ଯାଜପୁର,୨୫/୦୨ ଧର୍ମଶାଳା ବ୍ଲକ ନାକତଳେ ଥିବା ପଂଚାୟତରଲୋକେ ପିଇବାକୁ ପାଣି ପାଉନାହାନ୍ତି । ଧର୍ମଶାଳାରେ ବେକାରୀ ସମସ୍ୟା ସହ କୃଷକ, ଶ୍ରମିକ ଓ ମହିଳା ମାନଙ୍କ ସମସ୍ୟା ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ପଂହଚିଛି । ଧର୍ମଶାଳାର ଲୋକ ପ୍ରତିନିଧି ଲୋକଙ୍କ ସମସ୍ୟା ସହ ରହୁ ନଥିବାରୁ ଏଭଳି ଦଃର୍ଭାଗ୍ୟ ଜନକ ସ୍ଥିତି ହୋଇଛି ବୋଲି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି । ଧର୍ମଶାଳା ବ୍ଲକ ନିକଟରେ ଥିବା ଧର୍ମଶାଳାର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରତିନିଧିତ୍ୱ କରୁଥିବା କୁମାରୀ ପଂଚାୟତର ଜାଲସୁଖା ଗ୍ରାମରେ ଲୋକେ ପିଇବାକୁ ପାଣି ପାଉ ନାହାନ୍ତି । ଏହି ଗାଁର ଲୋକେ ମଧ୍ୟ ବିଭିନ୍ନ ପ୍ରକାର ସର୍ବନିମ୍ନ ସୁବିଧା ସୁଯୋଗରୁ ବଂଚିତ । ଏଥିପାଇଁ ଲୋକଙ୍କ ଡାକରାରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୁପାୟନ ପାଇଁ ଲଢେଇ କରୁଥିବା ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ଏହି ଗାଁକୁ ଯିବା ପରେ ଲୋକମାନେ ଗାଁ ପରିକ୍ରମା କରାଇ ସତୀଶଙ୍କୁ ବିଭିନ୍ନ ସମସ୍ୟା ନେଇ ଅବଗତ କରାଇଥିଲେ । ଏଠାରେ ଥିବା ଗୋଟିଏ ଟ୍ୟୁୱେଲ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଥିବା ବେଳେ ଅନ୍ୟ ଗୋଟିଏ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି । ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ଗୋଟିଏ ଭଙ୍ଗା ଟ୍ୟୁୱେଲରୁ ଗାଁ ଯାକ ଲୋକ ପାଣି ନେଉଥିଲେ ମଧ୍ୟ ତାହା ସମସ୍ତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ପାରୁନାହିଁ । ଏଥିନେଇ ଗାଁରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସତୀଶ କହିଥିଲେ ଯେ, ଲୋକଙ୍କ ସମସ୍ୟା ଅପେକ୍ଷା ଧର୍ମଶାଳାରେ କେବଳ ବଂଶବାଦ ଶାସନକୁ ବଳବର ରଖିବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଧର୍ମଶାଳାରେ ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଅର୍ଥକୁ ହଡପ କରାଯାଉଛି । ଏଥିନେଇ ମହିଳାମାନେ ଥାନାରେ ଅଭିଯୋଗ ପରେ ବି ନ୍ୟାୟ ପାଉନାହାନ୍ତି । ବେକାର ଯୁବକ ମାନଙ୍କ ଆତ୍ମ ନିଯୁକ୍ତି କ୍ଷେତ୍ରରେ
କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଲୋକ ପ୍ରତିନିଧି କେବଳ ନିଜର ଏବଂ ନିଜ କୋଟେରୀ ଗ୍ରୁପରେ ଥିବା ଆଙ୍ଗୁଠି ଗଣତି ଲୋକଙ୍କ ସୁଖ, ସମୃଦ୍ଧି ଓ ସମ୍ପ ବୃଦ୍ଧିରେ ମାତିଥିବା ବେଳେ ଧର୍ମଶାଳାରେ ସାଧାରଣ ଜନତାଙ୍କ ସମସ୍ୟା ବୁଝିବାକୁ ଆଦୌ ଇଛା ପ୍ରକାଶ କରୁନାହାନ୍ତି । ଦୀର୍ଘବର୍ଷ ଧରି ବଭିନ୍ନ ଗାଁରେ ମୁଁ ଲୋକଙ୍କ ସମସ୍ୟା ସମାଧାନ ନେଇ ଚଲାଇଥିବା ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନକୁ ଦୃଷ୍ଟିରେ ରଖି ଏବେ ଧର୍ମଶାଳାର ଜନପ୍ରତିନିଧି କେତୋଟି ଗାଁକୁ ଯାଇଥିବାର ଦେଖିବାକୁ ମିଳୁଛି । ମୋ ଅଭିଯାନର ପ୍ରଭାବ ପଡିଥିବାରୁ ମୁଁ ଖୁସି । ହେଲେ ତାହା କେବଳ ଆସନ୍ତା ନିର୍ବାଚନରେ ଜନମତ ଭୟରେ ନହୋଇ ଆନ୍ତରିକତାପୂର୍ଣ୍ଣ ହେବା
ଉଚିତ । ଜାଲସୁଖା ଗ୍ରାମରେ ନିରିହ ଆଦିବାସୀ ମାନେ ଶତାଧିକ ବର୍ଷ ଧରି ଜୀବନ ବିତାଉଛନ୍ତି । ହେଲେ ସେମାନଙ୍କ ନାମରେ ଅଦ୍ୟାବଧି ଘରଢିହ ପଟ୍ଟା ମିଳିନାହିଁ । ଯଦି ଧର୍ମଶାଳାର ଲୋକ ପ୍ରତିନିଧି ଲୋକସେବା କରୁଛନ୍ତି ତେବେ ଦୀର୍ଘ ୨୮ ବର୍ଷର ପରିବାରବାଦ ଶାସନରେ ଏଭଳି ଗରୀବଙ୍କ ନାମରେ କାହିଁକି ଘରଢିହ ପଟ୍ଟା ହୋଇନାହିଁ ଏଥିପାଇଁ ନିଜକୁ ଉରଦାୟୀ କରନ୍ତୁ । ଅପର ପକ୍ଷରେ ଏମାନଙ୍କ ଘରଢିହ ପଟ୍ଟା କ୍ଷମତାସୀନ ମାନେ ନିଜ ନାମରେ କିପରି କରାଇ ନେଲେ ଏହାର ମଧ୍ୟ ଅନୁସନ୍ଧାନ ପାଇଁ ପଦକ୍ଷେପ ନିଅନ୍ତୁ । ସେହପରି ଯାରକାରେ କ୍ଷମତାସୀନ ଲୋକ ବେଆଇନ ଭାବେ ମୂଲ୍ୟବାନ ଜମି ଜବର ଦଖଲ କରିଥିବା ବେଳେ ଏହି ସରଳ ଗରୀବ ଶବର ମାନଙ୍କ ପ୍ରତି ହୋଇଥିବା ଅବିଚାର ନେଇ ଆତ୍ମ ସମୀକ୍ଷା କରିବାକୁ ଦାବି କରିଥିଲେ । ଧର୍ମଶାଳାରେ ଏଭଳି ବହୁଗ୍ରାମର ଲୋକେ ସମସ୍ୟା ଦେଇ ଗତି କରୁଛନ୍ତି । ଏହା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନୀତି ଓ ଆଦର୍ଶ ବିରୋଧୀ ବୋଲି ସତୀଶ ଅଭିଯୋଗ କରିଥିଲେ ।
ଧର୍ମଶାଳାର ଲୋକ ପ୍ରତିନିଧି ଲୋକଙ୍କ ସମସ୍ୟା ସହ ନାହାନ୍ତି-ସତୀଶ
|
March 2, 2023 |



