ଲାଗୋସ (ସନ୍ଧାନ ନିୟୁଜ) : କେନ୍ଦ୍ର ନାଇଜେରିଆରେ ଖ୍ରୀଷ୍ଟିୟାନ କୃଷକ ଓ ମୁସଲମାନ ପଶୁପାଳକଙ୍କ ମଧ୍ୟରେ ସଂଘର୍ଷ ଘଟି ୮୬ଜଣଙ୍କର ମୃତ୍ୟୁ ହୋଇଛି। ଏକ ସପ୍ତାହ ହେଲା ଏହି ସଂଘର୍ଷ ଲାଗି ରହିଛି। ଏହି ସଂଘର୍ଷ ଆତଙ୍କବାଦୀ ସଂଗଠନ ବୋକୋ ହରାମଙ୍କ ଆକ୍ରମଣ ଠାରୁ ବଳିଯାଇଛି। ନାଇଜେରିଆ ରାଷ୍ଟ୍ରପତି ଏହି ସଂଘର୍ଷ ପାଇଁ ଜଣେ ରାଜନେତାଙ୍କୁ ଦାୟୀ କରିଛନ୍ତି। ରାଜନେତା ଜଣଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି କରାଇବାରେ ପ୍ରମୁଖ ଭୂମିକ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫୦ଟି ଘର ନଷ୍ଟ ହୋଇଛି।
ନାଇଜେରିଆରେ ସଂଘର୍ଷ; ୮୬ ମୃତ
|
June 26, 2018 |