ଗୁଇନ୍ଦା ରିପୋର୍ଟରେ ଡେଞ୍ଜର ଜୋନରେ ଅଛନ୍ତି ବିଜେଡିର ଏହି ବିଧାୟକ-ଚିନ୍ତାରେ ମୁଖିଆଭୁବନେଶ୍ୱର,୨୩/୨(ସନ୍ଧାନ ନିଉଜ) ଆସନ୍ତା ନିର୍ବାଚନକୁ ଦୁଷ୍ଟିରେ ରଖି ବିଜେଡିର ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଚାଲିଛି । ଦଳ ଲୋକସଭାରେ ୧୭ଟି ସ୍ଥାନରେ ନୁଆ ମୁହଁ ଦେବାକୁ ଯାଉଥିବା ଜୋରଦାର ଆଲୋଚନା ହେଉଛି । ସେହିପରି ବିଧାନସଭା କ୍ଷେତ୍ରରେ ଦଳର ପ୍ରାୟ ୧୧୮ ବିଧାୟକଙ୍କ ମଧ୍ୟରୁ ପ୍ରାୟ ଚାରି ଡଜନରୁ ଅଧିକ ବିଧାୟକଙ୍କୁ ଆସନ୍ତା ନିର୍ବାଚନରେ ଦଳିୟ ଟିକେଟ ମିଳିବ ନାହିଁ ବୋଲି କୁହାଯାଉଛି । ଗୁଇନ୍ଦା ରିପୋର୍ଟ, ଜିଲ୍ଲାପାଳଙ୍କ ରିର୍ପୋଟ ଓ ସର୍ଭେ ତଥ୍ୟକୁ ଆଧାର କରି ଟିକେଟ ଦେବା ପାଇଁ ଯୋଜନା କରାଯାଇଛି । ଦଳୀୟ ପର୍ଯ୍ୟବେକ୍ଷକ ରିର୍ପୋଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉ ନଥିବା ମଧ୍ୟ କୁହାଯାଉଛି ।
ଯେଉଁ ବିଧାୟକମାନେ ସେମାନଙ୍କ ନିର୍ବାଚନମଣ୍ଡଳୀରେ ବିବାଦୀୟ ହୋଇପଡିଛନ୍ତି, ଯେଉଁମାନଙ୍କର ଲୋକ ସମ୍ପର୍କ ଭଲନାହିଁ, ବିଭିନ୍ନ ମାମଲାରେ ଫସିଛନ୍ତି ଏବଂ ଚିଟଫଣ୍ଡ ଭଳି ଦୁର୍ନିତିରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ବା ତଦନ୍ତର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କୁ ଆଦୌ ଟିକେଟ ମିଳିବ ନାହିଁ । ଆସନ୍ତା ନିର୍ବାଚନରେ ଦଳ ପୁଣି କ୍ଷମତାକୁ ଆସିବା ପାଇଁ ଲକ୍ଷ ରଖିଥିବାରୁ ସେଥିପାଇଁ ପ୍ରାର୍ଥୀ ତାଲକା ପ୍ରସ୍ତୁତି ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବିଧାୟକମାନେ ହିଁ ଡେଞ୍ଜର ଜୋନରେ ରହିଛନ୍ତି !
ଅନୁଗୁଳ ଜିଲ୍ଲା -ବ୍ରଜକିଶୋର ପ୍ରଧାନ(ତାଳଚେର), ସଞ୍ଜିବ ସାହୁ (ଆଠମଲିକ) ଓ ସୁଶାନ୍ତ ବେହେରା(ଛେଣ୍ଡିପଦା)ବାଲେଶ୍ୱର ଜିଲ୍ଲା- ଜୀବନ ପ୍ରଦିପ ଦାସ(ବାଲେଶ୍ୱର ସଦର), ପର୍ଶୁରାମ ଧଡ଼ା(ସୋର), ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ସିମୂଳିଆ), ନିନ୍ତ୍ୟାନନ୍ଦ ସାହୁ(ବସ୍ତା)ବଲାଙ୍ଗିର ଜିଲ୍ଲା-ମହମ୍ମଦ ଆୟୁବ ଖାନ(କଣ୍ଟାବାଞ୍ଝି), ଯୋଗେନ୍ଦ୍ର ବେହେରା(ଲୋଇସିଙ୍ଘା)ଭଦ୍ରକ ଜିଲ୍ଲା- ଯୁଗଳ କିଶୋର