ସମ୍ବଲପୁର ତା ୨୩/୧୧/୨୦୨୨ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ନାଗରିକ କ୍ରିୟାନୁଷ୍ଠାନ କମିଟି ସମ୍ବଲପୁର ପକ୍ଷରୁ ଆଜି ୫ ଦଫା ଦାବି ନେଇ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଥିଲେ।ଏହି ବନ୍ଦକୁ ସମ୍ବଲପୁର ବାର ଆସୋସିଏସନ ସମର୍ଥନ କରିଥିବା ବେଳେ ଅନେକ ସଂଗଠନ ପକ୍ଷରୁ ମଧ୍ୟ ଏହି ବନ୍ଦକୁ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ସକାଳରୁ ହିଁ ସବୁ ଦୋକାନ ବଜାର ବନ୍ଦ ରହିଥିବା ନଜରକୁ ଆସିଥିଲା। ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସବୁ ଅଫିସ୍, ବ୍ୟାଙ୍କ, କୋର୍ଟ କଚେରୀ, ଗାଡି ଚଳାଚଳ ବନ୍ଦ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡ଼ିଶାରେ ଅନେକ ଦିନରୁ ଦାବି ହୋଇଆସୁଛି ଏକ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ,ସମ୍ବଲପୁରୀ ଭାଷାକୁ ମାନ୍ୟତା, ସମ୍ବଲପୁରରେ ସ୍ମାର୍ଟ ମିଟର ବ୍ୟବସ୍ଥା ଉଚ୍ଛେଦ ଏହାକୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ନାଗରିକ କ୍ରିୟାନୁଷ୍ଠାନ କମିଟି ସମ୍ବଲପୁର ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା
|
November 23, 2022 |



