ଦ୍ୱିତୀୟ ଦିନରେ ନବ ନିର୍ମାଣ କୃଷକ ସଂଘର ପଦଯାତ୍ରା, ବଡଚଣାରେ କର୍ମକର୍ତାଙ୍କ ଭେଟିଲେ ଜିଲ୍ଲାପାଳ

Spread the love

ଯାଜପୁର/ବଡଚଣା, ୩୦/୧୦(ସନ୍ଧାନ ନିୟୁଜ) ନବ ନିର୍ମାଣ କୃଷକ ସଂଘର ଭୁବନେଶ୍ୱର ଚାଲ ପଦଯାତ୍ରା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଗତକାଲି ଚଣ୍ଡିଖୋଲ ନିକଟସ୍ଥ ନେଉଳପୁରରେ ପଦଯାତ୍ରାରେ ସାମିଲ ହୋଇଥିବା ହଜାର ହଜାର ଚାଷୀ ମାନେ ରାତ୍ରି ଯାପନ କରିଥିଲେ । ଆଜି ସକାଳୁ ଏକ ବିରାଟ ପଟୁଆରରେ ପଦଯାତ୍ରୀ ମାନେ ଚଣ୍ଡିଖୋଲ ଛକଠାରେ ପହଂଚିଥିଲେ । ଚଣ୍ଡିଖୋଲ ଛକଠାରୁ ପଦଯାତ୍ରୀ ମାନଙ୍କୁ ବହୁ ବ୍ୟକ୍ତି ବିଶେଷ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଭ୍ୟର୍ଥନା କମଟିର ସଭାପତି ଅନିରୁଦ୍ଧ ସାମନ୍ତରାୟ, ବ୍ରଜକିଶୋର ମହାପାତ୍ର, ଅମୁଲ୍ୟ ବ୍ରହ୍ମ, ସଞ୍ଜୟ ମାହାଲା ଓ ଗୋପୀନାଥ ମହାପାତ୍ର, ଉଦୟନାଥ ସାହୁ ପ୍ରମୁଖ ଚଣ୍ଡିଖୋଲରେ ସଂଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରଷ୍ଟ୍ରୀୟ ସଂଯୋଜକ ସ୍ଥାନୀୟ ଜନ ସାଧାରଣ ଓ ଚାଷୀଙ୍କ ଉଦେ୍ଦଶ୍ୟରେ ରାଜ୍ୟ ସରକାର ୩୬ଲକ୍ଷ ଚାଷୀ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ପେନସନ ଭତା ଦେବା ପାଇଁ ଓ ଚାଷୀ ଉତ୍ପାଦିତଦ୍ରବ୍ୟର ଉଚିତ ମୁଲ୍ୟ ଚାଷୀକୁ ଦେବାପାଇଁ ରାଜ୍ୟ ସରକାର ନିକଟରେ ଦାବୀ କରିଥିଲେ । ପରେ ପଦଯାତ୍ରା ବଡଚଣାରେ ପହଂଚିବା ପରେ ସ୍ଥାନୀୟ ଦୁର୍ଗା ମଣ୍ଡପ ନିକଟରେ ଚାଷୀମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ସଂଗଠନର ବଡଚଣା ସଂଯୋଜକ ଅଶୋକ ଶାନ୍ତିଙ୍କ ସଂଚାଳନାରେ ଏକ ପ୍ରଥପ୍ରାନ୍ତ ସଭା ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିଜେପି ମୁଖପାତ୍ର ଅମର ନାୟକ, ରାଜ୍ୟ ବିଜେପି ମହିଳା ସଂପାଦିକା ସୀମନ୍ତିନୀ ଜେନା, ପୂର୍ବତନ ଜିଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ସ୍ଥାନୀୟ ସରପଂଚ ଭାଗ୍ୟଧର ପ୍ରଧାନ,ସମିିତି ସଭ୍ୟ ରବୀନ୍ଦ୍ର ଦାସ, କଂଗ୍ରେସ ନେତା କିଶୋର ସାମଲ, ଅନିରୁଦ୍ଧ ସାମନ୍ତରାୟ ଓ ବୀରକିଶୋର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନିତିକୁ ସମାଲୋଚନା କରିବା ସହିତ ଆନେ୍ଦାଳନକୁ ପୁର୍ଣ୍ଣ ମାତ୍ରାରେ ସମର୍ଥନ ଦେବାକୁ ଘୋଷଣା କରିଥେôଲ । ସଭାସ୍ଥଳରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ପହଂଚି ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହିତ ଆଲୋଚନା କରିଥିଲେ । ସଂଗଠନରେ ରହିଥିବା ଦାବୀ ଗୁଡିକୁ ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାକୁ ପ୍ରତିଶୃତି ଦେଇଥିଲେ । ସତ୍ୟାଗ୍ରହ ଚାଲୁଥିବାରୁ ରାଜ୍ୟ ସ ରକାରଙ୍କ ସହିତ ଆଲୋଚନା ସମ୍ଭବପର ନୁହଁ ଓ ଯଦି ରାଜ୍ୟ ସରକାରଙ୍କର କୌଣସି ପଦାଧିକାରୀ ସତ୍ୟାଗ୍ରହ ସ୍ଥଳକୁ ଆସି ସଂଗଠନର କର୍ମକର୍ତା୍କ ସହିତ ଦାବୀ ସଂପର୍କରେ ଆଲୋଚନା କରନ୍ତି ତେବେ ଆମର ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବୁ ବୋଲି ଅକ୍ଷୟ କୁମାର ଜିଲାପାଳଙ୍କୁ କହିଥିଲେ । ଏଥିରେ ରାଜ୍ୟ ସହସଂଯୋଜକ ନିମାଇଁ ରାୟ ଓ ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସନ୍ନ ଦାସଙ୍କ ସମେତ ସଂଗଠନର ବହୁ କର୍ମକର୍ତା ଉପସ୍ଥିତ ଥିଲେ ।

SANDHAN LIVE TV

ଗତକାଲି ହଜାର ହଜାର ଚାଷୀଙ୍କ ଖାଇବା ପାଇଁ ନିକଟସ୍ଥ ବହୁ ଗ୍ରାମରୁ ଏକ ଲକ୍ଷ ୪୫ ହଜାର ଟଙ୍କା ୧୦ କୁଇଂଟାଲ ଚାଉଳ ଓ ଆଜି ୫୦ହଜାର ଟଙ୍କା ଓ ୧୦କୁଇଂଟାଲରୁ ଉର୍ଦ୍ଧ ଚାଉଳ ସଂଗ୍ରହ ହୋଇଥିବା ଜଣାଯାଇଛି । ଶାନ୍ତି ଶୃଙ୍କଳା ରକ୍ଷା କରିବା ପାଇଁ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ଏସ.ଡି.ପି.ଓ କେଦାରନାଥ ସାହୁ, ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର, ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ଉପସ୍ଥିତ ଥିଲେ । ଟ୍ରାଫିକ ସମସ୍ୟା ସୁଧାରିବାକୁ ଜିଲ୍ଲା ପ୍ରଶାସନ ଆଜି ୫୩ ନଂ ଜାତୀୟ ରାଜପଥର ଏକପାର୍ଶ୍ୟକୁ ସିଲ କରି ରଖିଥିଲେ ।

Report by Manash  Rout 

Related Posts

About The Author

Add Comment