ଟ୍ରକ-ଗ୍ୟାସଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଜୀବନ୍ତ ଦଗ୍ଧ ଦୁଇ -ଡ୍ରାଇଭର – ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ – ସ୍ଥାନୀୟ ଅଞ୍ଚଳକୁ ଖାଲିକଲା ପ୍ରଶାସନ

Spread the love

ସମ୍ବଲପୁର ୧୪-୧୨ (ସନ୍ଧାନ ନିଉଜ) : ସମ୍ବଲପୁର ଜିଲା ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ଥାନା ସମ୍ମୁଖରେ ଶନିବାର ସକାଳେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଟି ଗାଡ଼ି ଜଳିଯିବା, ସହ ୨ ଟ୍ରକର ଦୁଇଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ କରିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି। ସତର୍କତା ଦୃଷ୍ଟିରୁ ଗ୍ୟାସ୍ ଲିକ୍ ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳକୁ ବନ୍ଦ୍‌ କରିଦିଆଯାଇଛି।

ସୂଚନା ଯୋଗ୍ୟ, ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦମକଳ ବାହିନୀ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଛି।

Related Posts

About The Author

Add Comment