ଧର୍ମଶାଳାର ଡଙ୍କାରୀ ଓ ରାହାଡପୁର ପାହାଡ ନିଲାମ ନେଇ ଜନଶୁଣାଣୀରେ ବିଷଦଗାର କଲେ ବି.ଜେ.ଡି ନେତା

Spread the love

ଯାଜପୁର, ୨୫/୦୮/୨୦ (ସନ୍ଧାନ ନିଉଜ) : ଆଜି ଯାଜପୁର ଜିଲ୍ଲାର ଧର୍ମଶାଳାର ପାହାଡ ପର୍ବତ ହରିଲୁଟ ନେଇ ଜନଅସନ୍ତୋଷ ବିସ୍ପୋରକ ମୋଡ ନେବାକୁ ଯାଉଛି । ଏହାର ଝଲକ ଆଜି ମହିସରା ପଂଚାୟତରେ ଅନୁଷ୍ଠିତ ଜନଶୁଣାଣୀରେ ଦେଖିବାକୁ ମିଳିଥିଲା । ଏହି ଜନଶୁଣାଣୀ ବହୁ ଲୋକ ପାହାଡ ନିଲାମକୁ ବିରୋଧ କରିଥିବା ବେଳେ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ବିଷଦଗାର ଏବଂ ପାହାଡ ନିଲାମ ବିରୋଧରେ ବର୍ଷିବା ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ସତୀଶଙ୍କ ନୀତିଗତ ପ୍ରଶ୍ନବାଣ ପ୍ରଶାସନ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏଥିରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚର ସଭପତି ସତୀଶ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ, ପଥର ମାଫିଆଙ୍କ ପାର୍ଦୁଭାବରେ ପୋଲିସ ଓ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧିଥିବା ବେଳେ ସାଧାରଣ ଜନତା ମଧ୍ୟ ମୁହଁ ଖୋଲିବା କଷ୍ଟକର । ତେଣୁ ପ୍ରଶାସନ ତରଫରୁ ଜନଶୁଣାଣୀରେ ଲୋକଙ୍କ ମତ ଶୁଣିବାର ନାଟକ କରା ନଯାଉ । କରୋନା ବିପତ୍ତି ସମୟରେ , ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ହୋଇଥିବା ବେଳେ, ନିକଟସ୍ଥ ଡଙ୍କାରୀରେ କରୋନା ବ୍ୟାପିଥିବା ବେଳେ ଏଭଳି ଜନଶୁଣାଣୀ କରିବା ବିଧି ସମ୍ମତ ନୁହେଁ । ସରକାର ଏବେ ହ୍ୱାଟସଅଫ ଓ ମେଲରେ ଅଭିଯୋଗ ପଠାଇବାର ବ୍ୟବସ୍ଥା କରିଥିବାରୁ ସେହି ଆଧାରରେ ଲୋକଙ୍କ ଅଭିଯୋଗ ଲୋଡାଯାଉ । ଏହାସହ ଡାକରେ ମଧ୍ୟ ଅଭିଯୋଗ ପତ୍ର ମଗାଯାଉ । ଫଳରେ ଏହି ଅଞ୍ଚଳର ହଜାର ହଜାର ଅଭିଯୋଗ ପ୍ରଶାସନ ପାଇପାରିବ । ନଚେତ ଏଭଳି ଜନଶୁଣାଣୀ କେବଳ ପଥର ମାଫିଆଙ୍କ ଦ୍ୱାରା ପ୍ରାୟୋଜିତ ଜନଶୁଣାଣୀରେ ପରିଣତ ହେବ । ସତୀଶ କହିଥିଲେ ଆମ ନବୀନ ପଟ୍ଟନାୟକ ସରକାର ଫାଇବ ଟି ଏବଂ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନରେ ବିଶ୍ୱାସ କରୁଥିବା ବେଳେ ଜିଲ୍ଲାର ନିଷ୍ଠାପର ପ୍ରଶାସନିକ ଅଧିକାରୀମାନେ ପଥର ମାଫିଆଙ୍କ ଚାପରେ ଚାପି ହୋଇ ଆଉ ଅଧିକ ଦିନ ସାଧାରଣ ଜନତା ଓ ସରକାରଙ୍କ ସ୍ୱାର୍ଥର ତଣ୍ଟି ଚିପି ଦିଅନ୍ତୁ ନାହିଁ । ଅତୀତରେ ପାହାଡ ଲିଜ ଅଞ୍ଚଳ ଏବଂ ସଂଲଗ୍ନ ଅଞ୍ଚଳରୁ କୋଟି କୋଟି ଟଙ୍କାର ପଥର ଲୁଟ ନେଇ ଅଦ୍ୟାବଧି ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ନିଲାମ ନେଇଥିବା ଇଜିରାଦାରଙ୍କୁ ଦାୟୀ କରାଯାଇ ନାହିଁ । ୱାଗନ ହୋଲ ବ୍ଲାଷ୍ଟିଂର ପ୍ରଭାବରେ ମୃଦୁ ଭୂମିକମ୍ପ ହେଉଥିବା ବେଳେ ଲୋକଙ୍କ ଘର କାନ୍ଥ ଫାଟି ଯାଉଛି । ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଏହାର ପ୍ରଚଣ୍ଡ ଶବ୍ଦରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ବନ୍ଦ କରିବାର ସରକାରଙ୍କ ନଦେ୍ର୍ଦଶକୁ ଦୀର୍ଘବର୍ଷ ବିତିଥିଲେ ବି ଏଥିନେଇ ପୋଲିସ ପ୍ରଶାସନ ଗୋଟିଏ ହେଲେ ମାମଲା ରୁଜୁ କରିନାହିଁ । ରାଜ୍ୟର ସର୍ବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ ଆସିଥିବା ଶତାଧିକ ନିଦେ୍ର୍ଦଶକୁ ପ୍ରଶାସନ ମାଡି ବସିଛି । ଗୋଟିଏ ହେଲେ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଠାରେ ଭୂତଳ ଜଳ ପ୍ରଦୂଷିତ ହୋଇ ଲୋକେ ପୋକମାଛି ପରି ମରୁଛନ୍ତି । ପାହାଡ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗୋଟିଏ ହେଲେ ଟଙ୍କା ଖର୍ଚ୍ଚ କରାଯାଉ ନାହିଁ । ୫୯ କୋଟି ଜରିମାନା ଘଟଣାରେ ସରକାରୀ କଳ କୋର୍ଟରେ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ କରୁନାହିଁ । ଜିଲ୍ଲାର ହାଇପାୱାର କମିଟି ବୈଠକରେ ନିଷ୍ପତ୍ତି ଅନୁସାରେ ଏଠାରେ ସ୍ୱତନ୍ତ୍ର ଗେଟ ଏବଂ ସ୍ପେଶାଲ ଫୋର୍ସ ମୁତୟନ କରାଯାଉ ନାହିଁ । ସାଟେଲାଇଟ ମାଧ୍ୟମରେ ପଥର ଖୋଳାର ଚିତ୍ର ବି ରଖାଯାଉ ନାହିଁ । ଅଧିକ ଖୋଳା ହୋଇଥିବା ପାହାଡରେ ମାଟି ଭର୍ତ୍ତି କରି ସମତଳ କରାଯାଉ ନାହିଁ । କୋଟି କୋଟି ଟଙ୍କାର ଅଧିକ ପଥର ଖୋଳା ନେଇ ସରକାରଙ୍କ ରାଜସ୍ୱ ପାଇଁ ଜରିମାନା ଆଦାୟ କରାଯାଉ ନାହିଁ । ଖଣ୍ଡିକିଆ ଗାଡି ମାଲିକଙ୍କୁ ଧରାଯାଉ ଥିବା ବେଳେ ବଡ ବଡ ଟ୍ରାନ୍ସପାର୍ଟରଙ୍କ ଗାଡିକୁ ଆଦୌ ଧରାଯାଉ ନାହିଁ । ପାହାଡ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପଥା ମାଫିଆ ମାନେ ଅଚଳ କରି ରଖିଥିବା ବେଳେ ଏଥିନେଇ ଅଭିଯୋଗ ପରେ ହୋଇଥିବା ତଦନ୍ତକୁ ପଥର ମାଫିଆଙ୍କ ସ୍ୱାର୍ଥ ପାଇଁ ଚାପି ଦିଆ ଯାଇଛି । ଏହି ଅଞ୍ଚଳର କ୍ଷୁଦ୍ର କ୍ରସର ଏବଂ କମ୍ପରସର ଗୁଡିକୁ ବନ୍ଦ କରାଯିବାର ସଫଳ ଷଡଯନ୍ତ୍ର କରାଯାଇ ଥିବା ବେଳେ ଏଠିକାର ଲୋକେ ମଧ୍ୟ ଖାଦାନ ନିଲାମ ପାଆନ୍ତି ନାହିଁ । ଆମ ଅଞ୍ଚଳର ପାହାଡ ଗୋଟିକ ପରେ ଗୋଟିଏ ମାଟିରେ ମିଶୁ ଥିବା ବେଳେ ଆମ ଅଞ୍ଚଳର ସାମଗ୍ରିକ ବିକାଶ ହୁଏନାହିଁ । ଉଦେ୍ଦଶ୍ୟ ମୂଳକ ଭାବେ ଦେଶର ସର୍ବ ବୃହତ୍ତମ ତ÷ଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ରୋକା ଯାଇଛି । ଏହି ପ୍ରକଳ୍ପ ଅଞ୍ଚଳରେ ପଥର ବ୍ଲାଷ୍ଟିଂ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶାନାମାକୁ ଦୀର୍ଘଦିନ ଧରି ଚାପି ରଖି ଏଠାରେ ପାହାଡ ବ୍ଲାଷ୍ଟି ଚାଲିଥିଲା । ଏପରିକି ଆଜି ଜନଶୁଣାଣୀ ହେଉଥିବା ବେଳେ ଦୀର୍ଘଦିନ ହେବ ଏଠାରେ ବିନା ପରିବେଶ ମଂଜୁରୀ ଏବଂ ମାଇନିଂ ପ୍ଲାନରେ କିଭଳି ପଥର ବ୍ଲାଷ୍ଟି ଚାଲିଛି ଆଦି ପ୍ରଶ୍ନ ନେଇ ପ୍ରଶାସନ ପ୍ରଥମେ ଜବାବ ରଖିବାକୁ ସତୀଶ ଦାବି କରିଥିଲେ । ଆଙ୍ଗୁଠି ଗଣତି କିଛି ଲୋକଙ୍କୁ କୋଟି କୋଟି ଟଙ୍କାର ମୁନାଫା ଦେବାକୁ ପ୍ରଶାସନ ଆଉ ଅଧିକ ଦିନ ଏଠାରେ ଜନପ୍ରୀୟ ନବୀନ ପଟ୍ଟନାୟକ ସରକାରଙ୍କୁ ଜନବିରୋଧୀ କରିବା ସହ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ନକରୁ ବୋଲି ମତ ରଖିବା ବେଳେ ଉପସ୍ଥିତ ଲୋକମାନେ ସମର୍ଥନ ଜଣାଇଥିଲେ । ଏଥିରେ ମଧ୍ୟ ବି.ଜେ.ପି ନେତା ସର୍ବେଶ୍ୱର ବେହେରା ମତ ରଖି ପାହାଡ ନିଲାମକୁ କଡା ବିରୋଧ କରିବା ସହ ସରକାରୀ କଳର କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ । ଜନଶୁଣାଣୀରେ ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ, ଧର୍ମଶାଳା ତହସିଲଦାର ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment