ଦେଶ ମାଟି ପାଇଁ ଚାଲିଗଲା ଜୀବନ, ଗ୍ରାମରେ ପଂହଚିଲା ପାର୍ଥୀବ ଶରୀର

Spread the love
  •  
  •  
  •  
  •  
  •  

ରାଷ୍ଟ୍ରୀୟ ମର୍ଯ୍ୟଦାସହ ଗ୍ରାମରେ କରାଗଲା ଶେଷକର୍ମ
ଚଣ୍ଡିଖୋଲ, ୨୧/୦୨ (ସନ୍ଧାନ ନିୟୁଜ) ଦେଶ ମାଟି ପାଇଁ ଚାଲିଗଲା ଓଡିଆପୁଅର ଜୀବନ । ସହୀଦ ହୋଇଗଲେ ଓଡିଆପୁଅ ଶଶାଙ୍କ । ସବ୍ଧ ହୋଇଯାଇଛି ଗାଁ ପରିବେଶ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମର ସେନାରେ ଲେପନ୍ଟାଟ ଜେନେରାଲ ରହି ମୃତ ବରଣ କରିଥିବା ଯଦୁନାଥ ସମାଲଙ୍କ ପୁଅ ଶଶାଙ୍କ ସାମଲ (୩୨) ଦୀର୍ଘ ୧୨ବର୍ଷ ଧରି ସେନାରେ ମେକାନିକାଲ ଇଂଜିନିଅର ଭାବେ ୬୧୩ ଏମ.ଏନ.ସି ରେଜିମେଂଟର ଲେହ ଲଦାକରେ କାର୍ଯ୍ୟ କରିଆସୁଥିଲେ । ସେ ପ୍ରଥମେ ସ୍ଥଳରେ ସେନାରେ ନିଯୁକ୍ତ ପାଇ ସିକନ୍ଦରବାଦରେ ତାଲିମ ନେଇ ଭୋପାଲରେ ନିଜର କାର୍ଯ୍ୟବର୍ଷ ଆରମ୍ଭ କରିଥିଲେ । ପରେ ପରେ ହିମାଚଳ ପ୍ରଦେଶ, ଜମ୍ମୁ ଆଣ୍ଡ କାଶ୍ମୀରରେ କାର୍ଯ୍ୟ କରି ଲେହ ଲଦାକରେ କାର୍ଯ୍ୟ କରୁଥିଲେ । ସେଠାରେ ଏକ ଗାଡି ଖରାପ ରହିଥିବା ତାକୁ ମରାମତି କରି ଗାଡିଟିକୁ ନେଇ କ୍ଲିପଂ କରୁଥିବା ବେଳେ ଗାଡିଟି ପ୍ରାୟ ହଜାର ଫୁଟ ତଳକୁ ଖସି ପଡିଥିଲା । ଫଲରେ ଗୁରତର ଭାବରେ ସେଠାରେ ତାଙ୍କର ମତୁ୍ୟ ବରଣ କରିଥିଲେ । ପରେ ସେନା ବାହାନୀ ପକ୍ଷରୁ ଫୋନ ଯୋଗେ ତାଙ୍କର ମୁତ୍ୟ ସୂଚନା ଦିଆଯାଇଥିଲା । ଆଜି ତାଙ୍କର ମର ଶରୀର ଭୂବନେଶ୍ୱର ଆସି ପଂହଚିବା ପରେ ସେଠାରୁ ଗ୍ରାମ ଅଭିମୁଖେ ଅଣାଯାଇଥିଲା । ଗ୍ରାମରେ ଏକ ଶୋଭାଯାତ୍ରା କରାଯାଇ ପରିଶେଷରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଗ୍ରାମ ସଶ୍ମାନରେ ଶେଷକୃତ ସମ୍ପନ୍ନ କରାଯାଇଥିଲା । ତାଙ୍କର ପତ୍ନୀ ସସ୍ମିତା ସାମଲ ଏବଂ ପୁଅ ଏସ.ସସ୍ମିତ(୨) କୁମାର ରହିଛନ୍ତି । ତାଙ୍କର ଏହି ସହୀଦ ଖବର ପାଇବା ପରେ ଯାଜପୁର ଜିଲ୍ଲାରେ ଶୋକର ଚାୟା ଖେଳି ଯାଇଛି । ବହୁ ବିଶିଷ୍ଠ ଲୋକ ତାଙ୍କର ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

I

Related Posts

About The Author

Add Comment