ଧର୍ମଶାଳାରେ ପ୍ରାକୃତିକ ସମ୍ପଦର ହରିଲୁଟ ନେଇ ବଢୁଛି ସଙ୍କଟ: ଜେନାପୁର ବାଲି ଖାଦାନ ନେଇ ପ୍ରଶାସନିକ ତଦନ୍ତ

Spread the love

ଯାଜପୁର,୨୭/୨ (ସନ୍ଧାନ ନିଉଜ/ ପ୍ରଶାନ୍ତ ସାମଲ ) ଧର୍ମଶାଳାର ପ୍ରାକୃତିକ ସମ୍ପଦର ହରିଲୁଟ ପ୍ରସଙ୍ଗ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନର ଭିତ୍ତି ଉପରେ ଠିଆ ହୋଇଥିବା ନବୀନ ପଟ୍ଟନାୟକଙ୍କ ସରକାର ପାଇଁ ଦିନକୁ ଦିନ ସଙ୍କଟ ବଢାଉଛି । ଡଙ୍କାରୀ ପରେ ଏବେ ଜେନାପୁର ବାଲି ଖାଦାନ ନେଇ ଗ୍ରୀନ ଟ୍ରବିନାଲର ନିଦେ୍ର୍ଦଶକ୍ରମେ ବୁଧବାର ପ୍ରଶାସନିକ ତଦନ୍ତ କରାଯାଇଛି । କ୍ଷମତାସୀନ ନେତା, ପ୍ରଶାସନିକ ଅଧିକାରୀ ଓ ପଥର, ବାଲି ଚୋରଙ୍କ ମଧୁଚନ୍ଦ୍ରିକାରେ ହେଉଥିବା ହରିଲୁଟ ପାଇଁ ସରକାର ବଦନାମ ହେଉଥିବା ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
ଖବରରୁ ପ୍ରକାଶ, ଜେନାପୁର ବାଲି ଖାଦାନରୁ ବର୍ଷ ବର୍ଷ ଧରି ବାଲି ହରିଲୁଟ ଚାଲିଛି । ପ୍ରତ୍ୟେକ ଦିନ ସମସ୍ତ ପ୍ରକାର ସରକାରୀ ନିୟମ କାନୁନକୁ ଦଳି ମକଚି ଶହ ଶହ ହାଇୱାରେ ମ୍ୟାସିନ ଲୋଡ କରାଯାଇ ବାଲି ଚାଲାଣ କରାଯାଉଛି । ଏହି ବାଲି ଚାଲାଣର ଚେର ସୁଦୂର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବି ଥିବା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବେଧଡକ ବାଲି ଚୋରୀ ହୋଇ ଚାଲାଣ ଚାଲିଛି । ଏଥିନେଇ ଗ୍ରୀନ ଟ୍ରିବୁନାଲର ନିଦେ୍ର୍ଦଶକ୍ରମେ ଷ୍ଟେଟ ଇନଭଣ୍ଣମେଂଟ ଆସସମେଂଟ ଅଥରିଟି, କଳିଙ୍ଗ ନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଧର୍ମଶାଳା ତହସିଲଦାର ପ୍ରମୁଖଙ୍କ ଉପସ୍ଥିତିରେ ଜେନାପୁର ବାଲି ଖାଦାନରେ ପ୍ରଶାସନିକ ଦଳ ପହଞ୍ଜô ତଦନ୍ତ କରିଥିଲେ । ତଦନ୍ତ ଚାଲିଥିବା ବେଳେ ବାଲି ଖାଦାନରୁ ପାଲ ଘୋଡା ହୋଇ ନଥିବା ବାଲି ବୋଝେଇ ଗାଡି ଯାଉଥିବାର ଦେଖା ଯାଇଥିବା ବେଳେ ଏଥିନେଇ ମଧ୍ୟ କଳିଙ୍ଗ ନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ମତ ଗଣମାଧ୍ୟମ ପ୍ରତିନିଧିମାନେ ଲୋଡିଥିଲେ । ତେବେ ଗ୍ରୀନ ଟ୍ରିବୁନାଲର ନିଦେ୍ର୍ଦଶକ୍ରମେ ତଦନ୍ତ ଆସିବାର ଜାଣିପାରି ମାତ୍ର ୫ ଦିନ ହେଲା ବାଲି ଖାଦାନରୁ ସମସ୍ତ ପ୍ରକାର ବଡ ବଡ ମାଟିଖୋଳା ମ୍ୟାସିନ ଏବଂ ହାଇୱା ଗୁଡିକୁ ହଟାଇ ଦିଆଯାଇଛି । ବାଲିଖୋଳା ହେବା ପରେ ହେଉଥିବା ବଡ ବଡ ଖାଲକୁ ପ୍ରତିବର୍ଷ ନଦୀବଢି ଆସି ପୁରି ଯାଉଥିଲେ ବି ଚଳିତ ବର୍ଷ ମଧ୍ୟ ବାଲିଖୋଳା ପରେ ପୋଖରୀ ପରି ବଡ ବଡ ଖାଲ ହୋଇ ଯାଇଥିଲା । ନିୟମ ଅନୁସାରେ ୩ ମିଟରରୁ ଅଧିକ ଖୋଳା ହେବାର ନଥିଲେ ମଧ୍ୟ ଏଠାରେ ୧୦ ମିଟରରୁ ଅଧିକ ଖୋଳା ହୋଇଛି । ଏପରିକି ବେଆଇନ ବାଲି ଖନନ ପାଇଁ ନଦୀର ସ୍ରୋତର ଗତିପଥ ବଦଳିବା ଫଳରେ ନଦୀପଠା କଡରେ ଥିବା ଗାଁ ଏବଂ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ନିକଟରେ ଥିବା ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ସହ ଧାର୍ମିକ ଅନୁଷ୍ଠାନ ଗୁଡିକ ପ୍ରତି ମଧ୍ୟ ଏହାର କୁପ୍ରଭାବ ପଡୁଛି । ଏଠାରେ ଦିନରାତି ବାଲିଖୋଳା ମ୍ୟାସିନ ଏବଂ ହାଇୱା ଶବ୍ଦ ପ୍ରଦୂଷଣ ସାଙ୍ଗକୁ ଧୂଳି ଉଡିବାରୁ ଛାତ୍ରଛାତ୍ରୀମାନେ ବ୍ୟାପକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ କୌଣସି ଦିନ ମଧ୍ୟ ପାଣିଛିଞ୍ଚା ଯାଉନାହିଁ । ନିକଟରେ ଯାଇଥିବା ଆର ଏଣ୍ଡ ବି ରାସ୍ତାରେ ବ୍ୟାପକ ଓଭରଲୋଡ ଗାଡି ଚଳାଚଳ ଫଳରେ ପ୍ରତିବର୍ଷ ରାସ୍ତାର ନାହିଁ ନଥିବା କ୍ଷତି ହେଉଛି ଏବଂ ସରକାର ପ୍ରତିବର୍ଷ ରାସ୍ତା ମରାମତିରେ ବହୁ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ଲିଜ ଏରିଆ ବାହାରୁ ହଜାର ହଜାର ଟ୍ରପି ବାଲି ଚୋରୀ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ପ୍ରକାର ସର୍ତ୍ତକୁ ଏଠାରେ ଉଲଂଘନ କରାଯାଉ ଥିବା ବେଳେ ବୋର୍ଡ ଏଥିନେଇ ମୁହଁରେ ତୁଣ୍ଡି ବାନ୍ଧି ରହିଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି । ତେବେ ଏହା ମିଳିତ ତଦନ୍ତ ହୋଇଥିବାରୁ ଏଥିନେଇ ରିପୋର୍ଟ ପ୍ରସ୍ତୁତ ହେବାପରେ ଗ୍ରୀନ ଟ୍ରବିନାଲକୁ ରିପୋର୍ଟ ପ୍ରଦାନ କରାଯିବ । ଆସନ୍ତା ୧୨ ତାରିଖ ପୂର୍ବରୁ ଏହି ରିପୋର୍ଟ ଚୁଡାନ୍ତ ହୋଇ ଗ୍ରୀନ ଟ୍ରିବୁନାଲକୁ ପ୍ରଦାନ କରାଯିବ । ଏହା ପୂର୍ବରୁ କିଛି କହିହେବ ନାହିଁ ବୋଲି କହିଛନ୍ତି କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ମହାନ୍ତି । ଏଥିନେଇ ଗ୍ରୀନ ଟ୍ରିବୁନାଲରେ ଅଭିଯୋଗ କରିଥିବା ରଂଜିତ କୁମାର ଦୋରା କହିଛନ୍ତି ଯେ, ଏଠାରେ ସମସ୍ତ ପ୍ରକାର ବେଆଇନ କାର୍ଯ୍ୟ କରାଯାଇ ବର୍ଷ ବର୍ଷ ଧରି ସ୍ପଷ୍ଠ ଦିବାଲୋକରେ ବାଲି ଚାଲାଣ ପାଇଁ ସରକାର ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି ଏବଂ ସ୍ଥାନୀୟ ଲୋକେ ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ଏଥିନେଇ ନ୍ୟାୟ ନମିଳିଲେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବୁ । ତେବେ ତଦନ୍ତ ଚାଲିଥିବା ବେଳେ ପ୍ରଶାସନ ଉପସ୍ଥିତିରେ ବେଆଇନ ବାଲି ଚାଲାଣ ନେଇ ଅଭିଯୋଗ କରୁଥିବା କେତେକ ଲୋକଙ୍କୁ ବାଲି ମାଫିଆଙ୍କ ଦଃୁବ୍ୟବହାର ସହ ଆବେଦନକାରୀ ଓ ଅନ୍ୟ ଅଭିଯୋଗକାରୀଙ୍କୁ ଧମକ ଦେଇଛନ୍ତି । ଏଭଳି ତଦନ୍ତ ବେଳେ ସ୍ଥାନୀୟ ଜେନାପୁର ପୋଲିସ ବହୁ ବିଳମ୍ବରେ ପହଂଚିଥିଲେ । ଜେନାପୁର ଥାନା ନିକଟରେ ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣରେ ପୋଲିସର ଭୂମିକା ନେଇ ଉଠୁଥିବା ପ୍ରଶ୍ନ ଆଜିର ଘଟଣା ପରେ ଅଧିକ ସ୍ପଷ୍ଟ ହୋଇଯାଇଛି ।


