ଦ୍ୱିିତୀୟ ଶ୍ରୀକ୍ଷେତ୍ରରେ ଭାଙ୍ଗିଲା ୫୦୦ ବର୍ଷର ପରମ୍ପରା

Spread the love

ବାରିପଦା, ୨୩ /୦୬ (ସନ୍ଧାନ ନିଉଜ)- କରୋନା ମହାମାରୀ ଯୋଗୁ ୧୫୭୫ ମସିହା ଠାରୁ ଦ୍ୱିିତୀୟ  ଶ୍ରୀକ୍ଷେତ୍ର ବାରିପଦାରେ ଚଳିଆସୁଥିବା ରଥ ଯାତ୍ରା ଦିର୍ଘ ୫୦୦ ବର୍ଷ ରୁ ଅଧିକ ସମୟର ପରମ୍ପରା ପ୍ରଥମ ଥର ଲାଗି ରୋକା ଲାଗିଅଛି । ଏହା ସହ ମୟୂରଭଞ୍ଜରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ରଥଯାତ୍ରା ହେବନାହିଁ ବୋଲି ପ୍ରଶାସନ କଟକଣା ଜାରି କରାଯାଇଛି । ଏ ନେଇ ମୟୂରଭଞ୍ଜ ଆରିକ୍ଷି ଅଧିକ୍ଷକ ପ୍ରତିକ ଜଗନ୍ନାଥ ମନ୍ଦିର ରେ ୧୪୪ ଧାରା ଯାରି କରିଛନ୍ତି ।ଗତର ବିକାର ଶ୍ରୀ ହାରିବାଳଦେବ ମହାପ୍ରଭୁ ନିଜେ ମନ୍ଦିର ର ସମ୍ମୁଖରେ କଟକଣା ଜାରି ଏବଂ ବିନା ଭକ୍ତରେ ରଥଯାତ୍ରା କରିବାକୁ ଜଗନ୍ନାଥ ପ୍ରେମୀ ମାନେ ଏକଜୁଟ ହୋଇ ନିରବରେ ପ୍ଲାକାତ ଧରୀ ପ୍ରଶାସନ ଓ ସରକାର ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରିଥିଲେ । ସେ ପଟେ ସୋମବାର ରେ ମାନ୍ୟବର ସର୍ବୋଚ୍ଚ ନ୍ୟାଳୟ ପକ୍ଷରୁ ପୁରୀରେ ରଥଯାତ୍ରା ପାଇଁ ସକଳ ସଂଙ୍କେତ ମିଳିବା ପରେ ଦ୍ୱୀତିୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବାୟତ ଓ ଶ୍ରନ୍ଧାଳୁଙ୍କ ଭିତରେ ଏକ ପ୍ରକାର ରଥଯାତ୍ରା ପାଇଁ ପ୍ରଶାସନକୁ ମନାଇବା ଲାଗି ଚେଷ୍ଟା କରିିଥିଲେ । ସେବାୟତମାନେ ପ୍ରଥମେ ରଥଯାତ୍ରା ଦାବିରେ ବାରିପଦା ବଡ ଜଗନ୍ନାଥଙ୍କ ଦେଉଳ ସମ୍ମୁଖରେ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । କଟକଣା ଯୁକ୍ତ ରଥଯାତ୍ରା ପାଇଁ ଦାବି କରିବା ସହ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଅବହେଳା ଚଳିବନାହିଁ ବୋଲି ଦାବି କରିଥିଲେ । ଏହା ପରେ ଦେବାୟତମାନେ ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ମୁହାଁଇ ଜିଲ୍ଲାପାଳଙ୍କ ନିକଟରେ କଟକଣା ମୁକ୍ତ ରଥଯାତ୍ରା ପାଇଁ ଦାବି କରିଥିଲେ । ମାତ୍ର ଜିଲ୍ଲାପାଳ ମୋହଦୟ ଶ୍ରୀଯୁକ୍ତ ବିନୀତା ଭରଦ୍ୱାଜ ସେବାୟତ ଓ ଶ୍ରନ୍ଧାଳଙ୍କୁ ଏହି ଦାବିଉପରେ ନିଜର ଅସହମତି ପ୍ରକାଶକରିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶନାମା ଅନୁଯାୟୀ ପ୍ରାଶାସନ ତାହାହିଁ କେବଳ କରିବ ଏବଂ ରଥଯାତ୍ରା ପାଇଁ କୌଣସି ଅନୁମତି ଦେଇ ପାରିବେ ନାହିଁ ବୋଲି ରୋକ୍ଠୋକ୍ ମନା କରିଥିଲେ । ଜିଲ୍ଲାପାଳଙ୍କ ଠାର ନାସ୍ତି ବାଣୀ ଶୁଣିବା ପରେ ସେବାୟତ ମାନେ ବ୍ୟର୍ଥ ମନରେ ଫେରି କିଭଳି ଭାବେ ନିତିକାନ୍ତି ହେବ ସେ ନେଇ ପୁରୀ ମୁକ୍ତି ମଣ୍ଡପ ସହିତ ଯେଗାଯୋଗ କରୁଥିବା ଜଣା ପଡିଛି । ସେପଟେ ୨୨ ତାରିଖ ସନ୍ଧ୍ୟାରେ ଜିଲ୍ଲା ରେ ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ କୌଣସି ସ୍ଥାନରେ ରଥ ଗଡିବ ନାହିଁ ବୋଲି ନିଦେ୍ର୍ଧଶନାମା ଜାରି କରିବା ସହିତ ସମସ୍ତ ସ୍ôାନରେ ୧୪୪ ଧାରା ଜାରି ପାଇଁ ନିଦେ୍ର୍ଧଶ ଦିଶାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ପୁରୀ ବ୍ୟତୀତ ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ନିଦେ୍ର୍ଧଶ ନଥିବାରୁ ପ୍ରଶାସନ ନ୍ୟାୟଳୟଙ୍କ ନିଦେ୍ର୍ଧଶକୁ କାର୍ଯ୍ୟକାରୀ କରିବାକୁ ବାଧ ହେଉଛି ।ସେପଟେ ଗତ ୧୮ ତାରିଖରେ ରାଜ୍ୟ ସରକାରୀ କ୍ୟାବିନେଟ୍ ବୌଠକରେ ହୋଇଥିବା ନିଷ୍ପତି ମୁତାବକ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ନାମାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାରୀ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଥିଲା । ସେପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ଏପ୍ରିଲ୍ ୩ ତାରିଖରେ ଦିଆ୍ାଇଥିବା ଚିଠି ନଂ ୯୫୭୦ ଅନୁସାରେ ଜିଲ୍ଲାପାଳମାନଙ୍କୁ କୋରନା ମୁକାବିଲା ପାଇଁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସରୂପ । ଓଡିଶା କୋଭିଡ-୧୯ ଅନୁôଯାୟୀ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନେବାକୁ ନିଦେ୍ଧର୍ଶ ରହିଥିବାରୁ । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାକୁ ପ୍ରଶାସନ ଅନୁମତି ଦେଇନାହିଁ ରଥପଥ ସବୁ ପ୍ରସ୍ତୁତ ହୋଇଥିବା ବେଳେ ଏଥର ମହାପ୍ରଭୁ ରଥାରୁଢ ହେବେ ନାହିଁ କି ପୋଡାପିଠା ପ୍ରିୟ ମହାପ୍ରଭୁ ମାଉସିମା ଘରକୁ ବୁଲ ିଯିବାକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ନାହିଁ । ତେଣୁ କିପରି ନିତିକାନ୍ତୀ ଦେବ ସେ ନେଇ ସେବାୟତମାନେ ପୁରୀ ମୁକ୍ତି ମଣ୍ଡପର ପଣ୍ଡିତ ମାନଙ୍କ ସହ ଯୋଗାଯୋଗ କରାଯାଇ ନିଷ୍ପତି ଗ୍ରହଣ ପରେ ପ୍ରଶାସନକୁ ଅବଗତ କରାଯିବ ବୋଲି ଦେଉଳ ପୁରୋହିତ ଅରୁଣ କୁମାର ମିଶ୍ର କହିଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment