ନାରୀ ଓ ପୁରୁଷ

Spread the love
  •  
  •  
  •  
  •  
  •  

ଲିଙ୍ଗରାଜ ପଣ୍ଡା ,ବାରିପଦା

ନାରୀମାନଙ୍କର ସମସ୍ତ ଅଧିକାର ରହିବା ଉଚିତ । କିନ୍ତୁ ଗୋଟିଏ ଅଧିକାର ରହିବା ଉଚିତ ନୁହେଁ, ତାହା ହେଉଛି ରାଜନୈତିକ ଅଧିକାର । ରାଜନୈତିକ ଦାୟିତ୍ୱ ସମ୍ପାଦନ କରିବାରେ ସେମାନେ ପୁରୁଷଙ୍କର ସମକକ୍ଷ ହୋଇ ନ ପାରନ୍ତି । ନାରୀ ପୁରୁଷତୁଲ୍ୟ ସର୍ବସ୍ ତ୍ୟାଗ କରି ନ ପାରେ । ପୁରୁଷ ନିଜର ଆଦର୍ଶ ପାଇଁ ନିଜର ଜୀବନ, ନିଜର ପରିବାର, ନିଜର ଘରଦ୍ବାର ଓ ସ୍ବାର୍ଥକୁ ଜଳାଞ୍ଜଳି ଦେଇପାରେ । ନାରୀ କିନ୍ତୁ ସେଥିପାଇଁ ପ୍ରସ୍ତୁତ ନୁହେଁ ।

ଟଲଷ୍ଟୟ ନାରୀମାନଙ୍କୁ ଲକ୍ଷ୍ୟ କରି କହିଥିଲେ, ହେ ନାରୀ, ତୁମେ ଜୀବନର ପ୍ରକୃତ ନିର୍ଯ୍ୟତନା ଓ ଯନ୍ତ୍ରଣା ଭୋଗକର । ପ୍ରେମର ପରିଣତି ସଦୃଶ ଦୀର୍ଘ ନଅମାସ ଗର୍ଭଧାରଣ ପରେ ତୁମ୍ଭେ ଯେଉଁ ମରଣାନ୍ତକ ପ୍ରସବ ବେଦନା ଅନୁଭବ କର, ତାହା କଣ ଜୀବନର ପ୍ରକୃତ ବେଦନା ନୁହେଁ କି ? ତୁମେ ସେହି ବେଦନାର ସୀମା ଅତିକ୍ରମ କରି ଯେତେବେଳେ ସଦ୍ୟଜାତ ଶିଶୁର ମୁଖ ଦର୍ଶନ କର, ତାହା କଣ ଅନନ୍ତ ତୃପ୍ତି ନୁହେଁ କି ? ସେ ବେଦନା, ସେ ତୃପ୍ତି ତୁମ୍ଭେ ହିଁ ଏକା ଜାଣ ।

ସେହି ଗଭୀର ବେଦନା ଓ ଯନ୍ତ୍ରଣା ପରେ ତୁମେ ପୁଣି ବେଦନା ଓ ଯନ୍ତ୍ରଣା ପାଇଁ ପ୍ରସ୍ତୁତ ହୋଇଥାଅ । ସମୟରେ ତୁମେ ଘଣ୍ଟା ଘଣ୍ଟା ଧରି କି ଦିନ କି ରାତି ଆକୁଳ ନୟନରେ ଅପେକ୍ଷା କରି ବସିଥାଅ । ପୁଣି କେତେବେଳେ ଛାତି ଉପରେ ରୁଗଣ ଶିଶୁକୁ ସ୍ତନ୍ୟ ଦାନ କରି ମନ୍ଦିର ଗତିରେ ଚାଲିଥାଏ । କାହାର ପ୍ରଶଂସା ପାଇଁ ଅପେକ୍ଷା ନ କରି କିମ୍ବା କୌଣସି ଲାଭର ଆଶା ନ ରଖି ଯେତେବେଳେ ନିଜକୁ ପଳ ପଳ କରି ବିସର୍ଜନ କର, ସେତେବେଳେ ଗସପେଲର ବଣ୍ଡିତ ସେହି ସରଳ ନିରୀହ ଶ୍ରମିକର କଥା ମନେପଡେ । ଜୀବନର ସତ୍ୟ କଣ, ମିଥ୍ୟ କଣ, ପ୍ରତାରଣା କଣ, ଛଳନା କଣ, ତୁମେ ତାହା ସହଜରେ ଉପଲବ କରିପାରେ ।

