ଧର୍ମଶାଳାରେ ମହାଦୁର୍ନିତି: ଫାଇବ ଟି ସଚିବଙ୍କୁ ବାଟବଣା କରିବାକୁ ଚାଲିଛି କାରସାଦି

Spread the love

ଯାଜପୁର, ୨୮/୧୦/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଧର୍ମଶାଳାରେ ଆବାସ ଯୋଜନା ସହ ବିଭିନ୍ନ ଯୋଜନାରେ ଚାଲିଛି ମହାଦୁର୍ନିତି । ଏଥିନେଇ ଫାଇବ ଟି ସଚିବଙ୍କ ଠାରୁ ତଦନ୍ତ ନିଦେ୍ର୍ଦଶ ଆସିବା ପରେ ବି ସଚିବଙ୍କୁ ବାଟବଣା କରିବାକୁ ଚାଲିଛି କାରସାଦି । ଏହାର ପ୍ରତିବାଦରେ ଶୋଷଣର ଶୀକାର ହୋଇଥିବା ଗରୀବ ହିତାଧିକାରୀଙ୍କ ସହ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ।
ଖବରରୁ ପ୍ରକାଶ, ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଂଚାୟତର ତରାସ ଗ୍ରାମର ବାଇଧର ଦାସଙ୍କ ପତ୍ନୀ ତପସ୍ୱନୀ ଦାଶଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୦୧୯/୨୦ ବର୍ଷରେ କାର୍ଯ୍ୟାଦେଶ ନଂବର-୧୬୯୩ ମିଳିଥିଲା । ସରକାର ଗରୀବଙ୍କୁ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଶେଷ କରିବାକୁ ଉସôାହିତ କରୁଛନ୍ତି । ଏଥିପାଇଁ ଠିକ ସମୟରେ ଗୃହ କାର୍ଯ୍ୟ ଶେଷ କରୁଥିବା ହତାଧିକାରୀଙ୍କୁ ସରକାର ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ବି କିଛି କମ କଥା ନୁହେଁ । ତପସ୍ୱନୀ ମଧ୍ୟ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଶେଷ କରିଥିବାରୁ ତାଙ୍କୁ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଗତ ଫେବୃୟାରୀରେ ପ୍ରଦାନ କଲେ । ହେଲେ ଆଶ୍ୱର୍ଯ୍ୟର କଥା ଯେ, ଶେଷ କିସ୍ତି ବାବଦରେ ବାକି ଥିବା ୩୦ ହଜାର ଟଙ୍କା କିନ୍ତୁ ତପସ୍ୱନୀଙ୍କୁ ପ୍ରଦାନ କରାଗଲା ନାହିଁ । ଏ ବାବଦରେ ବିଭାଗୀୟ ଅଧିକାରୀ ତଥା ପଂଚାୟତ କାର୍ଯ୍ୟନିର୍ବାହୀ ପାଣ୍ଡବ ସାମଲ ଦୁଇ ହଜାର ଟଙ୍କା ଲାଂଚ ନଦେଲେ ଏହି ବିଲ କରାଯିବ ନାହିଁ ବୋଲି ନିଜେ ତପସ୍ୱନୀ ଧର୍ମଶାଳା ବି.ଡି.ଓଙ୍କ ନିକଟରେ ବହୁବାର ଅଭିଯୋଗ କଲେ । ଏହାପରେ ବି କୌଣସି ସୁଫଳ ନମିଳିବାରୁ ତପସ୍ୱନୀ ଏଥିନେଇ ଧର୍ମଶାଳା ବି.ଡି.ଓଙ୍କୁ ରେଜେଷ୍ଟି ଡାକ ବ୍ୟବସ୍ଥାରେ ଗତ ତା୨୮.୦୭.୨୦ ରିଖରେ ରେଜେଷ୍ଟି୍ର ଡାକ ଦ୍ୱାରା ଅଭିଯୋଗ ପତ୍ର ପ୍ରଦାନ କଲେ । ଗରୀବ କଲ୍ୟାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଖାତିର କରୁ ନଥିବା ବ୍ଲକ କର୍ତ୍ତୁପକ୍ଷ ଜଣେ ଗରୀବ ମହିଳାଙ୍କ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗକୁ ନାଲିଫିତା ତଳେ ଚାପି ଦେଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ସତୀଶ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କର ଗତ ୦୮.୦୯.୨୦ ରିଖରେ ଦୃଷ୍ଟି ଆକର୍ଷଣ କରିବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଏଥିନେଇ ଆଲୋଚନା କରିଥିଲେ । ତପସ୍ୱନୀ କେବଳ ଗୋଟିଏ ନମୁନା ମାତ୍ର । ଏଠାରେ ଏହିଭଳି ଶତାଧିକ ଦୁର୍ନିତି ନେଇ ଜୀବନ୍ତ ପ୍ରମାଣ ସହ ସତୀଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ଫାଇବ ଟି ସଚିବଙ୍କ ନିଦେ୍ର୍ଦଶକ୍ରମେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିଦେ୍ର୍ଦଶ ଆସିଥିଲା । ଏହାପରେ ବି ତଦନ୍ତରେ ବିଳମ୍ବ ନେଇ ସତୀଶ ଅନଶନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ । ଏହାପରେ ଗତ ତା୦୯.୧୦.୨୦ ରିଖରେ ଜିଲ୍ଲା ପଂଚାୟତ ଅଧିକାରୀ ପତ୍ର ନଂବର-୧୧୭୧ ପ୍ରଦାନ କରି ଏଥିନେଇ ତା୨୧.୧୦.୨୦ ରିଖରେ ତଦନ୍ତ କରାଯିବାକୁ ପଂଚାୟତ କାର୍ଯ୍ୟନିର୍ବାହୀଙ୍କ ଜଣାଇଥିଲେ । ଦୁର୍ନିତିର ସୁତ୍ରଧରଙ୍କୁ ତଦନ୍ତ ନେଇ ଜଣାଯାଇଥିବା ବେଳେ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ତରଫରୁ ଏଥିନେଇ ଅଭିଯୋଗକାରୀଙ୍କ ପତ୍ର ଦିଆଯାଇ ନଥିଲା । ତେବେ ଏହି ପତ୍ରରେ ବୃନ୍ଦାଦେଇପୁର ପଂଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ରେକର୍ଡପତ୍ର, ନଗଦ କାରବାର ବହି, ବୈଠକ ବିବରଣୀ, ପଲ୍ଲୀସଭା, ଗ୍ରାମସଭା ବହିର ଯାଂଚ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଦର୍ଶାଯାଇଥିଲା । ଏପରିକି ଅଭିଯୋଗକାରୀ ସତୀଶ ବିଶ୍ୱାଳଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିବାକୁ ମଧ୍ୟ ଜଣାଯାଇ ଥିଲା । ହେଲେ ନିଦେ୍ର୍ଦଶ ଅନୁସାରେ ତଦନ୍ତର ପୂର୍ବଦିନ ଏଥିନେଇ ମୌଖିକ ସୂଚନା ଅଭିଯୋଗକାରୀଙ୍କୁ ଦିଆଯାଇ ଥିବା ବେଳେ ଏହିସବୁ ପ୍ରସଙ୍ଗ ନେଇ ଥିବା ଗଦା ଗଦା ଅଭିଯୋଗ ନେଇ କୌଣସି ତଦନ୍ତ କରାଯାଇ ନଥିଲା । ସ୍ଥାନୀୟ ସରପଂଚଙ୍କ ଠାରୁ ସମସ୍ତ ଅଭିଯୋଗକାରୀ ମାନେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କ କୌଣସି ଅଭିଯୋଗକୁ ଶୁଣାଗଲା ନାହିଁ । ଯେଉଁ ତପସ୍ୱନୀଙ୍କ ପ୍ରସଙ୍ଗରେ ତଦନ୍ତ କରାଗଲା ସେଥିନେଇ ତଦନ୍ତର ସାତଦିନ ପରେ ବି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରାନଯାଇ ଏଠାରେ ଫାଇବ ଟି ସଚିବଙ୍କୁ ବାଟବଣା କରିବାକୁ ଉଦ୍ୟମ କରାଯାଉଛି ବୋଲି ସତୀଶ ଅଭିଯୋଗ କରିଛନ୍ତି । ସେ ଆଜି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, ଏହି ପଂଚାୟତ ନେଇ ଗଦା ଗଦା ପ୍ରମାଣଯୋଗ୍ୟ ଅଭିଯୋଗକୁ ପ୍ରଶାସନ ଚାପି ଦେବା ଆମ ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନିକ ବ୍ୟବସ୍ଥାର ନୀତି ବିରୋଧ କାର୍ଯ୍ୟ । ତେଣୁ ତଦନ୍ତ ନେଇ ଆସନ୍ତା ସାତଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବି ବୋଲି କହିଛନ୍ତି । ଏହି ତଦନ୍ତରେ ଯାଜପୁରର ଦୁଇ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଗୋପୀନାଥ କୁଅଁର, ମୋହନା ବେଗମ, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବ୍ଲକ ପଂଚାୟତ ଅଧିକାରୀ ଦିବ୍ୟକାନ୍ତି ମିଶ୍ର, ବି.ପି.ସି ଧର୍ମେନ୍ଦ୍ର ବାରିକ ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ତେବେ ଏଥିନେଇ ଯାଜପୁର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣୀ ନାୟକ କହିଛନ୍ତି ଯେ, ତଦନ୍ତ ଉପରେ ଭରସା ରଖନ୍ତୁ, କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ । ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Posts

About The Author

Add Comment