କଳିଙ୍ଗନଗର/, ୧୦/୧୦/(ସନ୍ଧାନ ନ୍ୟୁଜ) ପୂର୍ବ ସରକାର ଓ ଏବେକାର ସରକାର ଡ଼ିମି ଡିମା ପିଟୁଥିବା ବେଳେ କାହାର ରହିବନି କଚ୍ଛା ଘର ସମସ୍ତଙ୍କର ହେବ ପକା ଘର, ପକା ଘରତ ଦୂରର କଥା ଏମାନଙ୍କ ପାଖରେ ଘର ଛପର ଉପରେ ପକାଇବାକୁ ପଲିଥିନ ଖଣ୍ଡିଏ ଦେବାପାଇଁ କେହି ନାହାନ୍ତି, ଏଭଳି ଏକ ଦୂର୍ଷ୍ୟ କେଉଁ କୋରାପୁଟ କି କନ୍ଧମାଳର ନୁହେଁ ଆମେ କହୁଛୁ ଯାଜପୁର ଜିଲ୍ଲା ଯାହାକୁ କୁହାଯାଉଛି କଳିଙ୍ଗନଗର ଷ୍ଟିଲ ସିଟ ,ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମପଂଚାୟତର ଅଧୀନ ଖଟୁଆ ସାହି ଗ୍ରାମର କରୁଣ ଦୂର୍ଷ୍ୟ , ଆମ ଡୁମାଣି ପ୍ରତିନିଧି ସେଠାରେ ଯାଇ ସ୍ଥିତି ପାରିକିଥିଲେ, ଲୋକମାନଙ୍କ ଠାରୁ ସମ୍ପୃନ୍ନ ଘଟଣା ବିଷୟରେ ବୁଝିଥିଲେ, ଯାହା ସେଠାକାର ଲୋକମାନଙ୍କ କହିବା ଅନୁଯାଇ ଏମାନେ ପ୍ରାୟ ପୁରୁଷ ପୁରୁଷ ଧରି ଏଠାରେ ବସବାସ କରିଥାନ୍ତେ, ନା ଏମାନଙ୍କ ପାଖରେ ଖଣ୍ଡିଏ ସରକାରୀ ଗୁଣ୍ଠି କିଆ ପଟ୍ଟା ଅଛି ନା ଅଛି ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର, ନା ଅଛି ବିଜୁଳି ନା ଅଛି ପାନୀୟ ଜଳ ସୁବିଧା, ନିର୍ବାଚନ ଆସିଲେ ନେତାମାନେ ଏଠାକୁ ଆସନ୍ତି ବିଭିନ୍ନ ପ୍ରକାର ମିଠା ମିଠା କଥା କହି ଭୋଟ ହାତେଇ ଡେଇ ଚୁପ ହୋଇ ବସିଯାନ୍ତି,ଲୋକମାନେ କେବେ ହେବା ଘର କେବେ ଆସିବ ପଟ୍ଟା ଚାଚକ ପରିକା ଚାହିଁ ଥାନ୍ତି, ଭୋଟ କିଛି ଦିନ ବିତିଗଲା ପରେ ପୁଣି ଯୋଉଆକୁ ସେଇୟା, ଖବର ପ୍ରଚାର ହେବାପରେ ଏଠାକାର ଲୋକଙ୍କ ଅଭିଯୋଗ କୁ ଭିକ୍ତିକରି ସୁକିନ୍ଦା ବିଧାୟକ ତଥା ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତଙ୍କ ନିଦେଶ ଅନୁସାରେ ଏକ ବିଶେଷ ସର୍ଭେ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସର୍ଭେ ର ଉଦ୍ଦେଶ୍ୟ ହେଉଛି ଯେଉଁ ସମସ୍ତ ଗରିବ ଓ ଆବଶ୍ୟକତାମୂଳକ ପରିବାର ମାନଙ୍କ ପାଖରେ ଜମି ପଟ୍ଟା କିମ୍ବା ପକ୍କାଘର ନାହିଁ, ସେମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କ ଘର ଯୋଜନା ଓ ସୁବିଧା ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଖବର ଅନୁସାରେ, ଖଟୁଆ ସାହିର ଅଧିକାଂଶ ଲୋକ ପ୍ରାୟ ୭୦ ରୁ ୮୦ ବର୍ଷ ହେବ ଏଠାରେ ବସବାସ କରିଆସୁଛନ୍ତି,। କିନ୍ତୁ ଏପର୍ଯ୍ୟନ୍ତ ଏମାନେ ସ୍ଥାୟୀ ପଟ୍ଟା ଓ ସରକାରୀ ଘର ଯୋଜନା ରୁ ବଞ୍ଚିତ ଅଛନ୍ତି। ଏହି ଗ୍ରାମର ଜମିଟି ଜଣେ ବ୍ୟକ୍ତିଗତ ଲୋକଙ୍କ ନାମରେ ଥିବାରୁ ଏହି ଅଞ୍ଚଳର ଲୋକମାନେ କୌଣସି ସରକାରୀ ସୁବିଧା ଓ ଘର ଯୋଜନାର ଲାଭ ପାଇପାରୁନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ଏହି ଜାଗାର ମାଲିକ ଜଣଙ୍କ କଟକ ରେ ବସବାସ କରୁଥିବା ବେଳେ ତାଙ୍କ ଜମି ଉପରେ ବସ ବାସକରୁ ଥିବା ଏହି ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ପଟ୍ଟା ଆଶା କରୁଥିଲେ।ମନ୍ତ୍ରୀଙ୍କ ନିଦେଶରେ ଆସିଥିବା ପ୍ରତିନିଧି ଦଳ ପ୍ରତ୍ୟେକ ଘରକୁ ବୁଲି ଜନତାଙ୍କ ସହ କଥା ହେଲେ, ସେମାନଙ୍କ ସମସ୍ୟା ଶୁଣି ଘର ନଥିବା ଓ ଦୁରବସ୍ଥାରେ ବସୁଥିବା ପରିବାର ମାନଙ୍କ ପାଇଁ ଶୀଘ୍ର ସରକାରୀ ଘର ପଟ୍ଟା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଦେଖାଯାଉ ଦୀର୍ଘ ୨୪ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା, ଏବେକା ସରକାର କଣ କରୁଛନ୍ତି ନା ପ୍ରତିଶୃତି ପ୍ରତିଶୃତିରେ ରହିଯିବ ତାହା ଦେଖିବାକୁ ବାକି ରହିଲା,,
ଦୃଦିନରେ ବିତୁଛି ୧୦୦ ରୁ ଉର୍ଦ୍ଧ ପରିବାର, ପକା ଘରତ ସାତ ସପନ ନିଜସ୍ୱ ପଟ୍ଟାରୁ ବଞ୍ଚିତ ବସ୍ତି ବାସିନ୍ଦା ପଲିଥିନ ତଳେ ବିତୁଛି ଜୀବନ,,,
|
October 10, 2025 |



