ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପୂର୍ବରୁ ନକ୍ସଲ କାଣ୍ଡ: ଗୁଳି କରି ପୋଲିଂ କର୍ମଚାରୀ ଗ୍ରାମ ରୋଜଗାର’ ସେବିକାଙ୍କୁ ହତ୍ୟା

Spread the love

ଫୁଲବାଣୀ ୧୭/୪ (ସନ୍ଧାନ ନିୟୁଜ) : ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି। ପୋଲିଂ ଡ୍ୟୁଟିରେ ମୁତୟନ ହୋଇଥିବା ‘ଗ୍ରାମ ରୋଜଗାର’ ସେବିକା ସଂଯୁକ୍ତା ଦିଗଲଙ୍କ ସମେତ ୪ ଜଣ ଲୋକ ଏକ ଗାଡ଼ିରେ ଜଙ୍ଗଲୀ ରାସ୍ତାରେ ଯାଉଥିଲେ। ଗୋଛାପଡ଼ା ଥାନା ବାରାଲା ଗାଁ ନିକଟରେ ହଠାତ ଗାଡ଼ି ସାମ୍ନାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଚାଳକ ଗାଡ଼ିକୁ ପଛକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ଲୁଚି ରହିଥିବା ନକ୍ସଲମାନେ ଗୁଳି ବର୍ଷା କରିଥିଲେ। ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୩ କର୍ମଚାରୀ ଗାଡ଼ି ସହ ପଳାଇ ଆସିଥିଲେ।

ତେବେ ଏ ନେଇ ରାଜ୍ୟ ଗ୍ରାମ ରୋଜ଼ଗର ସେବକ ସଙ୍ଘ ପକ୍ଷରୁ ରାଜ୍ୟ ନକ୍ସଲ କାର୍ଯ୍ୟକୁ ନିନ୍ଦା କରିବା ସହ ଛୋଟ କର୍ମଚାରୀଙ୍କୁ ମାରିବା କେତେଦୂର ଟିକ ତାହା ଭାବନ୍ତୁ ବୋଲି କହିବା ସହିତ ରାଜ୍ୟ ସରକାର ଏବନହ ପୋଲିସ ବିଭାଗକୁ ଦାୟୀ କରାଯାଇଛି`| ନିର୍ବାଚନ ପରିବାରୁ ପୁରା ସୁରକ୍ଷ୍ୟା ଯୋଗାଇଦେବା ପୋଲିସ ର କାମ ହୋଇଥିବା ବେଳେ କଣ ପାଇଁ ପୋଲିସ ବାହିନୀ ଯାଉନଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜି ଆର ଏସ ସଂଘ | ଏପରି ସ୍ଥଳେ ରାଜ୍ୟ ସରକାର ତାଙ୍କୁ ପ୍ରତାରଣା କରିଥିଲା ବେଳେ ଏବେ ସୁରକ୍ଷ୍ୟା ଦେଇପାରୁନାଇଁ ବୋଲି ଅଭିଯୋଗ କରାଯାଇଛି |

Report Santosh kumar Rout

Related Posts

About The Author

Add Comment