ନାବାଳକ ଅପରାଧୀ ଫେରାର, ତଦନ୍ତ ଜାରି

Spread the love
ରାଉରକେଲା, ୧୩/୧୨ (ସନ୍ଧାନ ନିୟୁଜ) : ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହୋଇ ଫେରିବା ବାଟରେ ଅପରାଧୀ ଫେରାର । ଘଟଣାଟି ହେଉଛି ରାଉରକେଲା ବାଳ ସୁଧାର ଗୃହର । ଏଠାକାର 9ଜଣ ନାବାଳକ ଅପରାଧୀଙ୍କୁ କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡର ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ପାଇଁ ନିଆଯାଇଥିବା ବେଳେ ଫେରିବା ବାଟରେ ଫେରାର ହୋଇଛି ଜଣେ ନାବାଳକ ଅପରାଧୀ । ଅପରାଧୀଙ୍କ ନାମରେ ଜଣେ ନାବାଳିକାକୁ ଅସଦାଚରଣ ଓ ଗୁରୁତର ଆଘାତ କରିବା ମାମଲା ରହିଥିଲା । ଏନେଇ ସେମାନଙ୍କୁ ରାଉରକେଲା ବାଳ ସୁଧାର ଗୃହରେ ରଖାଯାଇଥିଲା । ହେଲେ ଗୁରୁବାର କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଫେରିବା ବାଟରେ ଚାନ୍ଦିପୋଷରେ ରାସ୍ତା ଜାମ ଯୋଗୁଁ ବସଟି କିଛି ସମୟ ପାଇଁ ଅଟକି ଯାଇଥିଲା । ଏହି ପରିସ୍ଥିତିର ସୁଯୋଗ ନେଇ ଜଣେ ଅପରାଧୀ ଫେରାର ହୋଇଥିଲା ।

Related Posts

About The Author

Add Comment