ପ୍ରକୃତ ତ୍ୟାଗ ହେଉଛି ଈଶ୍ଵରଙ୍କ ଆଦେଶ ପାଳନ କରିବାରେ ଯାହାଙ୍କର ନିର୍ଦ୍ଦେଶ ହୃଦୟରେ ଅନୁଭବ କର । ଆମର ପରିକଳ୍ପିତ ଗୋଷ୍ଟିର ନାରୀ ବର୍ତ୍ତମାନ ସୁଦ୍ଧା ପୁରୁଷ ଅପେକ୍ଷା ଶକ୍ତିଶାଳିନୀ । ଏହାର କାରଣ ତାହାର ରୂପ ଆକର୍ଷଣ ନୁହେଁ, କିମ୍ବା ତାହାର କାର୍ଯ୍ୟ ସାଧନ କରିବାର ଚତୁରତା ନୁହେଁ । ଏହାର କାରଣ ସେ ପ୍ରକୃତିର ନିୟମ ଲଙ୍ଘନ କରି ନିଜ କର୍ତ୍ତବ୍ୟରେ ବ୍ୟତିକ୍ରମ ଘଟାଇ ନପାରେ । ସେ ନିଜ ଜୀବନକୁ ବିପନ୍ନ କରି ମଧ୍ୟ ପ୍ରସବ
ବେଦନା ବରଣ କରିଥାଏ- ଯାହା କି ଧନୀ ପରିବାର ସହଜରେ ଉପେକ୍ଷା କରିଥାଏ ।

ନାରୀ ପୁରୁଷକୁ କହିପାରେ- ହେ ପୁରୁଷ, ତୁମେ ତୁମ କର୍ଭବ୍ୟରୁ ପଥଭ୍ରଷ୍ଟ ହୋଇଛି । ସେଥିପାଇଁ ଆମ୍ଭମାନଙ୍କୁ ପ୍ରସବ ବେଦନା ସହ୍ୟ କରିବାକୁ ଚାହିଁ । ଯଦି ତାହା ହୁଏ, ତେବେ ତୁମେ ଜୀବନର ବିଭିନ୍ନ କ୍ଷେତ୍ରରେ; ଯଥା- ବ୍ୟାଙ୍କ, ସରକାରୀ କାର୍ଯ୍ୟ, ବିଶ୍ୱ ବିଦ୍ୟାଳୟ, ତୁମେ ଯେଉଁ ଦାୟିତ୍ବ ବହନ କର, ଆମେ ମଧ୍ୟ ଶ୍ରମ ବିଭାଗ ଆଦର୍ଶରେ ତୁମ ସହିତ ସହଯୋଗ କରିବାକୁ ଚାହୁଁ । ପ୍ରତ୍ୟେକ ବ୍ୟକ୍ତି ସେ ପୁରୁଷ ହେଉ ବା ନାରୀ ହେଉ, ତାହାର ବୃଦ୍ଧି ମାନବ ସମାଜର ସେବା କରିବାରେ ଅନ୍ତର୍ଗତ ହେବା ଉଚିତ । ନାରୀ ଓ ପୁରୁଷ ମଧ୍ୟରେ ଯେଉଁ ପ୍ରଭେଦ ତାହ କେବଳ ଏହି ଲକ୍ଷ୍ୟ ସାଧନ କରିବାର ଉପାୟ ଉପରେ ନିର୍ଭର କରେ । ଏହାର ଅର୍ଥ ସେମାନେ ଯେଉଁ ଉପାୟରେ ମାନବସମାଜର ସେବା କରନ୍ତି । ମାନବସମାଜର ସେବା ଦ୍ବିବିଧ ଉଦ୍ଦେଶ୍ୟଯୁକ୍ତ । ପ୍ରଥମ ହେଉଛି ସମାଜର ନରନାରୀଙ୍କର ମଙ୍ଗଳସାଧନ । ଦ୍ବିତୀୟ ହେଉଛି ସମାଜର ବିକାଶ ଓ ଉତ୍ପାଦନ । ପ୍ରଥମ କ୍ଷେତ୍ରରେ ପୁରୁଷମାନେ ହିଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଦ୍ବିତୀୟ ଉଦେଶ୍ୟ ପାଇଁ ନାରୀମାନେ ହିଁ ସର୍ବଶ୍ରେଷ୍ଠ ଓ ସର୍ବାପେକ୍ଷା ଅଧ୍ବକ ଉପଯୁକ୍ତ । ସେଥିପାଇଁ ମନୁଷ୍ୟର ବୃତ୍ତ ଓ ଧନ୍ଦା ବହୁମୁଖୀ; କିନ୍ତୁ ନାରୀର ବୃଦ୍ଧି ଓ ଧନ୍ଦା ସୀମିତ ଓ ନିର୍ଦ୍ଦିଷ୍ଟ ।

ମୋ ମତରେ ସେହି ରମଣୀ ହେଉଛି ଆଦର୍ଶ ରମଣୀ, ଯେ ଯୁଗର ଜୀବନଧାରା ଉପଲବ୍ଧ କରି ତାହାର ସମୟ, ଶକ୍ତି ସର୍ବାପେକ୍ଷା ଅଧିକ ସଂଖ୍ୟକ ଶିଶୁଙ୍କର ଲାଲନପାଳନ ଓ ଶିକ୍ଷା କାର୍ଯ୍ୟ ସାଧନ କରିପାରିବ । ତଦ୍ୱାରା ସେ ମାନବ ସମାଜର ସେବା ପାଇଁ ସଂଖ୍ୟାଧିକ ଶିଶୁଙ୍କୁ ତାଲିମ କରିପାରିବ । ତେବେ ଏଠାରେ ପ୍ରଶ୍ନ ଉଠେ, ଯେଉଁ ନାରୀମାନେ ନିଃସନ୍ତାନ କିମ୍ବା ଅବିବାହିତ ସେମାନେ କଣ କରିବେ ? ସେମାନେ ପୁରୁଷର ବିଭିନ୍ନ କାର୍ଯ୍ୟରେ ସହାୟତା କରିପାରନ୍ତି । କିନ୍ତୁ ଦୁଃଖର କଥା, ବହୁ ନାରୀ ସେମାନଙ୍କର ମୌଳିକଅଧିକାରରୁ ଜାଣି ଜାଣି ନିଜକୁ ବଞ୍ଚିତ କରିଥାନ୍ତି । ଶିଶୁମାନଙ୍କର ଲାଳନପାଳନ ପରେ ଯେବେ ସମୟ ମିଳେ ତାହେଲେ ନାରୀ ପୁରୁଷକୁ ତାହାର କର୍ମକ୍ଷେତ୍ରରେ ସାହାଯ୍ୟ କରିପାରେ । ମାତ୍ର ସନ୍ତାନ ଧାରଣକ୍ଷମ କୌଣସି ତରୁଣୀ ଯେବେ ପୁରୁଷ କାର୍ଯ୍ୟରେ ନିଯୁକ୍ତ ହୁଏ, ସର୍ବାପେକ୍ଷା ଦୁର୍ଭାଗ୍ୟଜନକ ବୋଲି ଜାଣିବାକୁ ହେବ । ଏହା ଠିକ୍ ମାଟି ଉପରେ କୌଣସି ପରଦା ପକାଇବା ସଦୃଶ; ଅତ୍ୟନ୍ତ କରୁଣ ଓ କ୍ଷତିକାରକ । ମାଟିରୁ କେବଳ ଶସ୍ୟ ଉତ୍ପାଦିତ ହୋଇଥାନ୍ତା; କିନ୍ତୁ ସେ ତରୁଣୀ ସୃଷ୍ଟି କରିଥାନ୍ତା ମାନବସମାଜ ।

