ନାବାଳିକା ଅପହରଣ ମାମଲା ୩ସପ୍ତାହପରେ ବି ପୋଲିସ ହାତ ଖାଲି, ଅଭିଯୁକ୍ତକୁ ଗିରଫ ଦାବିରେ ଏସ.ପିଙ୍କୁ ଫେରାଦ

Spread the love

ଯାଜପୁର,୨୭/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତରୁ ଜନୈଜ ନାବାଳିକା(୧୭ବର୍ଷ ୬ମାସ) ଚଳିତ ମାସ ୬ତାରିଖ ରାତିରୁ କେଉଁଆଡେ ପଳାଇ ଯାଇଛି । ଉକ୍ତ ଘଟଣା ସଂପର୍କରେ ନାବାଳିକାର ମା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ସେହି ଗାଁର ଛବିଳ ଦାସଙ୍କ ପୁଅ ଅବିନାଶ ଓ ତାର ସାଙ୍ଗ ନା ବାଳିକାକୁ ଅପହରଣ କରିନେଇଛନ୍ତି ବୋଲି ଘରୁ ମିଳିଥିବା ଏକ ଚିଠି ଆଧାରରେ ପରିବାର ପକ୍ଷରୁ ଫାଣ୍ଡିରେ ଏତଲା ହୋଇଥିଲା । ଏହା ମଧ୍ୟରେ ଘଟଣାକୁ ୩ସପ୍ତାହ ବିତିଗଲାଣି । ହେଲେ ଏବେ ବି ପୋଲିସ ହାତ ଖାଲି । ବ୍ରହ୍ମବରଦା ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପରିବାର ଲୋକଙ୍କୁ ପ୍ରତିଶ୍ରୃତି ଦେଇ ଭଣ୍ଡାଇ ଆସୁଛି । ତଦନ୍ତ ଅଧିକାରୀଙ୍କୁ କଥାକୁ ଭରସା ନକରି ନା ବାଳିକା ପରିବାର ଶନିବାର ଦିନ ଯାଜପୁର ଏସ.ପି ଚରଣ ସିଂ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏ ଦିଗରେ ନ୍ୟାୟ ନମିଳିଲେ ପରିବାର ଲୋକେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି । ଅପହରଣକାରୀଙ୍କୁ ପୋଲିସ ଅହେତୁକ ଅନୁକମ୍ପା ଦେଖାଉଛି ବୋଲି ଅଭିଯୋଗକାରୀ କହିଛନ୍ତି । ପ୍ରକାଶଥାଉ କି ନା ବାଳିକା ଅପହରଣ ହେବା ପର ଦିନ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିିସ ଅଭିଯୋଗ ଆଧାରରେ ଧର୍ମଶାଳା ଥାନାରେ କେସ୍ ନଂ-୮୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏ ସଂପର୍କରେ ପୋଲିସ ଅପହରଣ ଧାରା ୩୬୩ ଲାଗୁ କରିବା ସହ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ରଥ ଘଟଣାର ତଦନ୍ତ କରୁଛନ୍ତି ।

Related Posts

About The Author

Add Comment