ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ

Spread the love

ନୂଆଦିଲ୍ଲୀ, ୨୧/୧୦ (ସନ୍ଧାନ ନିଉଜ) : ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସରକାରଙ୍କ ପକ୍ଷରୁ ଦୁଇ ଜଣ ସଂସଦ ସଚିବଙ୍କୁ ସୂଚନା ଦିଆଯାଇଛି। ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ କରିପାରନ୍ତି। ଏହା ସହ ୨ଟି ଗୁରୁତ୍ଵପୂର୍ଣ୍ଣ ବିଧେୟକକୁ ଆଇନରେ ପରିଣତ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା ଆୟକର ଅଧିନିୟମ ୧୯୬୧ ଏବଂ ଅର୍ଥ ଅଧିନିୟମ ୨୦୧୯ । ସେହିପରି ଦ୍ବିତୀୟ ଅଧ୍ୟାଦେଶରେ ଇ-ସିଗାରେଟ ଏବଂ ଏଭଳି ଉପକରଣ ବିକ୍ରି, ନିର୍ମାଣ ଓ ମହଜୁଦ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ସଂସଦରେ ଆଲୋଚନା ହେବ। ଅନ୍ୟପକ୍ଷରେ ଆର୍ଥିକ ମାନ୍ଦାବସ୍ଥା, ଜାମ୍ମୁ କାଶ୍ମୀର ସହ ଜଡିତ ବିଷୟ ସହିତ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ତେବେ ଗତ ଦୁଇ ବର୍ଷ ମଧ୍ୟରେ ଶୀତକାଳୀନ ଅଧିବେଶନ ନଭେମ୍ବର ୨୧ରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀର ପ୍ରଥମ ସପ୍ତାହ ଯାଏଁ ଚାଲିଥିଲା।

Related Posts

About The Author

Add Comment