ଧାନମଣ୍ଡଳ ସାଇ ମନ୍ଦିର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉସ ôବ ପାଳିତ

Spread the love

ବଡଚଣା,୧୪/୬(ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ)-ଯାଜପୁର ଜିଲା ଧାନମଣ୍ଡଳଠାରେ ଥିବା ସିରିଡି ସାଇ ମନ୍ଦିର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ସୂର୍ଯ୍ୟପୂଜା, ଗୋପୂଜା, ଅଙ୍କୁରାରୋପଣ, କଳସଯାତ୍ରା ସହ ଯଥାରିତୀ ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଆଗନ୍ତୁକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ରାଜଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା ସାଇ ସମିତି ପକ୍ଷରୁ ଆୟୋଜନ କରାଯାଇଥିଲା । ଅପରାହ୍ନରେ ଶ୍ରୀ ସାଇଙ୍କ ଚଭାଡି ଯାତ୍ରା ନିକଟସ୍ଥ ଗ୍ରାମ ଓ ବଜାର ସଂକୀର୍ତ୍ତନ ମଣ୍ଡଳି ସ୍ଥାନୀୟ ଶ୍ରଦ୍ଧାଳୁ ଓ ସମିତିର ସଭ୍ୟମାନେ ପରିଭ୍ରମଣ କରିଥିଲେ । ସନ୍ଧ୍ୟା ସମୟରେ ଏକ ପୂଜ୍ୟପୂଜା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ପୂର୍ବତନ ଜିଲା ଚିକିସôା ଅଧିକାରୀ ବିଜୟ ଶତପଥି, ନାରୀନେତ୍ରୀ ସୀମନ୍ତିନୀ ଜେନା ଓ ଜିଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ସାଇଙ୍କ ଦର୍ଶନ କରିଥିଲେ । ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାମ୍ବାଦିକ ବେଣୁଧର ପଣ୍ଡା, ବିମଳ ପତି, ମହେଶ୍ୱର ରାଉତ, ପ୍ରସନ୍ନ ବିଶ୍ୱାଳ ଏବଂ ସୁଙ୍ଗୁଡା ଗ୍ରାମ ସଂକୀର୍ତନ ମଣ୍ଡଳୀ ଓ ଧାନମଣ୍ଡଳ ସଂକୀର୍ତନ ମଣ୍ଡଳୀ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମରେନ୍ଦ୍ର ମାହାଲା ପରିଚାଳନା କରିଥିଲା ବେଳେ ପ୍ରମୋଦ ଜେନା ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ସମିତି ପକ୍ଷରୁ ରଶ୍ମିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବାର୍ଷିକ ଉସôବକୁ ସମିତି ପକ୍ଷରୁ ସୁରେସ ଦାସ, କେଶବ ଦାସ, କେଶବ ପୃଷ୍ଟି, ଦିଲିପ ପ୍ରଧାନ, ଶୁଭେନ୍ଦୁ ଦାସ, ଅନନ୍ତ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Related Posts

About The Author

Add Comment