ବାଲେଶ୍ଵର ୪/୮(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡ଼ିକାଲ ହାଜାର୍ଡ ଓ୍ବେଷ୍ଟେଜ୍ ପ୍ରକଳ୍ପ ଦ୍ବାରା ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ବେଳେ ରୋଗୀ ତଥା ଡାକ୍ତରଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଯାହାକି, ମାଟିରେ ମିଶିବ ନାହିଁ, ସେଥିରୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି, ତାହାକୁ ପୋଡ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ ହାଜାର୍ଡ ଓ୍ବେଷ୍ଟେଜ୍ ସ୍ୱତନ୍ତ୍ର ପ୍ରକଳ୍ପ କରାଯାଇ କାର୍ଯ୍ୟ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଦିଆଯାଇଛି। ଏଥିପାଇଁ ମାସିକ ଅଢ଼େଇ ଲକ୍ଷ ଏବଂ ବାର୍ଷିକ ୨୦ରୁ ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ପ୍ରଦାନ କରାଯାଉଛି। ଉକ୍ତ ବର୍ଜ୍ୟବସ୍ତୁକୁ ବାୟୋ ହାଜାର୍ଡ ସ୍ୱତନ୍ତ୍ର ଗାଡ଼ି ଦ୍ବାରା ନିଆଯାଇ ସହରର ଅଳ୍ପ ଦୂରରେ ଥିବା କସମିଳାସ୍ଥିତ ବୁଢ଼ାବଳଙ୍ଗ ନଦୀପାର୍ଶ୍ୱରେ ଗଦା କରାଯାଉଛି। ଫଳରେ ବାୟୁ ଏବଂ ଜଳଜନିତ ରୋଗ ବ୍ୟାପିବାର ଆଶଙ୍କା ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ବର କନବସତି ଅଞ୍ଚଳରୁ ଭକ୍ତ ରାସ୍ତା ଦେଇ ଲୋକେ ସହରକୁ ଆସିଥାନ୍ତି । ହସ୍ପିଟାଲରୁ ବାହାରୁଥିବା ସଂକ୍ରମିତ ପଦାର୍ଥଗୁଡ଼ିକୁ ନଦୀ ଆଡ଼ିରେ ପକାଇବା କାରଣରୁ । ହଜାର ହଜାର ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ବର୍ଷାଦିନେ ପରିତ୍ୟକ୍ତ ସାମଗ୍ରୀରୁ ପାଣି ବାହାରି ପ୍ରଥମେ ବୁଢ଼ାବଳଙ୍ଗ ନଦୀ ଦେଇ ସମୁଦ୍ରରେ ମିଶୁଛି । ବାୟୁ ଓ ଜଳ ଦୂଷିତ ହେବା ସହ ସାମୁଦ୍ରିକ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ସମ୍ପ୍ରତି କରୋନା ମହାମାରୀ ସମୟରେ ଏହାକୁ ନିଜର ଦିଆ ନ ଯିବା ପରିତାପର ବିଷୟ । ଏ ସମ୍ପର୍କରେ ଆଇନଜୀବୀ ମନୋଜ ନାୟକ କୁହନ୍ତି, କରୋନା ସମୟରେ ଜିଲ୍ଲା ପ୍ରଶାସନ ଅନ୍ଧ ସାଜିଛି। ଏଭଳି ବର୍ଜ୍ୟବସ୍ତୁ ଯାହାକୁ ଛୁଇଁବା ମନା, ସେଗୁଡ଼ିକୁ ନଦୀ ଆଡ଼ିରେ ଖୋଲାରେ ପକାଇବା ଜାଣି ଜାଣି ଲୋକଙ୍କୁ ମରଣମୁହଁକୁ ଠେଲାଦେବା ସହିତ ସମାନ । ଜିଲ୍ଲାପ୍ରଶାସନ କରୋନା ସଂକ୍ରମଣକୁ ରୋକିବା ପରିବର୍ଭେ ନିଜେ ସୁରକ୍ଷିତ ରହିବା ଭଳି କାର୍ଯ୍ୟ କରୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଇସେନ ଜଗଦେବ କୁହନ୍ତି, ଏ ସମ୍ପର୍କରେ ସେ ଅବଗତ ନାହାନ୍ତି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।
ନାମକୁ ମାତ୍ର ବାୟୋମେଡିକାଲ ଓ୍ବେଷ୍ଟେଜ୍ ପ୍ରକଳ୍ପ
|
August 4, 2020 |