ଯାଜପୁର/ଧର୍ମଶାଳା ୨୩/୧ (ସନ୍ଧାନ ନିୟୁଜ) କଥାରେ ଅଛି ବାଡ ଯଦି କ୍ଷତ କହିବ ତେବେ କହାକୁ କହିବୁ । ଏଭଳି ନ୍ୟାୟରେ ଚାଲିଛି ଯାଜପୁର ପୋଲିସ । ଗୋଟିଏ ବି ପୋଲସ ନିଜର କର୍ମ ସଠିକ ଭାବେ କରୁନାହାନ୍ତି । ନିକଟରେ ଧର୍ମଶାଳାର ନାବାଳିକା ଘଟଣାରେ ପର୍ଦାପଶ ହେବା ପରେ ନାବାଳିକ ଝିଅ ଯେଉଁ ବୟାନ ଦେଉଛି ତାହା ସାଂଘାତିକ । ପୋଲିସ ନ୍ୟାୟ ଦେବାରେ ଟାଳୁଟୁଳ ନୀତି କରି ଗୋଟିଏ ନାବଳିକା ଝିଅକୁ ୪ଦିନ ନିର୍ଯାତନା ଘରେ ଛାଡି ରଖିପାରିଲା ବୋଲି ଚର୍ଚ୍ଚା ଚାଲିଛି । ଯଦି ପ୍ରଥମ ଦିନରୁ ଏତଲାକୁ ସଠିକ୍ ଦିଗରୁ ତଦନ୍ତ କରିଥାନ୍ତା ତେବେ ସେହି ଦିନ ଅର୍ଥାତ ୧୫ତାରିଖ ଦିନ ଅପରାଧୀ ମାନେ ଧରାପଡିଥାନ୍ତେ । କିନ୍ତୁ ପୋଲିସ ତାହା ନକରି କେବଳ ଏତଲାରେ ନିଖୋଜ ସମ୍ପର୍କିତ କଥା ଲେଖିବା ପାଇଁ କହିବା ସହିତ ଏହାକୁ ରଖିଦେଇ ବସିପଡିଥିଲା । ଏପରକି ଏତଲା ରଖିବା ପରେ ପୋଲିସର ପ୍ରଥମ ଦାୟିତ୍ୱ ଥିଲା ନାବାଳିକାକୁ ଖୋଜିବ । ମାତ୍ର ସେ ତାହା ନକରି ବରଂ ପରବାରକୁ ପାଇଲେ ପୋଲିସକୁ ଜଣାଇବାକୁ କହି ବସି ରହିଥିଲା । ଯାହା ଫଳରେ ଦୀର୍ଘ ୫ଦିନ କାଳ ନାବାଳିକାକୁ ନର୍କ ଯନ୍ତ୍ରଣା ଦ୍ୱାରାରେ ପୋଲିସ ହିଁ ରଖିଥିଲା ବୋଲି ଚର୍ଚ୍ଚା ଚାଲିଛି । ଆଜି ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ନାମ ଗୋପନ ରଖିବା ସର୍ତରେ ପୋଲିସ ଦାୟୀ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଅନ୍ୟ ପଟରେ ନାବାଳିକକୁ ମଧ୍ୟ ଦୁଇଜଣ ପୋଲିସ ଅଧିକାରୀ ଏଥିରେ ସାମଲି ରହିଥିବା ୪ଜଣ ଅଭିଯୁକ୍ତଙ୍କ ସହିତ ସନ୍ତୋଷ, ମୋଫିସ, ଏବଂ ଏଲିନାକୁ ନାମ ପ୍ରକାଶ କରୁଥିବା ବେଳେ ଜଣେ ମହିଳା ପୋଲିସ କର୍ମଚାରୀ ମଧ୍ୟ ଅନ୍ୟମାନଙ୍କ ନାମ ନ ନେବା ପାଇଁ ଧମକ ମଧ୍ୟ ଦେଉଛନ୍ତି । ଏପରକି ତାଙ୍କ ପରିବାରକୁ ମଧ୍ୟ ଧମକ ଦିଆଯାଉଥିବା ପ୍ରକାଶ କରିଛନ୍ତି । ସବୁଠାରୁ ବିଡମ୍ବନାର ବିଷୟ ନାବାଳିକ ଝିଅଟି ସେମାନଙ୍କ ପାଖରେ ବନ୍ଧୁକ ଥିବା କଥା ମଧ୍ୟ କହିଛି । ପୋଲିସ ଏପ୍ରର୍ଯ୍ୟନ୍ତ ପୋଲିସ ବନ୍ଦୁକ କଣ ପାଇଁ ସିଜ କରାଯାଇନାହିଁ । ଅନ୍ୟପଟରେ ପୋଲିସ କର୍ମଚାରୀଙ୍କୁ କଣ ପାଇଁ ଚାକିରିରେ ରଖାଯାଇଛି । ଅନ୍ୟପଟରେ ବିଜେଡି ଦଲାଲ ନାରୟଣ ମଳିକଙ୍କ ତଦନ୍ତ ଅଧିକାରୀଙ୍କ ସହିତ ରହି କେସକୁ ରଫାଦଫା କରିବାକୁ ପ୍ରଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଯଦି ଏଭଳି ରାଜ୍ୟରେ ଚାଲିବ ତେବେ ସାଧରଣରେ ଝିଅ ବୋହୁ ଆଉ ସୁରକ୍ଷିତ ରହିବେ ତ ଏପରକି ବଡ ପ୍ରଶ୍ନ ଏବେ ବାଟ ଘାଟରେ ପଡି ଗଢ଼ିବାକୁ ଲାଗିଲାଣି । ପୋଲିସ କାର୍ଯ୍ୟଧାରାକୁ ନେଇ ବଡ ବିପ୍ଳପ ହେବାର ସମ୍ଭାବନା ଧିରେ ଧିରେ ସୃଷ୍ଟି ହେବାରେ ଲାଗିଛି ।
ନାବାଳିକା ନିର୍ଯାତନା ଘଟଣା: ଧର୍ମଶାଳାର କାଢ଼ୁଆ ପୋଲିସଙ୍କ କାଢ଼ୁଆ ନୀତି, ପଦାରେ ପକାଇଲା ନାବାଳିକାର ବୟାନ
|
January 23, 2020 |



