ଯାଜପୁର ସଦର, ୧୦ା୦୪: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାର୍ଥି ଦେବାଲାଗି ଏକ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ୧୦ଟି ପଂଚାୟତକୁ ନେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରାର୍ଥି ଦେବାପାଇଁ ଘୋଷଣା କରିଚି । ଯାହା କି କୃଷକ ମାନଙ୍କୁ ଏକଜୁଟ କରିବା ସହିତ ବିଧାନ ସଭାକୁ ପ୍ରାର୍ଥି ଦେବାଲାଗି ନବନିର୍ମାଣ କୃଷକ ସଙ୍ଗଠନର ଆହ୍ୱାନ କ୍ରମେ ବିଧାନ ସଭାକୁ ନିର୍ବାଚିତ କରି ପଠାଇବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଚି । ବରୀ ନିର୍ବାଚ ନମଣ୍ଡଳୀରୁ ପାର୍ଥି ହେବାଲାଗି ନବ ନିର୍ମାଣ କୃଷକ ସଙ୍ଗଠନର ରାଜ ସାହୁ ସଂଯୋଜକ ନିମାଁଇ ଚନ୍ଦ୍ର ରାୟ ନିର୍ବାଚନ ଲଢ଼େଇ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଛନ୍ତି । କୃଷକ ମାନଙ୍କୁ ଏକଜୁଟ କରି ଶ୍ରୀ ରାୟ ବିଭିନ୍ନ ପଂଚାୟତ ମାନଙ୍କରେ ସଭା କରିବା ସହିତ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ରସୁଲପୁର ବ୍ଲକ ଅନ୍ତର୍ଗତ ୩୬ ନଂ ଜୋନର ୧୦ଟି ପଂଚାୟତକୁ ନେଇ କୃଷକ ମାନଙ୍କୁ ଏକଜୁଟ କରି କ୍ଷେତ୍ରପାଳ ମନ୍ଦିର ପରିଶରରେ ଏକ ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଚାଷି ସଙ୍ଗଠନ ପକ୍ଷରୁ ୭୦ ଶତକଡ଼ା ଚାଷିଙ୍କ ଭୋଟ ଆଧାରରେ ଆମେ ଜିତିପାରିବା ଏବଂ ସରକାର ଗଢ଼ି ପାରିବା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଚାଷୀ ସୁରକ୍ଷା ଭତ୍ତା ମାସକୁ ୫ହଜାର ଟଙ୍କ ସମସ୍ଥ ଚାଷିଙ୍କ କ୍ଷେତକୁ ଜଣ ସେଚନ, ଧାନ କୁଇଣ୍ଟାଲ ପ୍ରତି ୩,୪୦୦ ଶହ ଟଙ୍କା ମଣ୍ଡୀ ଗୁଡ଼ିକର ସପରିଚାଳାନା, ମଦ ସମ୍ପୁର୍ଣ୍ଣ ଉଚ୍ଛେଦ, ବାର୍ଦ୍ଧକ୍ୟ, ବିଧବା ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବା ଚାଷିଙ୍କୁ ବିଜୁଳି ଛାଡ଼, ଶିତଳ ଭଣ୍ଡାର ସ୍ଥାପନ କରିବା ପାଇଁ ଶ୍ରୀ ରାୟ ଆହ୍ୱାନ ଦେଇଥିଲେ । ରାଜନିତୀରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାର୍ଥି ଓହ୍ଲାଉଥିବାରୁ ବିରୋଧି ଏବଂ ଶାସକ ଦଳ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ରାଜନୈତିକ ସମିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।ଯାହାକି ବିଜେଡ଼ି ସରକାର ଉପରେ ଦଳ ଉପରେ ଏହାରି ପ୍ରଭାବ ପଡ଼ିବା ସହିତ କୃଷକ ନେତା ମାନେ ସୂଚନା ଦେଇଛନ୍ତି । କାଳିଆ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ରାଜ୍ୟ ସରକାର ପ୍ରଣୟନ କରିଥିବା ବେଳେ, ନବନିର୍ମାଣ କୃଷକ ସଙ୍ଗଠନ ଏହାକୁ ବିରୋଧ କରିବା ସହିତ ବିଧାନସଭା ଲୋକସଭା ପାଇଁ ପ୍ରାର୍ଥି ଦିଆଯାଉଚି । ଶାସକ ଦଳର ନେତା ମାନଙ୍କୁ ଲଗାଇ ନବ ନିର୍ମାଣ କୃଷକ ମାନଙ୍କୁ ଗିରଫ କରି ଜେଲ ପଠାଇବା ଏହା ବିଜେଡ଼ି ସରକାର ପାଇଁ ମହଙ୍ଗା ପଡ଼ିବ । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ, ଧର୍ମଶାଳା, ନିର୍ବାଚନ ମଣ୍ଡଳୀ, ବରୀ, ବଡ଼ଚଣା, ଯାଜପୁର, ବିଞ୍ଝାରପୁର ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଚାଷୀ ସଙ୍ଗଠନ ଏକଜୁଟ ହୋଇ ସାଧାରଣ ନିର୍ବାଚନ ବିଭାନ ସଭା ନିର୍ବାଚନରେ ଶାସକ ଦଳ ପାଇଁ ବୁମେରା ପାଲଟିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଚି । ଜିଲ୍ଲାର ୩୭ ହଜାର ଚାଷୀ ଧାନ ବିକ୍ରୀ କରିଥିବା ବେଳେ, ୧୫ହଜାର ଚାଷୀ ଅଭାବି ବିକ୍ରିର ଶିକାର ହୋଇଛନ୍ତି । ଦଶରଥପୁର ବ୍ଲକର ଏକ ଦମ୍ପତି ମୋଟ ୧୩୭୮ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି । ଏହି ବ୍ୟକ୍ତି ଜଣଙ୍କର ୨ରୁ ୩ଏକର ଜମି ରହିଚି । ଜଣେ ଚାଷୀ ଏକର ପିଛା ୧୯ କୁଇଣ୍ଟାଲ ଧାନ ବିକ୍ରି କରିପାରିବରା ନିୟମ ରହିଥିବା ବେଳେ ଏହି ଦମ୍ପତି ଏତେ ପରିମାଣର ଧାନ ବିକ୍ରି କରିବା ପାଇଁ ତାହା ପ୍ରଶ୍ନ ଉଠିଚି । ଏନେଇ ଅଭିଯୋଗ କରାଯାଇଚି । ଏନେଇ ନିର୍ବାଚନରେ ଚାହୀ ଓ ବିଦ୍ରୋହୀ ସ୍ୱାଧିନ ପ୍ରାଥି ସଫଳ ହୋଇ ପାରିବେ ତାହା ଆଗାମୀ ଦିର ଫଳାଫଲକୁ ସ୍ପଷ୍ଟ ଜଣା ପଡ଼ିବ ବୋଲି ମତ ପ୍ରକାଶ ପାଇଚି ।
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାର୍ଥି ପାଇଁ ସଭା ଅନୁଷ୍ଟିତ
|
April 12, 2024 |



