍ୟାୟ ଦାବି କରି ସମାଜସେବୀ ଆନ୍ନା ହଜାରେ ଶୁକ୍ରବାର ଠାରୁ ମୌନବ୍ରତ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ଅନ୍ତର୍ଗତ ନିଜ ଜନ୍ମ ଭୂମି ରାଲେଗାଓଁ ସିଦ୍ଧି ଗ୍ରାମ ଠାରେ ଆନ୍ନା ମୌନବ୍ରତରେ ବସିଥିବା ଜଣାପଡ଼ିଛି। ଅନିର୍ଦ୍ଦିଷ୍ଟକାଳ ପାଇଁ ସେ ଏହି ମୌନ ବ୍ରତ କରିବେ ବୋଲି କହିଛନ୍ତି। ଅର୍ଥାତ ଯେପର୍ଯ୍ୟନ୍ତ ମୃତକଙ୍କୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ମୌନବ୍ରତ ଜାରୀ ରହିବ ବୋଲି ଆନ୍ନା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆନ୍ନା ହଜାରେ କିଛି ଦିନ ପୂର୍ବେ ଗତ ଡିସେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଏହି ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଯଦି ଡିସେମ୍ବର ୨୦ ତାରିଖ ସୁଦ୍ଧା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନ୍ୟାୟ ମିଳି ନଥିବ ତେବେ ସେ ‘ମୌନବ୍ରତ’ ଆରମ୍ଭ କରିବେ।

Related Posts

About The Author

Add Comment