ଧର୍ମଶାଳା ଏବଂ ବଡଚଣା ଥାନା ଅଂଚଳରେ ବଢ଼ୁଛି ଲୁଟ, ଛିନତାଇ, ପୋଲିସ କୁମ୍ଭକଣ୍ଣ ନିଦ୍ରାରେ

Spread the love

ଚଣ୍ଡିଖୋଲ, : ଯାଜପୁର ଜିଲ୍ଳାରେ ଧର୍ମଶାଳା ଥାନା ଏବଂ ବଡଚଣା ଥାନା ଅଂଚଳରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନି, ଛିନତାଇ ବଢ଼ିବାରେ ଲାଗିଛି । ସଂଧ୍ୟା ନହେଉଣୁ ଏହି ଚୋର ଲୁଟେରା ମାନେ ବିଭିନ୍ନ ନିକାଂଚନ ସ୍ଥାନରେ ଲୋକମାନଙ୍କୁ ପିଛା କରି ସେମାନଙ୍କ ଠାରୁ ଟଙ୍କା ପଇସା ସନା ଅଳଙ୍କାର ଆଦି ଛଢ଼ାଇ ନେଉଛନ୍ତି । ପୋଲିସର ନିରବଦଷ୍ଟ୍ରା ଏବଂ ଏମାନଙ୍କ ସହିତ ପରୋକ୍ଷ ସମ୍ପକ ରହିଥିବା ନେଇ ସାଧରଣରେ ଆଲୋଚନା ହେଉଛି । ଧର୍ମଶାଳା ଥାନା ଏବଂ ବଡଚଣା ଥାନା ଅଂଚଳର ସୀମବତ୍ତୀ ଗ୍ରାମ ଏବଂ ନିକାଂଚନ ସ୍ଥାନ ଗୁଡିକ ଏମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିଶେଷ କରି ଏହି ଚୋର ଲୁଟେରା ମାନେ ଦିନ ସମୟରୁ ବିଭିନ୍ନ ଛକ ଗହଳି ସ୍ଥାନରେ ଉପସ୍ଥିତ ରହି ଲୋକମାନଙ୍କୁ ଚିହ୍ନଟ କରିଥାନ୍ତି ପରେ ସଂଧ୍ୟା ହେଲେ ମଦ ପିଇ ନିଜର କାର୍ଯ୍ୟରେ ଲାଗିପଡିନ୍ତି । ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ, ନେଉଳପୁ. କଦଳା, ହରିଦାସପୁର କେନାଲ କଡ ରାସ୍ତାରେ ବିଭିନ୍ନ ସ୍ଥାନରେ ମଦବୋତଲ ଧରି ରାସ୍ତା ଉପରେ ବସି ରହି ମଦ ପିଇଥାନ୍ତି । ସେହିପରି ବଡଚଣା ଥାନା, ଚଣ୍ଡିଖୋଲ ପାଣ୍ଡି, ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ଚଣ୍ଡିଖୋଲ ଠାରୁ ମହାବିନାୟକ ରୋଡ, ଚଣ୍ଡିଖୋଲ ବଙ୍ଗଳା ଛକ ନିକଟରେ ଏହି ଚୋର ଲୁଟେରା ମାନେ ସକ୍ରିୟ ରହିଥାନ୍ତି । ଦିନରେ ନିଜକୁ ଫାଇନାନ୍ସ କର୍ମଚାରୀ କହି ବିଭିନ୍ନ ଲୋକଙ୍କ ଆଗରେ ବାଇକ ରକି ଦାଦାଗିରି ଦେଖାଇଥାନ୍ତି । ନିକଟ ଅତିଥିରେ ହରିଦାସପୁର ଗ୍ରାମ ଭିତରକୁ କାରକୁ ଫୋଲ କରି ଆସି ବନ୍ଧୁକ ଦେଖାଇ କାରରେ ଥିବା ଦମ୍ପତି ନକିଟରୁ ସମସ୍ତ ସୁନାଗହଣା , ଟଙ୍କା, ମୋବାଇଲ ଫୋନ ଇତ୍ୟାଦି ଛଢ଼ାଇ ନେଇଥିଲେ । ସେହିପରି ଜଣେ ତେଲ ଟଙ୍କି କର୍ମଚାରୀଙ୍କ ଠାରୁ କଦଳା ପୋଲ ନିକଟରେ ନାଳ କଡକୁ ପେଲିଦେଇ ତାଙ୍କ ନିକଟରେ ଥିବା ୨୦ହଜାର ଟଙ୍କ ଛଢ଼ାଇ ନେଇଥିଲେ । ସେହିପରି ୭ଦିନ ତଳେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବେକରୁ ସୁନା ଚେନ ଛଢ଼ାଇ ନେଇଥିଲେ । ଅନ୍ୟପଟରେ ବଡଚଣା ଥାନା ଅନ୍ତର୍ଗତ ବଙ୍ଗଳାଛକ ନିକଟରେ ଜୌନିକ ଯୁବ ସମ୍ବାଦିକଙ୍କ ଗାଡିକୁ ଅଟକାଇ ଦାଦାଗିରି ଦେଖାଇ ଛିନତାଇ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ବାଦିକ ଜଣଙ୍କ ପୋଲିସକୁ ତୁରନ୍ତ ଖବର ଦେଇଥିବାରୁ ଏବଂ ଜଣେ ସ୍ଥାନୀୟ ଲୋକ ଆସିଯିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । କଲେଜ ଛକ ନିକଟରେ ଏହି ଅସାମାଜିକ ଯୁବକ ମାନେ ଛିଡା ହୋଇ କଲେଜ ଯୁବତୀ ମାନଙ୍କ ଆଶାଳୀନ ଆଚରଣ କରିବା ଏମାନଙ୍କ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି । ଏପରକି ପୋଲିସ ପ୍ରେଟ୍ରୋଲିଂଙ୍ଗ ବଢ଼ାଇବ ପରିବର୍ତ୍ତେ ଏବଂ ଚୋର ଲୁଟେରାଙ୍କୁ ଧରିବା ପରିବର୍ତ୍ତେ ଲୋକମାନଙ୍କ ସୁନା ଗହଣା ଗାଡି ଛଢ଼ିବାକୁ ବାରଣ କରିବାର ଦେଖାଯାଉଛି । ଫାଇନାନ୍ସ କର୍ମଚାରୀ ମାନେ କୌଣସି ଗାଡିକୁ ସାଧାସଳକ ଅଟକାଇ ପାରିବେ ନାହିଁ ବୋଲି ନିୟମ କରିଥିଲେ ମଧ୍ୟ ଏମାନେ ଏହାକୁ ନିଜର ଅସ୍ତ୍ର କରି ଗାଡି ନମ୍ବର କାହିଁକି ନାହି, ଆମକୁ କାହିଁ ସାଇଡ ମାରିଲୁ କହି ଆଗ ଦାଦାଗିରି ଦେଖାଇ ଲୁଟିବାରେ ଲାଗିପଡିଛନ୍ତି । ଏନେଇ ସ୍ଥାନୀୟ ଜନସାଧରଣ ଭୟରେ ରହୁଥିବା ବେଳେ ପୋଲିସର କାର୍ଯ୍ୟ ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ଏପରକି କେତକ ଚୋର ଲୁଟେରାଙ୍କ ସହିତ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସିଧାସଳକ ଭଲ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ହେଉଛି । ତରନ୍ତ ଏଦିଗରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଦୃଷ୍ଟି ଦେବା ସହିତ ପୋଲିସ ପ୍ରେଟ୍ରୋଲିଙ୍ଗ ପ୍ରତିଦିନ କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।www.sandhannews.com

Related Posts

About The Author

Add Comment