ପ୍ରତ୍ୟେକ ନାରୀ, ତାର ବେଶଭୁଷା ଯେତେ ଚମତ୍କାର ହେଉ ପଛକେ, ତାହାର ଆସନ ସିଂହାସନ ପାଖରେ ଥାଉ ପଛକେ, ସେ ବିଜ୍ଞାନରେ ପଣ୍ଡିତା ହୋଇପାରେ, ସେ ତାହାର ବାସନା ଚରିତାର୍ଥ କରିବା ପାଇଁ ସଙ୍ଗ । ବା ସାଥୀ ପାଇପାରେ; କିନ୍ତୁ ସେ ଯେବେ ମାତୃତ୍ଵର ସମ୍ଭାବନାକୁ ଧ୍ବଂସ କରେ, ତେବେ ସେ ନାରୀ ନୁହେଁ ସେ ହେଉଛି ବେଶ୍ୟ ।ଯେଉଁ ନାରୀ ଯେତେ ପତିତା ହେଲେ ମଧ୍ୟ, ସ୍ବାମୀ ନିକଟରେ ମାତୃତ୍ବପ୍ରାପ୍ତିର ସମ୍ଭାବନାରେ ନିଜକୁ ସମର୍ପଣ କରିଥାଏ, ସେ ଜୀବନରେ ଶ୍ରେଷ୍ଟ ଲକ୍ଷ୍ୟ ସାଧନ କରିଥାଏ । ତାହା ଅପେକ୍ଷା ଅଧ୍ବକ ମହାୟସୀ ମହିଳା ଥାଇ ନ ପାରନ୍ତି । ଏତାଦୃଶ ନାରୀ ଶକ୍ତିଶାଳୀ ପୁରୁଷ ଉପରେ ମଧ୍ୟ ନିଜର ଶକ୍ତି ଜାହିର କରିପାରେ । ସେମାନେ ଏକ ନୂତନ ସମାଜ ସୃଷ୍ଟି କରିପାରନ୍ତି; ଜନମତକୁ ନିୟନ୍ତ୍ରିତ କରିପାରନ୍ତି । ସେମାନେ ଆଧୁନିକ ଯୁଗର ଦୁଃଖ, ଦୁର୍ଗତି ଓ ଦୁର୍ନୀତିରୁ ମାନବସମାଜକୁ ରକ୍ଷା କରିବା ପାଇଁ ଯଥାର୍ଥ ସାମର୍ଥ ଓ ଶକ୍ତିର ଅଧିକାରୀ ହୋଇ ପାରନ୍ତି । ହେ ନାରୀ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଜନନୀ ସେମାନଙ୍କ ଉପରେ ବିଶ୍ଵର ମୁକ୍ତି ନିର୍ଭର କରେ ।

ସ୍ତ୍ରୀ ପୁରୁଷଙ୍କର ବିବାହ ନିୟନ୍ତ୍ରିତ ହେବା ଉଚିତ । ସାଧାରଣତଃ ଯୁବକ ଯୁବତୀ ଯୌନ ଉନ୍ମାଦନାରେ ମିଳିତ ହୁଅନ୍ତି । ଯୁବତୀ ଗର୍ଭବତୀ ହୁଏ । ସେହି ସମୟରେ ଦୁହେଁ ଭାଇ ଭଉଣୀ ପରି ବାସ କରନ୍ତି । ଶିଶୁ ପ୍ରତି ଯେପରି କୌଣସି ବାଧା ନ ଆସେ, ସେମାନେ ସତର୍କ ରୁହନ୍ତି । ସନ୍ତାନ ଜନ୍ମପରେ ଯୁବତୀ ତାହାର ଲାଳନପାଳନ କରେ । ଏହି ସମୟରେ ସେ ଯୌନ ଉତ୍ତେଜନାକୁ ପ୍ରଶ୍ରୟ ଦିଏ ନାହିଁ । ସେ ଏକ ନିର୍ମଳ, ନୈତିକ ସ୍ଵାସ୍ଥ୍ୟ ଯୋଗୁଁ ଖୁବ ପ୍ରଫୁଲ୍ ରହେ । ଏହିପରି କିଛିଦିନ ଅତିକ୍ରାନ୍ତ ହୁଏ । ଯୁବକ-ଯୁବତୀ ପୁନର୍ବାର ଯୌନ ଉନ୍ମାଦନାରେ ମିଳିତ ହୁଅନ୍ତି । ଏହାପରେ ପୁଣି ସଞ୍ଜମ ଓ ବିଶ୍ରାମର ସମୟ ଆସେ ।

 କେବଳ ସମସ୍ୟାର ସମାଧାନ ନୁହେଁ । ତଦ୍ୱାରା ବିଶ୍ଵର ବା ମାନବର କାହାର ହେଲେ ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ । ଅବଶ୍ୟ ଏହାଦ୍ବାରା ମାନବଜାତିର ସଂରକ୍ଷଣ ଓ ଉତ୍ତରୋତ୍ତର ବିକାଶ ଉତ୍ପାଦନ ସମ୍ଭବ ହୋଇଥାଏ । ବିବାହ କରି ଜନସଂଖ୍ୟା ବୃଦ୍ଧି କରିବା ଅପେକ୍ଷା ସେହି ଲକ୍ଷ ଲକ୍ଷ ଅସହାୟ, ଅନାଥ ଶିଶୁଙ୍କୁ ଲାଳନପାଳନ କରିବା ସହଜ ହୁଅନ୍ତା । ସେମାନେ ନିଜର ପେଟକୁ ଗଣ୍ଡେ ଖାଇବାକୁ ପାଇ ନ ଥାନ୍ତି ସେମାନଙ୍କର ଆମ୍ବାର ମୁକ୍ତି ପାଇଁ ଖାଦ୍ୟ ଦେବା ଅପେକ୍ଷା ସେମାନଙ୍କର ପେଟକୁ ଗଣ୍ଡେ ଯୋଗାଇ ଦେଇ ପାରିଲେ କେଡେ ଭଲ ହୁଅନ୍ତା; ନାରୀ ଓ ସତୀତ ଏହା ସମ୍ପର୍କରେ ପ୍ରତ୍ୟେକ ଧର୍ମରେ ବିଭିନ୍ନ ବ୍ୟାଖ୍ୟା ଦିଆଯାଇଛି । ହୁଏତ ସେ ସବୁ ବ୍ୟାଖ୍ୟା ପ୍ରତ୍ୟାଖ୍ୟାନ କରିବା ସମ୍ଭବ ହୋଇପାରେ, କିନ୍ତୁ ଯଦି ଧର୍ମର ଆଦର୍ଶ ଗ୍ରହଣ କରୁ, ତାହାହେଲେ ଆମକୁ ସ୍ବୀକାର କରିବାକୁ ପଡିବ ଯେ ଧର୍ମର ଉଦେଶ୍ୟ ହେଉଛି ପୂର୍ଣ୍ଣ ସତୀତ୍ଵ ।

ଦୁନିଆରେ କୋଟି କୋଟି ଶିଶୁଙ୍କର ଦାନା ପାଇଁ ବ୍ୟବସ୍ଥା ହୋଇପାରିବ କି ନାହିଁ, ମଣିଷ ଯେବେ ଏହି ଚିନ୍ତା କରିଥାନ୍ତା, ତାହାହେଲେ ସେ ନୈତିକ ପତନ ବ୍ୟତୀତ ବିବାହ ପ୍ରସ୍ତାବ ଭାବିପାରନ୍ତା ନାହିଁ । ପ୍ରତ୍ୟେକ ଯୁବକ ଯୁବତୀ ସେମାନଙ୍କର ପିତାମାତାଙ୍କ ଦ୍ବାରା ଓ ଜନସାଧାରଣଙ୍କ ଦ୍ଵାରା ପ୍ରେମ ଓ ବିବାହ ସମ୍ପର୍କୀୟ ଯଥାର୍ଥ ତାଲିମ୍ ପାଇବା ଉଚିତ । ଏହା ବିବାହ ପୂର୍ବରୁ ହୋଇପାରେ କିମ୍ବା ବିବାହ ପରେ ହୋଇପାରେ । କବିମାନେ ଯେପରି ଏହାକୁ କଳ୍ପନାବିଳାସ ବୋଲି ବିଚାର କରନ୍ତି, ଏହା ସେପରି ନୁହେଁ । କାରଣ ଏଠାରେ ପଶୁସ୍ତରରୁ ମଣିଷସ୍ତରକୁ ଉନ୍ମଭ ହେବାକୁ ପଡିବ । ବିବାହକାଳୀନ ଶପଥ, ସତ୍ୟ ଓ ପ୍ରତିଜ୍ଞା ଭଙ୍ଗ କରିବା ସର୍ବାପେକ୍ଷା ଅଧୁକ ଜଘନ୍ୟ ଅପରାଧ ବୋଲି ବିଚାର କରିବାକୁ ହେବ ।

ସତୀତ୍ କୌଣସି ଏକ ନିୟମ ବା ଆଦର୍ଶ ନୁହେଁ । ଏହା ଏକ ବ୍ୟାପକ ଆଦର୍ଶର ଅଂଶମାତ୍ର । ଆଦର୍ଶର କାର୍ଯ୍ୟକାରିତା ଅନେକ ସମୟରେ ଅସୀମ ମାନବସ୍ତରରେ ରହିଯାଏ । ଏହାର କାର୍ଯ୍ୟକାରିତା କେବଳ ଚିନ୍ତାରେ ସମ୍ଭବ ହୋଇଥାଏ । ଅନେକ ସମୟରେ ଆଦର୍ଶର ଯଥାର୍ଥତା ତାହାର କାର୍ଯ୍ୟକାରିତାରେ ମଧ୍ୟ ନ ଥାଏ । ସତୀତ୍ ଏକ ଆଦର୍ଶ ଏବଂ ଏହାର ଭିତ୍ତିଭୂମି ବରାବର ମଣିଷ ମନ ଭିତରେ ହିଁ ନିହିତ ଥାଏ । ସଂକୀର୍ଣ୍ଣ ସ୍ଵାର୍ଥଦୃଷ୍ଟିରୁ ଏହି ପ୍ରଶ୍ନର ବିଚାର କରିବା ଉଚିତ୍ ନୁହେଁ ।