ଏଥିନେଇ ପୂର୍ବରୁ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଅଭିଯୋଗକ୍ରମେ ରାଜ୍ୟ ଖଣି ନିଦେ୍ର୍ଦଶକଙ୍କ ନିଦେ୍ର୍ଦଶକ୍ରମେ ବେଆଇନ ବାଲି ଉଠାଣ ନେଇ ହୋଇଥିବା ତଦନ୍ତକୁ ମଧ୍ୟ ଚାପି ଦିଆଯାଇଛି । ଏହାପରେ ବିଶ୍ୱାଳଙ୍କ ଅଭିଯୋଗରେ ବହୁବାର ଏଥିନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିଦେ୍ର୍ଦଶକୁ ମଧ୍ୟ ଯାଜପୁର ଜିଲ୍ଲା ପ୍ରଶାସନ ଓ ଧର୍ମଶାଳା ତହସିଲଦାର ଚାପି ଦେଇଥିବାର ଲେଖା ଯୋଖା ପ୍ରମାଣ ରହିଛି । ତେବେ ସରକାରଙ୍କ ଭାବମୂର୍ତ୍ତିର ସୁରକ୍ଷା ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱାଳ ଦାବି କରିଛନ୍ତି । ଅପର ପକ୍ଷରେ ତଦନ୍ତରେ ଥିବା ସହସିଲଦାର ଏଥିନେଇ ପୂର୍ବରୁ କୌଣସି ଅଭିଯୋଗ ନଥିବା ନେଇ ମତ ପ୍ରକାଶ କରିବା ଯେତିକି ଆଶ୍ଚର୍ଯ୍ୟଜନକ ତତୋଧିକ ଉଦବେଗ ଜନକ । ପ୍ରକାଶ ଥାଉ କି, ନିୟମ ଅନୁସାରେ ଏଠାରୁ ୨୦୧୫/୧୬, ୨୦୧୬/୧୭, ୨୦୧୭/୧୮, ୨୦୧୮/୧୯ ଆର୍ଥôକବର୍ଷରେ ଯଥାକ୍ରମେ ୧୮୧୦, ୧୯୯୧, ୨୧୯୦, ୨୪୯୦, ୨୭୩୯ କ୍ୟୁବିକମିଟର ବାଲି ଖୋଳା ହେବାର ଅନୁମତି ପ୍ରଦାନ କରାଯାଇ ଥିବା ବେଳେ ଏଠାରୁ ପ୍ରତ୍ୟେକ ଦିନ ଦୁଇ ହଜାର ସି.ଏମ ବାଲି ଏଠାରୁ ଚୋରୀ ହେଉଥିବାର ଅଭିଯୋଗ ହେଉଛି ।

Related Posts

About The Author

Add Comment