ଦେଶରେ ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା 

Spread the love
ଭୁବନେଶ୍ୱର, ୧୬/୦୪/୨୦ (ସନ୍ଧାନ ନିଉଜ) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୨ ହଜାର । ଅପରାହ୍ନ ୩ଟା ସୁଦ୍ଧା ୧୪୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଗତ ୨୪ ଘଂଟା ଭିତରେ ୧୮୩ ଜଣ ସୁସ୍ଥ ହୋଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କିନ୍ତୁ ଚିନ୍ତାଜନକ ବିଷୟ ହେଲା କି, ଗତ ୨୪ ଘଂଟାରେ ୯୪୧ଟି ନୂଆ କେସ୍ ଆସିଛି, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର୩୮୦ରେ ପହଁଚିଥିବାବେଳେ ଗତ ୨୪ ଘଂଟାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୪୧୪ରେ ପହଁଚିଛି ।

Related Posts

About The Author

Add Comment