ଧର୍ମଶାଳାରେ ଚେନ୍ ଲୁଟେରା ଆତଙ୍କ, ମହିଳାଙ୍କ ବେକରୁ ସୁନା ଚେନ ଲୁଟିଲେଧର୍ମଶାଳା, ୧/୧୨/୨୦୨୧ (ସନ୍ଧାନ ନିଉଜ) ଦିନ ଦ୍ୱିପହରେ କରୁଛନ୍ତି ଲୁଟ୍, ଲୁଟେରାଙ୍କ ଟାର୍ଗେଟରେ ବାଇକ ଆରୋହୀ । ପୋଲିସ୍ କୁ ଖୋଲା ଚାଲେଞ୍ଜ କରି ଗୋଟିଏ ପରେ ଗୋଟିଏ କରୁଛନ୍ତି ଲୁଟ୍ ।
ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଘଟଣା, ଗତ ଏକମାସ ଭିତରେ ପାଖାପାଖି ଚାରୋଟି ଲୁଟ୍ ହୋଇଥିବା ବେଳେ ପୋଲିସ ହାତ ଖାଲି, ସମାନ୍ ଢଙ୍ଗରେ କରୁଛନ୍ତି ଲୁଟ୍, ଠିକ ସେହିପରି ଆଜି ସମୟ ପାଖପାଖି 12:30, ଧର୍ମଶାଳା ଥାନା ନାକପୋଲ ଲକ ବଜାର ଠାରୁ ସାରୋଇ ଯିବା ରାସ୍ତାରେ ଗଡ଼ମଧୁପୁର ଗ୍ରାମର ବଟ ବାରିକଙ୍କ ସାନପୁଅ ସୁବ୍ରତ ବାରିକ ଓ ତାଙ୍କ ସ୍ତ୍ରୀ ସହ ଦୁଇ ପିଲାକୁ ଧରି ନିଜ ବାଇକ ଯୋଗେ ଶଶୁର ଘର ଛତିଆ ଯିବା ସମୟରେ, କେହି ଜଣେ ଦୁର୍ବୃତ୍ତ ଏକ ଧଳା ରଙ୍ଗର ଅପାଚି ଗାଡ଼ିରେ ତାଙ୍କ ପଛେ ପଛେ ଆସି ଗାଡି ପଛରେ ବସିଥିବା ରଶ୍ମିତା ବାରିକଙ୍କ ବେକରୁ ସୁନା ହାର ଓ ଚେନକୁ ଝାମ୍ପି ନେଇଥିଲା I ଯାହାଫଳରେ ରଶ୍ମିତା ଗାଡ଼ିରୁ ତଳକୁ ଖସିପଡ଼ି ଗୁରୁତର ହୋଇ ପଡିଥିଲେ ! ଫଳରେ କିଛି ବାଟ ଯାଇ ରଶ୍ମିତାଙ୍କ ସ୍ୱାମୀ ଗାଡି ରୋକି ଦେଖିବାରୁ ଘଟଣା ସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଥିଲା I କିଛି ଦୁରରେ ବିଲରେ କାମ କରୁଥିବା ଲୋକେ ମାନେ ଧାଇଁ ଆସି ରଶ୍ମିତାଙ୍କ ଗୁରୁତର ଅବସ୍ଥା ଦେଖି ତୁରନ୍ତ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ I ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ରଶ୍ମିତାକୁ ତୁରନ୍ତ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି, ତେବେ ଦେଖିବାକୁ ବାକି ରହିଲା ଏହି କୁଖ୍ୟାତ ଅପରାଧି ମାନେ କେବେ ଆସୁଛନ୍ତି ପୁଲିସ କବ୍ଜାକୁ
ଯାଜପୁର ଧର୍ମଶାଳାରୁ ସେକ ହାସିମ୍ ରିପୋର୍ଟ୍


