ଧର୍ମଶାଳା ବ୍ଲକ୍ ରେ ଆନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ। 

Spread the love

ଜେନାପୁର- ୩୦/୦୩/ ସନ୍ଧାନ ନ୍ୟୁଜ୍ )ସାରା ରାଜ୍ୟରେ ଆଜି ଠାରୁ ଅନ୍ତଦ୍ଵୟ ଗୃହ ଯୋଜନା ଶୁଭାରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ମୋହନ ଚରଣ ମାଝି କଳାହାଣ୍ଡି ଠାରେ ଏକ ବୃହତ ଜନ ସଭାକୁ ସମ୍ବୋଧିତ କରି ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଧର୍ମଶାଳା ବ୍ଲକ ରେ ଏହାକୁ ବିଧାୟକ ହିମାଂଶୁ ଶେଖର ସାହୁ ଉଦ୍ଘାଟନ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ୬୭୩ ଜଣଙ୍କ ମଧ୍ୟରୁ ୬୧୩ ଜଣଙ୍କ ନାମ ଚିହ୍ନଟ କରାଯାଇ ଥିବା ସ୍ଥଳେ ବିଧାୟକ ୯୦ ଜଣଙ୍କୁ କାର୍ଯ୍ୟାଦେଶ ଦେଇଛନ୍ତି। ଅବଶିଷ୍ଟ ହିତାଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ନେବାକୁ ରହିଛି। ଧର୍ମଶାଳା ବିଡ଼ିଓ ଙ୍କ ଉପସ୍ଥିତିରେ ଏହି ଶୁଭାରମ୍ଭ କାର୍ଯକ୍ରମ ଆରମ୍ଭ ହୋଇଥିବା ବେଳେ ଏକ ଭବ୍ୟ କାର୍ଯକ୍ରମ ର ଆୟୋଜନ କରାଯାଇଛି। ଅନେକ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଯୋଗ ଦେଇ ଯୋଜନା ସମ୍ଵନ୍ଧରେ ସବିଶେଷ ତଥ୍ୟ ଜାଣିଥିଲେ। କେହି ଜଣେ ହେଲେ ଗୃହ ଶୂନ୍ୟ ରହିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ପଣ କରିଛନ୍ତି ତାହା ଆଜି ଠାରୁ ସାକାର ହୋଇଛି ବୋଲି ବିଧାୟକ ହିମାଂଶୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ଏଥି ସହିତ ଯେଉଁ ମାନେ ପ୍ରଥମ ଦଫାରେ ପାଇ ନାହାଁନ୍ତି ସେମାନଙ୍କୁ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ଘର ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି।

Related Posts

About The Author

Add Comment