ପଟ୍ଟନାୟକ(ଭଦ୍ରକ), ବିଜୟଶ୍ରୀ ରାଉତରାୟ(ବାସୁଦେବପୁର), ମୁକ୍ତିକାନ୍ତ ମଣ୍ଡଳ(ଧାମନଗର)କଟକ ଜିଲ୍ଲା –ପ୍ରଭାତ ତ୍ରିପାଠୀ(ବାଙ୍କି), ପ୍ରଭାତ ବିଶ୍ୱାଳ(ଟାଙ୍ଗୀ ଚୌଦ୍ୱାର), ପ୍ରମୋଦ ମଲ୍ଲିକ(ନିଆଳି)କେନ୍ଦ୍ରାପଡା ଜିଲ୍ଲା- କିଶୋର ତରେଇ(କେନ୍ଦ୍ରାପଡା), ବେଦପ୍ରକାଶ ଅଗ୍ରୱାଲ(ପାଟକୁରା)କନ୍ଧମାଳ ଜିଲ୍ଲା-ରାଜୀବ ପାତ୍ର (ବାଲିଗୁଡା), ବୁଦୁନି କହଁର(ଫୁଲବାଣୀ)କଳାହାଣ୍ଡି ଜିଲ୍ଲା-ଅନାମ ନାୟକ(ଭବାନିପାଟଣା), ଧନେଶ୍ୱର ମାଝି (ନର୍ଲା), ବଳଭଦ୍ର ମାଝି(ଲାଞ୍ଜିଗଡ)ଢେଙ୍କାନାଳ ଜିଲ୍ଲା-ସରୋଜ ସାମଲ(ଢେଙ୍କାନାଳ)ଗଞାମ ଜିଲ୍ଲା- ଭିି ସୁଜ୍ଞାନ କୁମାରୀ ଦେଓ(କବିସୂର୍ଯ୍ୟନଗର), ପୁର୍ଣ୍ଣଚନ୍ଦ୍ର ସେଠି(ଖଲିକୋଟ), ଦେବରାଜ ମହାନ୍ତି(ଆସ୍କା), ଶ୍ରୀକାନ୍ତ ସାହୁ(କୋଲସରା), ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ(ସୋରଡା)ଜଗତସିଂହପୁର ଜିଲ୍ଲା- ରାଜଶ୍ରୀ ମଲ୍ଲିକଯାଜପୁର ଜିଲ୍ଲା- ଦେବାଶିଷ ନାୟକ(ବରି), ଅମର ପ୍ରସାଦ ଶତପଥୀ(ବଡଚଣା), ପ୍ରଣବ ବଳବନ୍ତରାୟ(ଧର୍ମଶାଳା)କେନ୍ଦୁଝର ଜିଲ୍ଲା- ଅଭିରାମ ନାୟକ(କେନ୍ଦୁଝର), ହୃଷିକେଶ ନାୟକ (ପାଟଣା), ବେଦବ୍ୟାସ ନାୟକ(ତେଲକୋଇ)ଖୋର୍ଦ୍ଧା ଜିଲ୍ଲା- ଭାଗିରଥୀ ବଡଜେନା(ଜଟଣୀ), ପ୍ରଶାନ୍ତ ଜଗଦେବ(ବେଗୁନିଆ), ପ୍ରିୟଦର୍ଶୀ ମିଶ୍ର(ଉତ୍ତର ଭୁବନେଶ୍ୱର), ବିଜୟ ମହାନ୍ତି(ଭୁବନେଶ୍ୱର ମଧ୍ୟ)ମୟୁରଭଞ୍ଜ ଜିଲ୍ଲା-ଗୋଲକ ବିହାରୀ ନାୟକ (ଉଦଳା), ବିଜୟ କୁମାର ନାୟକ(କରଞିଆ),ନୟାଗଡ ଜିଲ୍ଲା- ଅନୁଭବ ପଟ୍ଟନାୟକ(ଖଣ୍ଡପଡା), ରବି ନାରାୟଣ ମହାପାତ୍ର(ରଣପୁର), ପୂର୍ଣ୍ଣଚନ୍ଦ୍ର ନାୟକ (ଦଶପଲ୍ଲା)ମାଲକାନଗିରି ଜିଲ୍ଲା- ମାନସ ମାଡକାମି(ମାଲକାନଗିରି)ନବରଙ୍ଗପୁର ଜିଲ୍ଲା- ସୁବାସ ଗଣ୍ଡ(ଉମରକୋଟ), ମନୋହର ରନ୍ଧାରୀ (ନବରଙ୍ଗପୁର)ପୁରୀ ଜିଲ୍ଲା-ସୁରେନ୍ଦ୍ର ସେଠୀ(କାକଟପୁର),ରାୟଗଡା ଜିଲ୍ଲା-ତ୍ରିନାଥ ଗମାଙ୍ଗ(ଗୁଣୁପୁର), ଲାଲ ବିହାରୀ ହିମିରିକା (ରାୟଗଡା)ସୁନ୍ଦରଗଡ-ମଙ୍ଗଳା କିଶାନ(ରାଜଗାଙ୍ଗପୁର)
|
|
|
ନବୀନଙ୍କ ଗୁଇନ୍ଦା ଦେଲା ରିପୋର୍ଟ ଏମାନଙ୍କୁ ମିଳିବନି ବିଜେଡି ଟିକେଟ , ଥରେ ପଢି ନିଅନ୍ତୁ
|
February 23, 2019 |