ଯେଉଁ ନାରୀ କେବଳ ଯୌନଲାଳସା ଚରିତାର୍ଥ କରିବା ପାଇଁ ବଞ୍ଚିରହେ ତାହାର। ଜୀବନ ଶୋଚନୀୟ ଓ ନିନ୍ଦନୀୟ । ତେବେ ଏପରି ହୀନ ମନୋବୃଭିର ହେତୁ କଣ ହୋଇପାରେ ? ଏକମାତ୍ର ହେତୁ ହେଉଛି ଆଦର୍ଶର ଅଭାବ, ବଳିଷ୍ଠ ଦୃଷ୍ଟି କୋଣର ଅଭାବ । ନାରୀଜୀବନର ପତନ ଓ ଧ୍ବଂସ କିପରି ଘଟିଥାଏ, ଟଲଷ୍ଟୟ ତାହା ଗୋଟିଏ ଚରିତ୍ର ହୀନା ଜନନୀର ଉଦାହରଣ ଦେଇ ବୁଝାଇ ଦେଇଥିଲେ । ଜଣେ ସ୍ତ୍ରୀ ଲୋକ ତାହାର ଯୁବତୀ କନ୍ୟାକୁ ହୀନ କାର୍ଯ୍ୟରେ ନିଯୁକ୍ତ କରି ଅର୍ଥ ଅର୍ଜନ କରୁଥିଲା । ସେ ସେହି ପତିତା ତରୁଣୀକୁ ରକ୍ଷା କରିବାକୁ ଚାହିଁଥିଲେ; କିନ୍ତୁ ତାହା କଣ ସମ୍ଭବ ? ସେ ତେଣୁ କି ପରିସ୍ଥିତିରେ ସେହି ସ୍ତ୍ରୀଲୋକ ପରଥମେ ନିଜେ ବିପଥଗାମୀ ହୋଇଥିଲା, ତାହା ଅନୁଧ୍ୟାନ କରିବା ପାଇଁ ଚାହିଁଥିଲେ । ମହାତ୍ମା ଗାନ୍ଧୀ ସ୍ତ୍ରୀ-ପୁରୁଷଙ୍କର ବିବାହକୁ କେବଳ ଦୈହିକ ମିଳନର ଅନୁଷ୍ଠାନ ବୋଲି ବିବେଚନା କରି ନଥିଲେ । ସେ କହିଥିଲେ, ଦୈହିକ ମିଳନ ମାଧ୍ୟମରେ ବିବାହ ଦ୍ଵାରା ସ୍ତ୍ରୀ-ପୁରୁଷଙ୍କର ଆଧାର୍ମିକ ମିଳନ ଘଟିଥାଏ । ନାରୀ ଅହିଂସାର ପ୍ରତିମୂର୍ତ୍ତି । ଅହିଂସାର ଅର୍ଥ ପ୍ରେମ । ନାରୀ ପରିବାରକୁ ନିଜର ତ୍ୟାଗରେ ସୁଖମୟ ଓ ପ୍ରେମମୟ କରିପାରେ । ସେ ମଧ୍ୟ ପରିବାରର ଧ୍ବଂସସାଧନ କରିପାରେ।

ମହାତ୍ମା ଗାନ୍ଧୀ କହିଥିଲେ, ଜାତିର ମୁକ୍ତି ନାରୀର ତ୍ୟାଗ ଓ ସହିଷ୍ଣୁତା ଉପରେ ନିର୍ଭର କରେ । ସେ ଯୌତୁକ ପ୍ରଥାର ବିରୋଧ କରିଥିଲେ । ସେ କହିଥିଲେ, ବିବାହ ସମାଜର ବିକାଶ ପାଇଁ ଆବଶ୍ୟକ । ସାର୍ଥକ ବିବାହ ଉଭୟ ପରିବାର ଓ ସମାଜର ବିକାଶସାଧନ କରିପାରେ । ହିନ୍ଦୁ ଧର୍ମରେ ବିବାହକୁ ଏକ ଆଶ୍ରମ ବୋଲି ବର୍ଣ୍ଣନା କରାଯାଇଛି । ଛାଡପତ୍ର ପ୍ରଥା ମାରାତ୍ମକ । ସେଥପାଇଁ ଦୈହିକ ବନ୍ଧନ ଅପେକ୍ଷା ନୈତିକ ବନ୍ଧନ ହିଁ ସ୍ତ୍ରୀ-ପୁରୁଷଙ୍କୁଅଧିକ ଆକୃଷ୍ଟ କରିପାରେ ।

Related Posts

About The Author

Add Comment