ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ପ୍ରକାଶ କଲେ ବିଜ୍ଞପ୍ତି

Spread the love

ଭୁବନେଶ୍ୱର ୨୫/୦୪ (ସନ୍ଧାନ ନିଉଜ) ରାଜ୍ୟରେ କେଉଁସବୁ ଦୋକାନ ଖୋଲା ରହିବ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଆଜିଠାରୁ ଅନୁମତି ମିଳିଛି। ସର୍ତ୍ତ ରହିଛି ଦୋକାନରେ ଅଧା କର୍ମଚାରୀ କାମ କରିପାରିବେ। ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଉଲ୍ଲେଖ ରହିଛି। କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପ୍ଲେକ୍ସ ଖୋଲି ପାରିବ ନାହିଁ। ଏହି କୋହଳ କଟକଣାରେ ହଟସ୍ପଟ କିମ୍ବା କଣ୍ଟେନମେଣ୍ଟ ଜୋନ୍ ଅଂଚଳରେ ଲାଗୁ ହେବ ନାହିଁ। ତେବେ କେଉଁ ଦୋକାନ ଖୋଲିବ ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ଲକ୍ ଡାଉନ୍ ଯୋଗୁଁ ଏବେ ପ୍ରାୟ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ରହିଛି। ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା।ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସପ୍ ଆଣ୍ଡ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ ଖୋଲିବ। ଏହାଛଡା ପୌରପାଳିକା ଅଂଚଳ ବାହାରେ ଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଓ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ, ରେସିଡେନସିଆଲ ଅଂଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ, ଗ୍ରାମାଂଚଳରେ ସବୁ ପ୍ରକାର ପଞ୍ଜିକୃତ ଦୋକାନ ଖୋଲିବ।

Related Posts

About The Author

Add Comment