ନାଆଁମୀ ମହାବିଦ୍ୟାଳୟ ତରଫରୁ ସହାୟତା ପ୍ରଦାନ

Spread the love
  •  
  •  
  •  
  •  
  •  
ଭଣ୍ଡାରିପୋଖରୀ , ୦୮/୦୪/୨୦୨୧ (ସନ୍ଧାନ ନିଉଜ)  ଗୁରୁବାର, ସ୍ଥାନୀୟ ନାଆଁମୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ବିନୋଦ ବିହାରୀ ନାୟକ ଙ୍କ ପରାମର୍ଶ କ୍ରମେ ଗଣିତ ବିଭାଗର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଚିନ୍ତାମଣି ମହାକୁଡ଼ ନେତୃତ୍ୱରେ ବସ୍ତ୍ର ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ବ୍ରହ୍ମପୁର , ଆମ୍ବଗଢିଆ , ମଞ୍ଜୁରୀରୋଡ , ଭଦ୍ରକଜିଲ୍ଲାର ଦୁଇ ଗରିବ ଚାଷୀ ବିଶ୍ବନାଥ ବିଶ୍ୱାଳ ଓ ବଡ଼ଭାଇ ସୂର୍ଯ୍ୟମଣି ବିଶ୍ବାଳ ଙ୍କ ଘରେ ଗତ ୩୦.୦୩.୨୦୨୧ ମଙ୍ଗଳବାର ରାତିରେ ଆକସ୍ମିକ ଭାବରେ ଶୋଇ ଥିବା ଅବସ୍ଥାରେ ଚାଳରେ ନିଆଁ ଲାଗିଯାଇ ସଂପୂର୍ଣ୍ଣ ଆସବାବପତ୍ର ସହ ଘର ପୋଡିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତା ରେ କେବଳ ପରିବାର ସଦସ୍ୟ ମାନେ ନିରାପଦ ହୋଇପାରିଥିଲେ। ନାଆଁମୀ ମହାବିଦ୍ୟାଳୟରେ +୨ ବାଣିଜ୍ୟ ବିଭାଗରେ ଅଧ୍ୟୟନ ରତ ଛାତ୍ରୀ ମଞ୍ଜରୀକା ବିଶ୍ବାଳ ପିତା ,ବିଶ୍ବନାଥ ବିଶ୍ୱାଳ ଏହି ସୂଚନା କଲେଜ ରେ ଦେବାପରେ , ଶ୍ରୀଯୁକ୍ତ ମହାକୁଡଙ୍କ ସମେତ ଅଧ୍ୟାପକ ପ୍ରିୟକାନ୍ତ ମିଶ୍ର, ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ଆବାହକ, ଅଧ୍ୟାପକ ବିନାୟକ ଘୋଷ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ତଥା +୩  ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି , ଉଭୟ ଦୁଇ ପରିବାର ଙ୍କୁ ଆର୍ଥିକ ସହାୟତା ଓ ବସ୍ତ୍ର ଦେବା ସହ  ମଞ୍ଜରୀକାର +୨ ପରୀକ୍ଷା ପାଇଁ ସମସ୍ତ ବହିପତ୍ର ଓ ପାଠ୍ୟ ଉପକରଣ ମହାବିଦ୍ୟାଳୟ ତରଫରୁ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଏହି ଅସହାୟ ପରିବାର ଙ୍କୁ ସହାୟତା ହାତ ବଢାଇବା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ନିବେଦନ କରିଛନ୍ତି। Report- Manas Rout

Related Posts

About The Author

Add Comment