Homeଜିଲ୍ଲା ପରିକ୍ରମାପୁରୀନିର୍ବାଚନ ପାରି ହେବା ପାଇଁ ବିଜେଡି ବିଧାୟକଙ୍କ ମିଛ ରିପୋର୍ଟ କାରନାମା- ସିଦ୍ଧ ମହାବୀର ପ୍ଲାଏ ଓଭର ନିର୍ମାଣ ଦାବିନେଇ ପୁରୀରୁ ଦିଲ୍ଲୀ ଜୌତିରଂଜନଙ୍କ ଜନଜାଗରଣ ଯାତ୍ରା ନିର୍ବାଚନ ପାରି ହେବା ପାଇଁ ବିଜେଡି ବିଧାୟକଙ୍କ ମିଛ ରିପୋର୍ଟ କାରନାମା- ସିଦ୍ଧ ମହାବୀର ପ୍ଲାଏ ଓଭର ନିର୍ମାଣ ଦାବିନେଇ ପୁରୀରୁ ଦିଲ୍ଲୀ ଜୌତିରଂଜନଙ୍କ ଜନଜାଗରଣ ଯାତ୍ରା Manas Kumar Rout | July 1, 2019 | Spread the love ଭୁବନେଶ୍ୱର, ୩୦/୬ (ସନ୍ଧାନ ନିୟୁଜ/ମାନସ ରାଉତ) ଓଡିଶା ରାଜ୍ୟରେ କଳାକୁ ଧଳା କରିଦିଆଯାଇପାରେ । ରାଜ୍ୟରେ ଆଇଏଏସ ମାନେ ନିଜର ସୁଖ ସ୍ୱାଚ୍ଛନ୍ଦ ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଣିଭଳି ଖଚ୍ଚ କରିପାରନ୍ତି ହେଲେ ସାଧରଣ ଜନତା ଉପକୃତ ହେବା ପାଇଁ ଏଠି ଯୋଜନା କରାଯାଏ ନାହିଁ । କେବଳ କେନ୍ଦ୍ର ଦୋଷ ଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାରେ ଓସ୍ତାଦ ଜଣେ ବିଧାୟକଙ୍କ ଗୁମର ଖୋଲିଛନ୍ତି ଖୋଦ ନିଜ ଅଂଚଳରେ ଏକ ପ୍ଲାଏ ଓଭର ଦାବି ନେଇ ପୁରୀରୀ ଦିଲ୍ଲୀ ପ୍ରର୍ଯ୍ୟନ୍ତ ଜନଜାଗରଣ ପାଇଁ ପଦଯାତ୍ରାରେ ବାହାରିଛନ୍ତି ପୁରୀ ବାସିନ୍ଦା ଜୌତି ରଂଜନ ନାୟକ । ପୁରୀକୁ ପ୍ରତିଦିନ ଶତାଧିକ ପ୍ରର୍ଯ୍ୟଟକ ଆସୁଥିବା ବେଳେ ଏହି ଅଂଚଳରେ ଏକ ଗମନାଗମନ ଦୃଷ୍ଟିରୁ ପ୍ରମୁଖ ମାଧ୍ୟମ । ତାହା ସହିତ କୋର୍ଣାକ ଏବଂ ପୁରୀ ସହିତ କଟକ, ଭୁବନେଶ୍ୱର ଆଦି ଅଂଚଳକୁ ଯିବାର ମଧ୍ୟ ମାଧ୍ୟମ । କିନ୍ତୁ ଏଠାରେ ରହିଥିବା ରେଳଫାଟକଟି ସୁବୁବେଳେ ବନ୍ଦ ହୋଇରହିଛି । ଟ୍ରେନ୍ ଯିବା ଆସିବା ସମୟରେ ପ୍ରତିଦିନ ଗେଟ ବନ୍ଦ ରହୁଥିବାରୁ ମେଡିକାଲକୁ ନେବା ବାଟରେ ବହୁ ରୋଗୀ ଏବଂ ଦୃର୍ଘଟଣା ଜନତି ବ୍ୟାକ୍ତି ମାନେ ମୃତୁ୍ୟବରଣ କରିଥାନ୍ତି । ଏହି କମ୍ରରେ ଜନ ଜାଗରଣ ମଂଚ ବିଭିନ୍ନ ସମୟରେ ଏଠାରେ ପ୍ଲାଏ ଓଭର କରିବା ପାଇଁ ଦାବି ଏବଂ ଆନେ୍ଦାଳନ ଚଳାଇ ଆସୁଛି । କିନ୍ତୁ ରାଜ୍ୟ ସରକାର ଏହା ଉପରେ କୌଣସି ସୁବିଧା କରିନଥିଲେ । ଏପରକି ନିର୍ବାଚନ ସମୟରେ ବିଧାୟକ ମହେଶ୍ୱର ମହାନ୍ତି ଏଠାରେ ୫୩କୋଟି୮୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ବୋଲି କହି ଏକ ସମ୍ବାଦିକ ସମ୍ମଳନୀ ଡକାଇ ଭୋଟ ନେବା ପାଇଁ ରାଜନୀତି କରିଲେ । ମାତ୍ର ଏହା ଅନୁମୋଦନ କରାଯାଇନାହିଁ । ପରେ ଏହାକୁ ନେଇ ଆନେ୍ଦାଳନକାରୀଙ୍କୁ କେନ୍ଦ୍ର ନାମରେ ମିଥ୍ୟା କହି କେନ୍ଦ୍ର ବିରୁଧରେ ସଂଗ୍ରାମ କରିବା ପାଇଁ ବିଧାୟକ ମହାଶୟ ମଧ୍ୟ ପ୍ରକାଶ କରିଥିଲେ । ଏପରକି ଜନଜାଗରଣ ମଂଚ ପକ୍ଷରୁ ରାଜ୍ୟପାଳ ଗଣେଷୀ ଲାଲ, ଜାତୀୟ ରାଜପଥ କର୍ତ୍ତପକ୍ଷ ଏବଂ ସଡକ ବିକାଶ ବିଭାଗର ନୂଆଦିଲ୍ଲୀକୁ ମଧ୍ୟ ଜଣାଯାଇଥିଲା । ସମସ୍ତ ଏହାର ସମାଧାନ ପାଇଁ କହିଥିବା ବେଳେ କେହି ଆନ୍ତରିକତା ଦେଖାଇନଥିଲେ । ଫଳରେ ବାଧ୍ୟ ହୋଇ ପଦଯାତ୍ରା କରିବାର ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭିଟି ସମସ୍ୟା ଜଣାଇବା ଆଶାରେ ଦିଲ୍ଲୀ ବାହାରିଥିବା ଜୌତି ପ୍ରକାଶ କରିବା ସହିତ ଏହି ରେଳଫାଟକ ପାଇଁ ତାଙ୍କ ବାପା ଏବଂ ଭଉଣୀର ଯିବନ ଯାଉଥିବା କଥା କ୍ଷ୍ୟଭର ସହ ପ୍ରକାଶ କରିଛନ୍ତି । ତେବେ ଜନସାଧରଣଙ୍କ ସମସ୍ୟାକୁ ସମାଧାନ ନକରି ବିଧାୟକ ଯେ ମିଛ କହି ଭୋଟ ହାତେଇବାରେ ଲାଗିଥିଲା ତାହା ଏବେ ପଦାରେ ପଡିଛି । ତେବେ ଏହା ମଧ୍ୟ ଦେଖିବାକୁ ବାକି ରହିଲା କେନ୍ଦ୍ରସରକାର ଏବଂ ପ୍ରଧାନମନ୍ତ୍ରୀ ଜୌତିଙ୍କ ଭେଟିବାକୁ ସଯୋଗ ଦେବେ ନାଁ ନାହିଁ ଏବଂ ତାଙ୍କ ସମସ୍ୟା ଶୁଣିବେ ନାା ନାହିଁ ତାହା ସମୟ କହିବା । ତେବେ ଜୌତିଙ୍କ ଏଭଳି କାଯଁ୍ୟକୁ ସମସ୍ତେ ପ୍ରଂଶଶସା କରିବା ସହିତ ଅନେକ ସ୍ୱଚ୍ଛାସେବୀ ମାନେ ତାଙ୍କୁ ବଧେଇ ଜଣାଇଛନ୍ତି । ଜୌତି ରଂଜନ ୨୫ତାରିଖରୁ ପୁରୀରୁ ବାହାରି ୯୦ଦିନ ଭିତରେ ଦିଲ୍ଲୀରେ ପଂହଚିବାର ଯୋଜନା ରଖିଛନ୍ତି । ପ୍ରତିଦିନ ସେ ୨୦ରୁ ୨୫କିମି ଯାତ୍ରା କରୁଥିବା ବେଳେ ଅଧିକ କରିପାରୁନଥିବା ପ୍ରକାଶ କରିଛନ୍ତି । Related Posts ମହିଳାମାନେ କେଉଁ ବୟସରେ ରୋମାନ୍ସ କରିବାକୁ ପସନ୍ଦ କରନ୍ତି ? February 4, 2020 | Biswajit Parida | ଅଧିକ ପଢନ୍ତୁ ଗ୍ରାମ ସେବକ ନିଯୁକ୍ତିରେ ବ୍ୟପକ ଅନୀୟମିତତା, ବ୍ୟପକ ଅର୍ଥ କାରାବର ଅଭିଯୋଗ November 29, 2018 | Manas Kumar Rout | ଅଧିକ ପଢନ୍ତୁ ଦୋକାନ ସିଲ୍ ପାଇଁ ପ୍ରଶାସନକୁ ଚିଠି ଲେଖିଲା ପୋଲିସ୍ June 25, 2020 | Manas Kumar Rout | ଅଧିକ ପଢନ୍ତୁ ବୁଲା ଭାଇ ଢ଼ାବାର ସଚେତନତା କାର୍ଯ୍ୟକ୍ରମ ଏବଂ ରାସନ ବଂଟନ ଜାରି April 12, 2020 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଗ୍ରାମ ସେବକ ନିଯୁକ୍ତିରେ ବ୍ୟପକ ଅନୀୟମିତତା, ବ୍ୟପକ ଅର୍ଥ କାରାବର ଅଭିଯୋଗ November 29, 2018 | Manas Kumar Rout | ଅଧିକ ପଢନ୍ତୁ
ବୁଲା ଭାଇ ଢ଼ାବାର ସଚେତନତା କାର୍ଯ୍ୟକ୍ରମ ଏବଂ ରାସନ ବଂଟନ ଜାରି April 12, 2020 | Manas Kumar Rout | ଅଧିକ ପଢନ୍ତୁ