ଧର୍ମଶାଳା ବିଧାୟକ ପ୍ରଣବଙ୍କ ପ୍ରଗତୀ ରଥର ମଙ୍ଗ ଧରିଲେ ଯୁବ-ଛାତ୍ର ବିଜେଡି।

Spread the love

ଜେନାପୁର,୩/୨ (ସନ୍ଧାନ ନିୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୧ ନମ୍ବର ଜୋନ ର ଚକ୍ରଧରପୁର ପଞ୍ଚାୟତ ର କୁସୁନପୁର ଠାରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ ଧର୍ମଶାଳା ରେ ପ୍ରଣବ ଙ୍କ ସାଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବିଜେଡ଼ି ପକ୍ଷରୁ ଶୁକ୍ରବାର ଏକ ବିଶାଳ ଚାରି ଚକିଆ ଗାଡି ଶୋଭାଯାତ୍ରା ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରୁ ବାହାରି ଚକ୍ରଧରପୁର ପଞ୍ଚାୟତ ର କୁସୁନପୁର ଖେଳ ପଡ଼ିଆ ନିକଟରେ ପହଞ୍ଚି ଥିଲା ।ଚକ୍ରଧରପୁର ପଞ୍ଚାୟତ ର ଯୁବ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ସୌମ୍ୟପ୍ରକାଶ ବିଶ୍ବାଳ, ବ୍ଲକ୍ ଛାତ୍ର ବିଜେଡି ସଭାପତି ଜଗଦାନନ୍ଦ ରାଉତ, ଗାଲର୍ସ ୱିଙ୍ଗ ସଭାନେତ୍ରୀ କ୍ଷିରାବଧି ତନୟା ମଲ୍ଲିକ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁବ୍ରତ କୁମାର ଧଳ ଙ୍କ ଉପସ୍ଥିତ ରେ ଧର୍ମଶାଳା ର ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଉକ୍ତ ସଭାରେ ୧୧ନଂ ଜୋନ ଜିଲ୍ଲା ପରିଷଦ ସୁଧାଶୁ ଭୂଷଣ ସାହୁ, ସାସଂଦଙ୍କ ପ୍ରତିନିଧ ଉତ୍କଳମଣୀ ଦାସ, ଜୋନ ସଂଯୋଜକ ବିକାଶ ଦାସ, ଚକ୍ରଧରପୁର ପଞ୍ଚାୟତ ସଭାପତି କୃଷ୍ଣଚନ୍ଦ୍ର ସାହୁ, ସରପଞ୍ଚ ସରୋଜିନୀ ନାୟକ, ସମିତିସଭ୍ୟ ସୌମ୍ୟରଞ୍ଜନ ସାହୁ, ଜୋନ-୧୧ ଯୁବ ବିଜେଡି ସଭାପତି ଜୟନ୍ତ ଜେନା, ଛାତ୍ର ବିଜେଡି ସଭାପତି ଜ୍ଞାନରଞ୍ଜନ ସାହୁ ଯୋଗଦେଇଥିଲେ। ଯୁବ ବିଜେଡି ସଭାପତି ଶ୍ରୀ ନାୟକ ଚକ୍ରଧରପୁର ପଞ୍ଚାୟତରେ ଉପସ୍ଥିତ ଥିବା ହଜାର ହଜାର ଯୁବ-ଛାତ୍ର ମାନଙ୍କୁ ସଙ୍ଗଠିତ ହୋଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହିତ ହାତ ମିଳାଇ ଧର୍ମଶାଳା ରେ ବିକାଶ କୁ ଆଗେଇ ନେବାପାଇଁ ସମସ୍ତେ ପ୍ରଣବଙ୍କ ସାଥୀ ହୋଇ ପ୍ରଣବଙ୍କ ପ୍ରଗତୀ ରଥକୁ ଆଗେଇ ନେବାପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ନୂତନ ଭୋଟରଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ପାଲ, ସରପଞ୍ଚ ଙ୍କ ପ୍ରତିନିଧି କୀର୍ତ୍ତନ ନାୟକ, ପଞ୍ଚାୟତ ଛାତ୍ର ବିଜେଡି ସଭାପତି ରବିନ୍ଦ୍ର କୁମାର ଜେନା, ଯୁବ ବିଜେଡି ନେତା ସଂଗ୍ରାମ ସାହୁ, ବ୍ଲକ୍ ଯୁବ ବିଜେଡି ସମ୍ପାଦକ ସୁଭାଶିଷ ମହାନ୍ତି, ଛାତ୍ର ବିଜେଡି ସମ୍ପାଦକ ହରିହର ଓଝା,ସୁରେଶ ନାୟକ, ଭୀମସେନ ନାୟକ, ବିଜୟ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment