ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ୪୬୫ ଲାଇଫ ଲାଇନ ଉଡାଣ ବିମାନ

Spread the love

ନୂଆ ଦିଲ୍ଲୀ , ୦୬/୦୫/୨୦ (ସନ୍ଧାନ ନିଉଜ) : ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର ୪୬୫ଟି ବିମାନ ନିୟୋଜିତ ଅଛନ୍ତି। ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାରର ୨୭୮ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୩୫.୯୪ ଟନ କାର୍ଗୋ ସାମଗ୍ରୀର ପରିବହନ ହୋଇଛି। ଏହି ବିମାନଗୁଡିକ ଆକାଶ ମାର୍ଗରେ ୪, ୫୧, ୦୩୮ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କୋଭିଡ-୧୯ ସଂକ୍ରମଣ ସମୟରେ ସାରା ଦେଶରେ ଜରୁରିକାଳୀନ ଭିତ୍ତିରେ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଏହି ଲାଇଫ ଲାଇନ ଉଡାଣ ବିମାନଗୁଡ଼ିକର ପ୍ରଚଳ କରାଯାଉଛି।

ଜମ୍ମୁ ଓ କଶ୍ମୀର, ଲଦାଖ ଏବଂ ଉତ୍ତର-ପୂର୍ବ ଭାରତରେ ଅତ୍ୟାବଶ୍ୟକ ମେଡିକାଲ କାର୍ଗୋ ଏବଂ ରୋଗୀଙ୍କ ପରିବହନରେ ପବନ ହଂସ ଲିମିଟେଡର ହେଲିକପ୍ଟରଗୁଡିକ ନିୟୋଜିତ ଅଛନ୍ତି। ମେ’ ୫, ୨୦୨୦ସୁଦ୍ଧା ପବନ ହଂସ ୨.୨୭ ଟନ କାର୍ଗୋ ପରିବହନ କରିଛି ଏବଂ ୭, ୭୨୯ କିଲୋମିଟର ଦୂରତା ଅତିକ୍ରମ କରିଛି।

Related Posts

About The Author

Add Comment