ଦୂରରୁ ମାଟ୍ରିକ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବେ ସରକାର

Spread the love
ଭୁବନେଶ୍ଵର, ୧୬/୦୫ (ସନ୍ଧାନ ନିଉଜ) : ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ ଯେପରି ଉଲ୍ଲଂଘନ ନ ହୁଏ ସେଥିପାଇଁ ରାଜ୍ୟ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ। ଏହି ସମୟରେ ଯଦି କୌଣସି ଶିକ୍ଷକ/ଶିକ୍ଷୟିତ୍ରୀ ୧୦ କି.ମି. ଠାରୁ ଅଧିକ ଦୂରରୁ ଆସୁଥାନ୍ତି ତେବେ ତାଙ୍କ ରହିବା, ଖାଇବା ସହିତ ଅନ୍ୟ ସୁବିଧା ସରକାର ସୁନିଶ୍ଚିତ କରିବେ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ୍ (ଓଷ୍ଟା) ଓ ମଧୁସୂଦନ ଦେଙ୍କ ପକ୍ଷରୁ ଦାୟର ପୃଥକ ମାମଲାର ଏକତ୍ର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

Related Posts

About The Author

Add Comment