ନାମାଙ୍କନ ଦାଖଲ କଲେ ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତ ରାୟ

Spread the love

ଯାଜପୁର/୧୩/୦୫/ସନ୍ଧାନ ନିୟୁଜ୍)ଆଜି ଧର୍ମଶାଳା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବରେ ପ୍ରଣବ କୁମାର ବଳବନ୍ତରାୟ ଏକ ବିଶାଲ ପଟୁଆରରେ ନାମାଙ୍କନ
ପତ୍ର ଦାଖଲ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ସକାଳ ୯ ଘଟିକା ସମୟରେ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ୫୪ ଗୋଟିପ ।ୟତର ପ୍ରାୟତଃ ୩୦ ହଜାର ଲୋକଙ୍କୁ ନେଇ ବିରାଟ ବାଇକ୍ ଶୋଭାଯାତ୍ରା ମାଧ୍ୟମର ବାହାରିଥିଲେ । ଏହି ଶୋଭାଯାତ୍ରାରେଏଭଳି ଭିଡ଼ ହୋଇଥିଲା ଯେ କିଛି ଲୋକ ନଯାଇ ପାରି ବିଧାୟକଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ରୋଚକ କଥା ଥିଲା ସ୍ଥାନେ
ସ୍ଥାନେ ସାଧାରଣ ଜନତା, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଯେଇଁ
ବିକାଶର ପ୍ରଗତିର ସ୍ରୋତ ପ୍ରଣବ ବଳବନ୍ତରାୟ ଦୀର୍ଘ ୧୦ ବର୍ଷ ଧରି କରିଛନ୍ତି ଆଜି ତାର ନମୁନା ଦେଖିବାକୁ ମିଳିଥିଲା ଧର୍ମଶାଳା
ନିର୍ବାଚନ ମଣ୍ଡଳୀରେ ଯାହାକି ସ୍ୱତପ୍ରକୃତ ଭାବରେ ଯୁବ, ଛାତ୍ର, ମହିଳା ଓ ବରିଷ୍ଠ ମାନେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ
ହୋଇଥିଲେ । ଯାଜପୁର ଟାଉନରେ ବିଜୁ ପଟ୍ଟନାୟକ ଛକ ଠାରୁ ହଜାର ହଜାର ସଙ୍ଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ
ସାମିଲ ହୋଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଧାୟକଙ୍କୁ ପାଛୋଟି ନେଇଥିଲେ ।

Related Posts

About The Author

Add Comment