କୋରାପୁଟ, ୨୦/୧୯/୨୦୨୧ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର ଶାଖା ଦ୍ୱାରା ଆହୂତ ଦଶମ ଇ-ପାଠଚକ୍ର ରେ ଆଜି ଏଭଳି ମତପ୍ରକାଶ ପାଇଅଛି। “ଷ୍ଟୁଡେଣ୍ଟ୍ ଟୁ ଷ୍ଟାର୍ : ଏ କେରିଅର୍ ଡେଭ୍ ଲପ୍ ମେଣ୍ଟ ସିମ୍ପୋସିୟମ୍ ” ଶୀର୍ଷକରେ ବୁଧବାର ପୂର୍ବାହ୍ନ ୧୦.୩୦-୧୨.୩୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା ।ଏଥିରେ ସାଧନ କର୍ମୀ ଭାବେ କୋରାପୁଟ ଇଗ୍ନୋର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମାଧବ କୁମାର ବିଷୋୟୀ ଏବଂ ଡ. ଲତିକ କୁମାରୀ ମିଶ୍ର ।ନିଜର କୌଶଳ ସମୂହ କିଭଳି ବାୟୋଡାଟାରେ ପ୍ରତିଫଳିତ କରାହେବ, ମୁକ୍ତ ଶିକ୍ଷାର ଭୂମିକା, ଭବିଷ୍ୟତ ଗଠନର ବିଭିନ୍ନ ଦିଗ ତଥା ସମ୍ଭାବନା ଉପରେ ଆଲୋଚନା କରଜାଇଥିଲା । ସ୍ୱତନ୍ତ୍ର ଅତିଥି ଋପେ ରେଭେନ୍ସା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର୍ ତଥା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ରାଜ୍ୟ ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଯୋଗଦେଇ ଯୁବପିଢିଙ୍କୁ ବିଭିନ୍ନ ପରାମର୍ଶମାନ ଦେଇଥିଲେ ।ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା ତଥା ସଭା ସଂଯୋଜନା କରିଥିଲେ ସେମିଳିଗୁଡା ମହାବିଦ୍ୟାଳୟର ରାଜନିତୀ ବିଭାଗର ଅଧ୍ୟାପିକା ତଥା ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଆଜୀବନ ସଦସ୍ୟା ଡ. ଝାନସୀ ସିଂହ ।ଓଡିଶା ତଥା ରାଜ୍ୟବାହାରୁ ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ଲିପ୍ସା ବାରିକ ଏବଂ ଶେଷରେ ଶାନ୍ତିପାଠ କରିଥିଲେ ଶ୍ରୀମତି ଅମିତା ଦାଶ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର କାର୍ଯ୍ୟକାରୀ ସମ୍ପାଦକ ତଥା କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ କୋରାପୁଟ ର ଶୈକ୍ଷିକ ପରାମର୍ଶଦାତା ଶ୍ରୀ ଅରୁଣ କୁମାର ତ୍ରିପାଠୀ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।
ଦୃଢ ବିଶ୍ୱାସ ଜ୍ଞାନରୁ ଆସେ
|
October 21, 2021 |
